ଦେଶକୁ ପୁଣି ଫେରିପାରେ କରୋନା ଆତଙ୍କ; ବଢ଼ିଲା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଆଶଙ୍କା

IAS Coaching

News18 Odia Digital

Corona Virus: ଭାରତରେ (India) ପୁଣି ଆସିବ କରୋନା ଲହର (Corona)। ଆଶଙ୍କା କଲେ ସ୍ବାସ୍ଥ୍ୟ ବିଶେଷଜ୍ଞ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୮୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା କି ଗତ ୪ ମାସ ମଧ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ।

ଏହାକୁ ମିଶାଇ ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୫ ହଜାର ୩୮୯ରେ ପହଞ୍ଚିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୬ ଲକ୍ଷ ପାର୍‌ ହୋଇସାରିଲାଣି। ସେହିପରି ଦିନକରେ ୪ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ।

ଝାଡ଼ଖଣ୍ଡ, ମହାରାଷ୍ଟ୍ରରେ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ କେରଳରେ ୨ ଜଣଙ୍କ ଜୀବନ ନେଇଛି ଭାଇରସ। ମାସକ ମଧ୍ୟରେ ୬ ଗୁଣା ବଢ଼ିଛି କରୋନା ସଂକ୍ରମଣ।

କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୁଜରାଟରେ ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମଣ। ତେବେ ଆଶ୍ବସ୍ତିର କଥା ହେଉଛି ମୋଟର ସଂକ୍ରମଣର ମାତ୍ର ୦.୦୧ ପ୍ରତିଶତ ଆକ୍ଟିଭ ମାମଲା ରହିଛି। ସେହିପରି ୯୮.୮୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଯାଉଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସଂକ୍ରମଣ ବଢ଼ିବା ପଛରେ କରୋନାର ନୂଆ ଭାରିଆଣ୍ଟ XBB.1.16 ବୋଲି କୁହାଯାଉଛି। କାରଣ ଏହି ଭାରିଆଣ୍ଟର ସବୁଠାରୁ ଅଧିକ ମାମଲା ଭରତରେ ଚିହ୍ନଟ ହୋଇଛି। ଏଯାଏ XBB.1.16 ଭାରଆଣ୍ଟ ଦ୍ବାରା ୪୮ ଜଣ ସଂକ୍ରମିତ ହେଲେଣି। ଗୁଜାରାଟ ଓ ମହାରାଷ୍ଟ୍ରରେ ସର୍ବାଧିକ XBB.1.16 ଭାରଆଣ୍ଟ ଚିହ୍ନଟ ହୋଇଛି।

ସେହିପରି ଦେଶରେ ଏଚ୍‌୩ଏନ୍‌୨ ଭାଇରସ୍‌ କରୋନା ପରି ବ୍ୟାପି ଚାଲିଛି। ଏଚ୍‌୩ଏନ୍‌୨ ଭାଇରସ ପାଇଁ ବିଶେଷ କରି ଥଣ୍ଡା ଜ୍ବର ବଢ଼ିବାରେ ଲାଗିଛି। ଏହାକୁ ଇନଫ୍ଲୁଏଞ୍ଜା ଜ୍ବର କୁହାଯାଉଛି। ତେବେ ଏହି ଜ୍ବର ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ଲକ୍ଷଣ ରହୁଛି।

ମାମଲା ବୃଦ୍ଧି ପାଇବାର କାରଣ ହେଉଛି ଭୂତାଣୁଟି ରୁପାନ୍ତର ହେଉଛି ଓ ଲୋକଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। ଏଚ୍‌୧ଏନ୍‌୧ ଯୋଗୁଁ ବହୁ ବର୍ଷ ପୂର୍ବେ ମହାମାରୀ ହୋଇଥିଲା। ସେହି ଜୀବାଣୁଙ୍କର ରୁପାନ୍ତର ହେଉଛି ଏଚ୍‌୩ଏନ୍‌୨।

ଏହା ଏକ ସାଧାରଣ ସ୍ୱାଇନ୍ ଫ୍ଲୁ ଷ୍ଟ୍ରେନ୍। କିନ୍ତୁ ଆମେ ଅଧିକ ମାମଲା ଦେଖୁଛୁ କାରଣ ଜୀବାଣୁ ଟିକେ ରୁପାନ୍ତରିତ ହୋଇଛି ଓ ଆମ ଭିତରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଛି ବୋଲି ଗୁଲେରିଆ କହିଛନ୍ତି।

ପଢ଼ନ୍ତୁ ଏହି ଖବର: 
କରୋନା ପରି ବ୍ୟାପି ଚାଲିଛି H3N2 ଭାଇରସ; ସଚେତନ ପାଇଁ ଚେତାବନୀ

କାହିଁକି ହୁଏ H3N2 ?

୧. ତାପମାତ୍ରାରେ ଅଧିକ ପରିବର୍ତ୍ତନ ଯୋଗୁଁ ଏଭଳି ରୋଗ ହୋଇଥାଏ। ୨. ଅତ୍ୟଧିକ ଗରମ ପବନ ଏବଂ ପ୍ରଦୂଷଣ ଏହାର ମୁଖ୍ୟ କାରଣ।
୩. ବାୟୁ ପ୍ରଦୂଷଣ ଯୋଗୁ ଏଭଳି ଭୂତାଣୁ ସୃଷ୍ଟି ହୁଏ।
୪. ୧୫ରୁ କମ ବର୍ଷର ପିଲା, ୫୦ରୁ ଅଧିକ ବୟସ୍କ ବ୍ୟକ୍ତି ଏହି ରୋଗରେ ପୀଡିତ ହୋଇଥାନ୍ତି।
୫. କୋଭିଡ ଯୋଗୁ ରୋଗ ପ୍ରତିରୋଧକ ଶକ୍ତି କମିଥିବାରୁ ଲୋକେ ଅଧିକ ଆକ୍ରାନ୍ତ ହେଉଛନ୍ତି।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: