କରୋନା କଟକଣା ମୁକ୍ତ ହେଲା ଓଡିଶା; କଟକଣା ଉଠାଇଲେ ରାଜ୍ୟ ସରକାର

IAS Coaching

News18 Odia Digital

ଭୁବନେଶ୍ୱର: ରାଜ୍ୟରୁ ଉଚ୍ଛେଦ ହେଲା ସମ୍ପୂର୍ଣ୍ଣ କୋଭିଡ କଟକଣା। ଏଥର ବିନା ମାସ୍କ, ସାନିଟାଇଜର, ଫେସମାସ୍କରେ ଘରୁ ବାହାରି ପାରିବେ ରାଜ୍ୟବାସୀ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି।

ରାଜ୍ୟରୁ କୋଭିଡ୍‌ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ପ୍ରକାରର କୋଭିଡ୍‌ କଟକଣା ଉଠାଇ ଦେଇଛନ୍ତି। ବିନା ମାସ୍କରେ ବୁଲିବା, ଛେପ ପକାଇଲେ ମଧ୍ୟ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏବେ ଏହି ଉଠିଯାଇଛି। ସରକାରଙ୍କ ଏହିଭଳି ପଦକ୍ଷେପକୁ ନେଇ ଖୁସି ଅଛନ୍ତି ରାଜ୍ୟବାସୀ।

ଗତ କିଛି ମାସ ହେବ କୋଭିଡ ସଂକ୍ରମଣ କମ ହେଉଥିବାରୁ ସରକାର କୋଭିଡ୍‌ ପାଇଁ ଲାଗୁ କରିଥିବା ସମସ୍ତ କଟକଣାକୁ ଉଠାଇ ଦେଇଛନ୍ତି। କିନ୍ତୁ ଯେଉଁଠି ଆବଶ୍ୟକ ପଡ଼ିବ ସେଠାରେ ନିଜେ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ସରକାର ବୋଲି ଟ୍ୱିଟରେ ଉଲ୍ଲେଖ ରହିଛି।

୨୦୨୦ ଏପ୍ରିଲ ମାସରେ ରାଜ୍ୟରେ କରୋନା ଦେଖାଯିବା ପରେ ରାଜ୍ୟ ସରକାର ସଚେତନ ହୋଇଯାଇଥିଲେ।।ସଂକ୍ରମଣକୁ ଆଖିରେ ରଖି ସାରା ରାଜ୍ୟରେ କଟକଣା ଲାଗୁ କରିଥିଲେ। କୋଭିଡ ଆଇନ୍‌ ଅନୁଯାୟୀ ଆବଶ୍ୟକତା ଠାରୁ ଅଧିକ ଭିଡ଼ ଲଗାଉଥିବା ଲୋକଙ୍କ ଉପରେ ଜରିମାନା ଲାଗୁ କରିଥିଲେ। ଏପ୍ରିଲ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩୩,୯୭୩,୪୫୫ ଜଣଙ୍କର କରୋନା ଟେଷ୍ଟ ହୋଇଥିଲା ବେଳେ ସେଥିରୁ ୧୩,୩୬୩,୮୨ ଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିଲା।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: