ଉପର ମୁହାଁ କରୋନା ଗ୍ରାଫ୍; କଟକଣା ନମାନିଲେ ପୁଣି ଛୁଇଁପାରେ ୪ ଅଙ୍କ

IAS Coaching

News 18 Odia Digital

ଭୁବନେଶ୍ୱର; ପିଛା ଛାଡୁନି କରୋନା । ସେୟାର ମାର୍କେଟ୍ ଗ୍ରାଫ୍ ପରି ଉପର ତଳ ହେଉଛି କରୋନା କେସ୍ । ରାଜ୍ୟରେ ୨୪ ଘଣ୍ଟାରେ ୮୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୭୭ ଥିବାବେଳେ ସ୍ଥାନୀୟ ଆକ୍ରାନ୍ତ ୩୩୯ ରହିଛି । ୧୮ ବର୍ଷରୁ କମ୍ ବର୍ଗର ୧୧୮ ଜଣ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧତ୍କ ୨୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୪୧, କଟକରୁ ୭୮, ସମ୍ବଲପୁରରୁ ୫୭, ମୟୂରଭଞ୍ଜ ୨୯, ନୟାଗଡ଼ ୨୬, ଯାଜପୁର ୨୬, ପୁରୀ ୨୦, ସୋନପୁର ୧୪, ବାଲେଶ୍ଵର, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦ୍ରାପଡାରୁ ୧୩ ଲେଖାଏଁ, କଳାହାଣ୍ଡିରୁ ୧୨, ବୌଦ୍ଧରୁ ୧୧, ବଲାଙ୍ଗୀର ଓ କେନ୍ଦୁଝରରୁ ୧୦ ଲେଖାଏଁ, ଗଜପତିରୁ ୯, ଭଦ୍ରକ ୮, ଅନଗୁଳ, ବରଗଡ଼, କନ୍ଧମାଳ ଓ ନବରଙ୍ଗପୁରରୁ ୭ ଲେଖାଏଁ, ଢେଙ୍କାନାଳ, ରାୟଗଡ଼ାରୁ ୬ ଲେଖାଏଁ, ଦେଓଗଡ଼ରୁ ୫, କୋରାପୁଟରୁ ୩ ଓ ନୂଆପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୯,୯୨୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୧୨, ୮୪,୮୩୫ ଆକ୍ରାନ୍ତ ସୁସ୍ଥ ହେଲେଣି । ୫୯୧୧ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

ସେପଟେ ଦେଶରେ ଦିନକରେ ୧୬ ହଜାର ୯୩୫ ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଥିବା ବେଳେ ୫୧ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ୍ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୫ ହଜାର ୭୬୦କୁ ବୃଦ୍ଧି ପାଇଛି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୪ ହଜାର ୨୬୪ ରହିଛି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୪ କୋଟି ୩୦ ଲକ୍ଷ ୯୭ ହଜାର ୫୧୦ ଆକ୍ରାନ୍ତ ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: