ଖୁବ୍ ଶୀଘ୍ର ମିଳିବ ନାଜାଲ ଭ୍ୟାକ୍ସିନ ଇନ୍ କୋଭାକ; ୧୮ରୁ ଉଦ୍ଧ୍ବ ବର୍ଷର ଲୋକ ନେଇପାରିବେ ଏହି ଟିକା

IAS Coaching

News18 Odia Digital

ଭୁବନେଶ୍ବର: କୋଭିଡ୧୯ ପାଇଁ ସଞ୍ଜିବନୀ ଇଣ୍ଟ୍ରା ନାଜାଲ ଭ୍ୟାକ୍ସିନ ଇନ୍ କୋଭାକ। ଚତୁର୍ଥ ଲହର ପୂର୍ବରୁ ଏହି ନାଜାଲ୍ ଭ୍ୟାକ୍ସିନ ହୋଇପାରେ ଗେମ୍ ଚେଞ୍ଜର। ପ୍ରଥମ ପର୍ଯ୍ୟାୟରେ ଘରୋଇ ଡାକ୍ତରଖାନାରେ ମିଳିବ ଏହି ଟିକା।

୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ନାକରେ ୪ ବୁନ୍ଦା ଲେଖାଏଁ ନେବାକୁ ହେବ। ଯାହା ରୋଗୀକୁ ସୁରକ୍ଷିତ ରଖିବା ସହ ସଂକ୍ରମଣ ହାର କମାଇବରେ ସହାୟକ ହେବ। ତେବେ ବର୍ତ୍ତମାନ ସ୍ଥିତି ଭଲ ଅଛି, ଭୟଭୀତ ହେବାର ଆବଶ୍ୟକତା ନାହିଁ । ରୋଗୀଙ୍କ ଦାୟିତ୍ଵ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର ବୋଲି କହିଲା ସ୍ୱାସ୍ଥ୍ୟ ବିଭାଗ।

ପ୍ରିକସନ୍ ଡୋଜ ପରେ ମିଳିବ ନାଜାଲ ଡୋଜ। କୋଭିଶ୍ଲିଡ ଓ କୋଭାକ୍ସିନର ପ୍ରାଥମିକ ଦୁଇଟି ଟିକା ପରେ ବୁଷ୍ଟର୍ ଜୋଜ ନେଇଥିବା ୧୮ ବର୍ଷ ରୁ ଉର୍ଦ୍ଧ୍ବ ବ୍ୟକ୍ତି ନେଇ ପାରିବେ ନାଜାଲ ଟିକା ଇନ୍ କୋଭାକ୍। ଯାହା ଇଞ୍ଜେକ୍ସନ ନୁହେଁ ନାକରେ ଡ୍ରପର ମାଧ୍ୟମରେ ଦିଆଯିବ। ଗୋଟିଏ ଥରେ ୫ଏମଏଲ ୮ ବୁନ୍ଦାରେ ଦିଆଯିବ।

ନାକର ଦୁଇ ପାର୍ଶ୍ଵ ରେ ୪/୪ ବୁନ୍ଦା ଦିଆଯିବ। ତେବେ ଚୀନରେ କୋଭିଡର ନୂଆ ଭାରିଆଣ୍ଟ ଆତଙ୍କ ଖେଳାଇ ଥିବାବେଳେ ରାଜ୍ୟକୁ ଏହା ଆସିବାକୁ ଆହୁରି ୬ ରୁ ୮ ସପ୍ତାହ ଲାଗିପାରେ ବୋଲି ବିଶେଷଜ୍ଞ କହିଛନ୍ତି। ଏଥି ପାଇଁ ଏବେଠାରୁ ଯଦି ଏହି ନାଜାଲ ଟୀକାକରଣ ଆରମ୍ଭ ହୁଏ ତେବେ ଚତୁର୍ଥ ଲହର ଭୟଙ୍କର ହେବ ନାହିଁ। କାରଣ ଏହି ଟିକା ନାକରେ ଦେବା ଦ୍ଵାରା ଏହା ସିଧାସଳଖ ଶ୍ବାସନଳୀକୁ ସୁରକ୍ଷା ଦେବ ଓ ଦେହରେ ସଂକ୍ରମିତ କରିବାକୁ ରୋକିବ।

ଏହା ଦ୍ବାରା ଜଣଙ୍କ ଠୁ ଅନ୍ୟ ଜଣେ ସଂକ୍ରମିତ ହେବେ ନାହିଁ। ଫଳରେ କରୋନା ଅଧିକ ବ୍ୟାପିବା ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି।
ଅନ୍ୟପଟେ ଆତଙ୍କିତ ନ ହେବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର।

BF.7 ଭାରିଆଣ୍ଟଟି ଦୁଇ ବର୍ଷ ହେଲାଣି ଅଛି। ଯେହେତୁ ଏହା ଚୀନରେ ବଢୁଛି ତେଣୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ଏହାର ସଂକ୍ରମଣ କ୍ଷମତା ଅଧିକ କିନ୍ତୁ ଗୁରୁତର ଓ ମୃତାହତଙ୍କ ସଂଖ୍ୟା କମ୍। ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଜାରି ରହିଛି।

ଆଗକୁ ମଧ୍ୟ ଯେଉଁ ରୋଗୀ ଏଥିରେ ଚିହ୍ନଟ ହେବେ ତାଙ୍କର ଦାୟିତ୍ଵ ରାଜ୍ୟ ସରକାର ନେବାକୁ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ହସ୍ପିଟାଲରେ ରୋଗୀ ଅଧିକ ମଧ୍ୟ ନାହିଁନ୍ତି। ଆଗକୁ ଯଦି ସଂକ୍ରମଣ ଆସେ କିପରି ମୁକାବିଲା କରାଯିବ ସେନେଇ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ୨୭ ତାରିଖରେ ମକ୍ ଡ୍ରିଲ୍ ହେବ।

ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି। ଓଡ଼ିଶାକୁ ସିଧାସଳଖ ଭାବରେ ଅନ୍ତର୍ଜାତୀୟ ବିମାନ ଆସୁନାହିଁ। ତେଣୁ ଯଦି କିଏ ଆସୁଛି। ଗାଇଡଲାଇନ ହିସାବରେ ଟେଷ୍ଟ କରାଯିବ।

ନାଜାଲ ଭ୍ୟାକ୍ସିନ ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଇବାକୁ ପରାମର୍ଶ। ପୂର୍ବରୁ ନେଇଥିବା ଟିକାର ଅବଧି ଶେଷ ହୋଇଥିବାରୁ ତୁରନ୍ତ ଏହି ନୂଆ ଟିକା ସମସ୍ତେ ନେବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ବିଶେଷଜ୍ଞ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: