କମିବାର ନାଁ ନେଉନି କରୋନା ସଂକ୍ରମଣ; ଆଜିର ରିପୋର୍ଟରେ ବି ହଜାରେ ପାର୍

IAS Coaching

​News 18 Odia Digital

ଭୁବନେଶ୍ୱର; ରାଜ୍ୟରେ ଗତକାଲିର କରୋନା ସଂକ୍ରମିତଙ୍କ ସଂଖ୍ୟା ରିପୋର୍ଟ ଯେତିକି ଚିନ୍ତା ବଢ଼ାଇଥିଲା ଆଜିର ରିପୋର୍ଟ ତାହାକୁ ଦ୍ୱିଗୁଣିତ କରିଛି । କାଲି ୧୦୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପଜିଟିଭ୍ ସଂଖ୍ୟାରେ ବୃଦ୍ଧି ହୋଇଛି । ଆଜି ପୁଣି ୧୦୬୫ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୬୨୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନିୟ ସଂକ୍ରମିତଙ୍କ ସଂଖ୍ୟା ୪୪୧ ରହିଛି । ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୨୨ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ସମୁଦାୟ ୨୮ଟି ଜିଲ୍ଲାରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨ଟି ଜିଲ୍ଲାରୁ କୌଣସି ପଜିଟିଭ୍ ରିପୋର୍ଟ ଆସିନାହିଁ । ଏ ସମ୍ପର୍କରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ବିବରଣୀ ଜାରି କରିଛି ।​

ଜିଲ୍ଲା ଗୁଡ଼ିକର ସଂକ୍ରମିତଙ୍କ ସଂଖ୍ୟା ହେଉଛି , କଟକରୁ ୧୩୫ ଜଣ, ସୁନ୍ଦରଗଡ଼ରୁ ୧୧୧, ସମ୍ବଲପୁରରୁ ୫୮ ବାଲେଶ୍ୱରରୁ ୧୪, ଭଦ୍ରକରୁ ୫, ବଲାଙ୍ଗିରରୁ ୮, ବୌଦ୍ଧରୁ ୧, ଦେବଗଡ଼ରୁ ୫ , ଢେଙ୍କାନାଳରୁ ୨, ଗଜପତିରୁ ୩ , ଗଞ୍ଜାମରୁ ୬ , ଜଗତସିଂହପୁରରୁ ୨୧ , ଯାଜପୁରରୁ ୨୧ , ଝାରସୁଗୁଡ଼ାରୁ ୧୮, କଳାହାଣ୍ଡିରୁ ୧୪, କନ୍ଧମାଳରୁ ୬, କେନ୍ଦ୍ରାପଡ଼ାରୁ ୧୮, କେନ୍ଦୁଝରରୁ ୬ ଜଣ, ଖୋର୍ଦ୍ଧାରୁ ୩୬୧, କୋରାପୁଟରୁ ୩ ଜଣ, ମାଲକାନଗିରିରୁ ୧ ଜଣ, ମୟୂରଭଞ୍ଜରୁ ୫୨, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୧୮ , ନୂଆପଡ଼ାରୁ ୧୧, ପୁରୀରୁ ୪୪, ରାୟଗଡ଼ାରୁ ୧୩, ସୋନପୁରରୁ ୩୧, ଓ ଷ୍ଟେଟପୁଲରୁ ୭୬ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ଆଜିର ରିପୋର୍ଟକୁ ମିଶାଇ ରାଜ୍ୟରେ ସମୁଦାୟ ୧୨ଲକ୍ଷ ୯୮ ହଜାର ୨୪୦ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ତନ୍ମଧ୍ୟରୁ ୧୨ଲକ୍ଷ ୮୩ ହଜାର ୬୮୩ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୫ହଜାର ୩୭୬ ରହିଛି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: