ସଂକ୍ରମଣ ସଂଖ୍ୟା ହଜାର ପାର ହେବାପରେ କଡ଼ାକଡ଼ି ହେଲା କୋଭିଡ କଟକଣା; ନମାନିଲେ ଫସିବେ

IAS Coaching

News 18 Odia Digital

ଭୁବନେଶ୍ୱର; ରାଜ୍ୟରେ ଲଗାତାର କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗତକାଲି ବିଏମସି ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ନୂଆ ଆଡଭାଇଜରି ଜାରି କରିଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ସହ ମାସ୍କକୁ ସଠିକ ଢଙ୍ଗରେ ନପିନ୍ଧିଲେ କୌଣସି ଦୋକାନ ଭିତରକୁ ଗ୍ରାହକ ପସିପାରିବେନି । ଭିଡ଼ ସ୍ଥାନରେ ସାମାଜିକ ଦୂରତ୍ୱ ରଖିବା ବାଧ୍ୟତାମୂଳକ । ବ୍ୟବସାୟୀମାନେ ନିଜ ଦୋକାନ ସାମ୍ନାରେ ‘No Mask No Entry’ No Mask No Goods’ ଲେଖିବାକୁ ପରାମର୍ଶ ଦିଆଯାଇଛି । ଏନେଇ ବିଏମସି ପକ୍ଷରୁ ମଧ୍ୟ ଯାଞ୍ଚ ପ୍ରକିୟା ଆରମ୍ଭ ହୋଇପାରେ । ମାସ୍କ ନପିନ୍ଧିଲେ ଉଭୟ ଦୋକାନୀ ଓ ଗ୍ରାହକ ମୋଟା ଅଙ୍କର ଫାଇନ୍ ଗଣିପାରନ୍ତି । କେବଳ ସେତିକି ନୁହେଁ ପେଟ୍ରୋଲ ପମ୍ପରେ ମାସ୍କ ପିନ୍ଧିନଥିଲେ ଗ୍ରାହକଙ୍କୁ ପେଟ୍ରୋଲ୍ ମିଳିବନି ।

ଉଭୟ ସରକାରୀ ବେସରକାରୀ ଅଫିସ ଗୁଡ଼ିକୁ ମଧ୍ୟ ମାସ୍କ ଓ ସାମାଜିକ ଦୂରତ୍ୱ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ କିପରି ବ୍ୟତିକ୍ରମ ନହୁଏ ସେନେଇ ଅଫିସ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ବିଏମସି ଚିଠିରେ ଉଲ୍ଲେଖ କରିଛି । ଜନଗହଳୀପୂର୍ଣ୍ଣ ସ୍ଥାନରେ ଛେପ ନପକାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଯୋଗ୍ୟ ପୂର୍ବରୁ ରାଜ୍ୟରେ କୋଭିଡ ସଂକ୍ରମଣ ୩ଅଙ୍କ ସଂଖ୍ୟା ମଧ୍ୟରେ ରହୁଥିଲା । କିନ୍ତୁ ଗତ ଦୁଇଦିନ ହେବ ସଂଖ୍ୟା ହଜାରେ ପାର କରିଛି । ସର୍ବାଧିକ ସଂକ୍ରମିତ ଜିଲ୍ଲା ଭାବରେ ଖୋର୍ଦ୍ଧା ଏକ ନମ୍ୱର ସ୍ଥାନରେ ରହିଛି । ତେଣୁ ସଂକ୍ରମଣ କମାଇବାକୁ ଦୃଷ୍ଟିରେ ରଖି ବିଏମସି ନୂଆ ନିୟମ ଜାରି କରିଛି । ଯଦି ଆଗକୁ କୋଭିଡ ସଂକ୍ରମଣ ଅଧିକ ହେବ ତେବେ ନିୟମରେ ପରିବର୍ତ୍ତନ କରାଯାଇ ଆହୁରି କଡ଼ାକଡ଼ି କରାଯାଇପାରେ ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Source link

Author: