କରୋନାରେ ସଂକ୍ରମଣ ହେଲେ କର୍ଣ୍ଣାଟକ CM ବାସଭରାଜ ବୋମ୍ମାଇ – News18 ଓଡିଆ

IAS Coaching

News 18 Odia Digital

କର୍ଣ୍ଣାଟକ : କରୋନା ସଂକ୍ରମଣ ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ। ଏଥି ପାଇଁ  ତାଙ୍କର ଦିଲ୍ଲୀ ଗସ୍ତକୁ ସେ ବାତିଲ କରିଛନ୍ତି। ଆଜାଦୀ କା ଅମୃତ ମହୋତ୍ସବର ଜାତୀୟ କମିଟିର ବୌଠକରେ ଯୋଗଦେବା ପାଇଁ ସିଏମ୍ ବୋମ୍ମାଇ ଦିଲ୍ଲୀ ଯିବାର କାର୍ଯ୍ୟକର୍ମ ଥିଲା।

ରାଷ୍ଟ୍ରୀୟ କମିଟି ବୌଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ବୈଠକ ହେବାର ଥିଲା। ଏହା ସହିତ ବୋମ୍ମାଇ ମଧ୍ୟ ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କୋଭିଡ ଯୋଗୁଁ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କୁ ଏହି କାର୍ଯ୍ୟକର୍ମ ବାତିଲ କରିବାକୁ ପଡ଼ିଛି। ଏହାପୂର୍ବରୁ ସିଏମ ବୋମ୍ମାଇ ୨୪ ଓ ୨୫ ଜୁଲାଇରେ ଦିଲ୍ଲୀ ଆସିଥିଲେ। ଏହି ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ।

ସିଏମ୍ ବାସଭାରାଜ ବୋମ୍ମାଇ ଟ୍ୱିଟ୍ କରି ସେ କରୋନା ପଜିଟିଭ୍ ବୋଲି ସୂଚନା ଦେଇଛନ୍ତି। ଶନିବାର ଟ୍ୱିଟ୍ କରିବାବେଳେ ସେ ଲେଖିଛନ୍ତି, ‘‘ମୁଁ କରୋନା ସଂକ୍ରମିତ ହୋଇଛି। ମୋର ସାମାନ୍ୟ ଲକ୍ଷଣ ଅଛି। ମୁଁ ହୋମ୍ ଆଇସୋଲେଲନରେ ଅଛି। ଗତ କିଛି ଦିନ ମଧ୍ୟରେ ଯିଏ ମୋ ସହିତ ଯୋଗାଯୋଗ ଆସିଛନ୍ତି ସେ ନିଜକୁ ଅଲଗା କରି କରୋନା ଟେଷ୍ଟ କରନ୍ତୁ। କର୍ଣ୍ଣାଟକ ସିଏମ୍ ପୂର୍ବରୁ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ଚଳିତ ବର୍ଷ ଜାନୁଆରୀରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ବାହାରିଥିଲା।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Source link

Author: