ଏକାସାଙ୍ଗରେ ମଙ୍କିପକ୍ସ, କରୋନା ଓ ଏଚ୍ଆଇଭିରେ ଆକ୍ରାନ୍ତ ହେଲେ ଜଣେ ବ୍ୟକ୍ତି

IAS Coaching

News 18 Odia Digital

ଇଟାଲୀ: ଇଟାଲୀର ଜଣେ ୩୬ ବର୍ଷୀୟ ବ୍ୟକ୍ତି ଏକାସାଙ୍ଗରେ ମଙ୍କିପକ୍ସ, କରୋନା ଓ ଏଚଆଇଭିରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଭଳି ଘଟଣା ପ୍ରଥମ ଥର ଦେଖିବାକୁ ମିଳୁଛି। ପରୀକ୍ଷା କରୁଥିବା ଵୈଜ୍ଞାନିକମାନେ କହିଛନ୍ତି ଯେ ଏଭଳି ଭାଇରସ୍ ଏକାସାଙ୍ଗରେ ବାହାରିବା ଏହା ହେଉଛି ପ୍ରଥମ ଘଟଣା। ଏହି ବ୍ୟକ୍ତିଙ୍କ ମୁହଁରେ ଓ ଶରୀରରେ ଅନ୍ୟାନ୍ୟ ଅଂଶରେ ଚର୍ମରୋଗ ହୋଇଥିଲେ, ପରେ ଫୋଟକା ସୃଷ୍ଟି ହୋଇଥିଲା।

ବ୍ୟକ୍ତି ଜଣକ ନିକଟରେ ସ୍ପେନ ଗସ୍ତରୁ ଫେରିବାର ନଅ ଦିନ ପରେ ଥକାପଣ, ଜ୍ୱର ଓ ଗଳା ଯନ୍ତ୍ରଣା ଭଳି ଅନେକ ଲକ୍ଷଣ ତାଙ୍କ ଶରୀରରେ ଦେଖିବାକୁ ମିଳିଥିଲା ।

ବ୍ୟକ୍ତି ଜଣକ ଜୁନ ୧୬ ରୁ ୨୦ ପର୍ଯ୍ୟନ୍ତ ସ୍ପେନରେ ପାଞ୍ଚ ଦିନ ବିତାଇଥିଲେ, ଯେଉଁଥିରେ ସେ ଅସୁରକ୍ଷିତ ଭାବରେ ଯୌନ ସମ୍ପର୍କ ରଖିଥିବାର ସ୍ୱୀକାର ମଧ୍ୟ କରିଛନ୍ତି। ଜୁଲାଇ ୨ରେ, ବ୍ୟକ୍ତି ଜଣକ କୋଭିଡ ସଂକ୍ରମିତ ହୋଇଥିଲେ।

ସେହି ଦିନ ଅପରାହ୍ନରେ ତାଙ୍କ ବାମ ହାତରେ ଏକ ଦାଗ ସୃଷ୍ଟି ହେବାକୁ ଲାଗିଲା। ପରଦିନ ଛୋଟ ଛୋଟ, ଯନ୍ତ୍ରଣାଦାୟକ ଫୋଟକା ତାଙ୍କ ତଣ୍ଟି, ତଳ ଅଙ୍ଗ, ମୁହଁ ଓ ପେଟ ଉପରେ ଦେଖା ଦେଇଥିଲା।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: