ଟିକା ନସରିବା ପର୍ଯ୍ୟନ୍ତ ଓଡ଼ିଶାରେ ମାଗଣା ଟୀକାକରଣ ପାଇଁ ନିଷ୍ପତ୍ତି; ପାର୍ବଣରେ ସତର୍କ ରୁହନ୍ତୁ.. ସ୍ୱାସ୍ଥ୍ୟ ବିଭାଗ

IAS Coaching

News 18 Odia Digital

ଭୁବନେଶ୍ୱର; ସରିଲା ମାଗଣା ଟିକା ନେବାର ଡେଡଲାଇନ। କିନ୍ତୁ ଡେଡଲାଇନ ସରିଥିଲେ ମଧ୍ୟ ଦିଆଯିବ ମାଗଣା ଟିକା। ଜୁଲାଇ ୧୫ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ବୁଷ୍ଟର ଟୀକାକରଣ ଆଗକୁ ଚାଲୁ ରହିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆଗାମୀ ନିର୍ଦ୍ଦେଶନାମ ନଆସିବା ପର୍ଯ୍ୟନ୍ତ ଏହି ମାଗଣା ବୁଷ୍ଟର ଡୋଜ ଦିଆଯିବ ।

ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ଭିତରେ ୧ କୋଟି ୨୧ ଲକ୍ଷ ୫୦ ହଜାର ବୁଷ୍ଟର ଡୋଜ ଟୀକାକରଣ ସରିଛି । ଟୀକାକରଣ ପାଇଁ ଯେତିକି ଲୋକସଂଖ୍ୟା ଧାର୍ଯ୍ୟ କରାଯାଇଥିଲା ତାର ୩୮ ପ୍ରତିଶତ ଲୋକଙ୍କୁ ଟୀକାକରଣ ସରିଛି । ଓଡ଼ିଶାରେ ପ୍ରଥମ ଡୋଜ ୯୭% ଓ ଦ୍ଵିତୀୟ ଡୋଜ ୯୧% ଟୀକାକାରଣ ସରିଛି। ଯେଉଁଥିପାଇଁ ସଂକ୍ରମଣ ସଂଖ୍ୟା ମଧ୍ୟ କମ ରହିଛି । ଏବେ ପାର୍ବଣ ଆରମ୍ଭ ହୋଇଥିବାରୁ ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଉଛି । ସଂକ୍ରମଣ କମିଥିବାରୁ ପ୍ରଥମ ଓ ଦ୍ଵିତୀୟ ଡୋଜ ପାଇଁ ଲୋକଙ୍କ ଭିତରେ ଥିବା ଆଗ୍ରହ ଏବେ ପ୍ରିକସନ ଡୋଜ କ୍ଷେତ୍ରରେ କ୍ରମଶ କମିଛି ।

ପ୍ରିକସନ ଡୋଜ ଦେବାରେ ଓଡ଼ିଶା ସବୁ ରାଜ୍ୟଠାରୁ ଆଗୁଆ ରହିଛି। ମହଜୁଦ ରହିଥିବା ୩.୫ଲକ୍ଷ ଟିକା ସରିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଯାହା ନିର୍ଦ୍ଦେଶ ଆସିବ ତାକୁ ନେଇ କାର୍ଯ୍ୟକାରୀ କରାଯିବ । ଏ ପର୍ଯ୍ୟନ୍ତ ରାଜ୍ୟରେ ୧ କୋଟି ୨୧ ଲକ୍ଷ ୫୦ ହଜାର ୨୪୩ ଜଣ ଲୋକ ପ୍ରିକସନ ଡୋଜ ନେଇ ସାରିଲେଣି । ଏହାପରେ ବି ୧୧୫୦ ଟୀକାକେନ୍ଦ୍ରରେ ଟୀକାକରଣ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେପଟେ ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୯୭ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କଳାହାଣ୍ଡି ଜିଲ୍ଲାର ଜଣେ ମହିଳା ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Source link

Author: