ଖସୁଛି କରୋନା ଗ୍ରାଫ୍ ; ସତର୍କତା ବଜାୟ ରଖିବା ସହ ସ୍ୱାସ୍ଥ୍ୟ ବିଭାଗ ଜାରି କଲା ସୂଚନା

IAS Coaching

News 18 Odia Digital

ଭୁବନେଶ୍ୱର; ତଳକୁ ଖସୁଛି କରୋନା ଗ୍ରାଫ । ରାଜ୍ୟରେ ୨୪ ଘଣ୍ଟାରେ ୭୯୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୪୬୬, ଲୋକାଲ୍ କେସ୍ ୩୩୧ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୩୪ ଜଣ ରହିଛନ୍ତି । ସୁନ୍ଦରଗଡ଼ରୁ ୧୭୬, ଖୋର୍ଦ୍ଧାରୁ ୧୧୩, ସମ୍ବଲପୁରରୁ ୬୬ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୩ ହଜାର ୯୪୨କୁ ବୃଦ୍ଧି ପାଈଛି । ଆକ୍ଟିଭ୍ କେସ୍ ୬,୭୩୨ ରହିଥିବା ବେଳେ ସୁସ୍ଥ ହେଲେଣି ୧୨ ଲକ୍ଷ ୯୮ ହଜାର ୧୬ ଆକ୍ରାନ୍ତ ।

News18

ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬,୪୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୪,୪୦,୩୬,୨୭୫ ରେ ପହଞ୍ଚିଛି। କୋଭିଡ ଯୋଗୁ ପ୍ରାଣ ହରାଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୫,୨୬,୩୯୬ କୁ ବୃଦ୍ଧି ପାଇଛି । ମୋଟ ସୁସ୍ଥଙ୍କ ସଂଖ୍ୟା ୪,୩୩,୬୫,୮୯୦ କୁ ବୃଦ୍ଧି ପାଇଛି । ଅନ୍ୟ ପଟେ ସକ୍ରିୟ ମାମଲା ବର୍ତ୍ତମାନ ୧,୪୩,୯୮୯ ପହଞ୍ଚିଛି ।
ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ରବିବାର ତୁଳନାରେ ଦୈନିକ ମାମଲା ଏବଂ ମୃତ୍ୟୁ ମାମଲାରେ ହ୍ରାସ ଘଟିଛି । ୩୧ ଜୁଲାଇ ଅର୍ଥାତ ରବିବାର ଦିନ ଦେଶରେ ୧୯,୬୭୩ ନୂଆ ମାମଲା ଚିହ୍ନଟ ହୋଇଥିଲା । ଏଥି ସହିତ ୩୯ ଜଣ ଲୋକ ପ୍ରାଣ ହରାଇଛନ୍ତି । ଯେତେବେଳେକି ରବିବାର ଦିନ ୧୧.୫% କମ୍ ମାମଲା ଶନିବାର ଅର୍ଥାତ୍ ୩୦ ଜୁଲାଇ ତୁଳନାରେ ପଞ୍ଜିକୃତ ହୋଇଥିଲା । ଜୁଲାଇ ୩୦ ରେ, ଦେଶରେ ଗୋଟିଏ ଦିନରେ ୨୦,୪୦୮ ନୂତନ କରୋନା ମାମଲା ରୁଜୁ ହୋଇଥିଲା। ଯାହା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪,୪୦,୦୦,୧୩୮ କୁ ବୃଦ୍ଧି ପାଇଥିଲା । ଏଥି ସହିତ ଶନିବାର ଦିନ ୪୪ ଜଣଙ୍କର ମୃତ୍ୟୁ ଘଟିଥିଲା ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: