କରୋନା ସଂକ୍ରମଣ; ବିଏମସି କଡ଼ାକଡ଼ି କଲା ନିୟମ – News18 ଓଡିଆ

IAS Coaching

​News 18 Odia Digital

ଭୁବନେଶ୍ୱର : ଲଗାତାର ଭାବରେ କିଛିଦିନ ହେବ କରୋନା ସଂକ୍ରମଣ ବଢୁଥିବାରୁ କରୋନା କଟକଣାକୁ କଡ଼ାକଡ଼ି କଲା ବିଏମସି । ଜଳଖିଆ ଦୋକାନ ଓ ଜନଗହଳୀପୂର୍ଣ୍ଣ ସ୍ଥାନରେ ଅଧିକ ଭିଡ଼ ନକରିବାକୁ ବିଏମସି ତରଫରୁ ପରାମର୍ଶ ଦିଆଯାଇଛି । ଅଧିକ ଗହଳୀ ବଢିଲେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ହୋଟେଲ୍ ଓ ଠେଲା ଗାଡ଼ିରେ ଖାଦ୍ୟ ବିକୁଥିବା ଦୋକାନୀଙ୍କୁ ପାର୍ସଲ ଦେବାପାଇଁ କୁହାଯାଇଛି ।

ଏଥିସହ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । କୌଣସି ସ୍ଥାନରେ ନିୟମ ଭଙ୍ଗହେଲେ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ କରୋନା ସଂକ୍ରମଣ ବୃଦ୍ଧି ହେବାରୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସତର୍କ କରାଇଛନ୍ତି । ସୁସ୍ଥ ଲୋକଙ୍କ ପାଇଁ ଏହା ଏତେ ମାରାତ୍ମକ ନଥିବାବେଳେ ଯେଉଁମାନେ ରୋଗରେ ପିଡ଼ିତ ସେମାନେ ସତର୍କ ରହିବା ଜରୁରୀ ବୋଲି ନିରଞ୍ଜନ କହିଛନ୍ତି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସମୁଦାୟ ରାଜ୍ୟରେ ୫୭୨ ସଂକ୍ରମିତ ହୋଇଥିବା ବେଳେ ସତର୍କ ହିଁ କରୋନାକୁ କମାଇପାରିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ତେବେ ଆଗକୁ ଖୁବଶୀଘ୍ର କରୋନା ସଂକ୍ରମଣ କମିଯିବ ବୋଲି ଅନୁମାନ କରିଛନ୍ତି ନିରଞ୍ଜନ ମିଶ୍ର ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Source link

Author: