ଏବେ ନୁହେଁ, ୩ ମାସ ତଳେ ଚିହ୍ନଟ ହୋଇଥିଲା ଓଡ଼ିଶାରେ କୋଭିଡ ନୂଆ ଭାରିଏଣ୍ଟ

IAS Coaching

News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ ବିଏଫ.୭ ଚିହ୍ନଟ ହେବା ପରେ ସମସ୍ତେ ଚିନ୍ତା ପ୍ରକାଶ କରିଥିଲେ। ଏନେଇ ରାଜ୍ୟ ସରକାର ବିଳମ୍ବିତ ରାତିରେ ସ୍ପଷ୍ଟୀକରଣ ଦେଇଛନ୍ତି । କୋଭିଡ୍‌ର ନୂଆ ଭାରିଏଣ୍ଟ ବିଏଫ.୭ ଗତ ସେପ୍ଟେମ୍ବର ୩୦ତାରିଖରେ ଖୋର୍ଦ୍ଧାର ଜଣେ ମହିଳାଙ୍କ ଶରୀରରେ ଚିହ୍ନଟ ହୋଇଥିଲା । ଏବେ ଗତ ୩ ମାସ ମଧ୍ୟରେ ଏଭଳି କୌଣସି ଭାରିଏଣ୍ଟ ଚିହ୍ନଟ ହୋଇନି ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେପ୍ଟେମ୍ବର ୩୦ ରେ ଆରଟି-ପିସିଆର ଯାଞ୍ଚ ବେଳେ ଓମିକ୍ରନ୍ ବିଏଫ.୭ ଭାରିଏଣ୍ଟ ବାବଦରେ ଜଣାପଡ଼ିଥିଲା । ଏହି ଦିନ ଗୋଟିଏ ନମୁନା ପରୀକ୍ଷା ହୋଇଥିଲା। ଆରଏମଆରସି ଦ୍ୱାରା ଜିନମ ସିକ୍ୱେନ୍ସି ମଧ୍ୟ ହୋଇଥିଲା । ଗତ ୩ମାସ ଧରି ଏପର୍ଯ୍ୟନ୍ତ ବିଏଫ.୭ର କୌଣସି ଭାଇରସ୍ ଚିହ୍ନଟ ହୋଇନି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଚୀନରେ କରୋନା କହର ବଢି ଚାଲିଛି। ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡର ଏହି ନୂଆ ଭାରିଏଣ୍ଟ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Source link

Author: