ରାଜ୍ୟରେ ୫୭୬ ନୂଆ ସଂକ୍ରମିତ ଚିହ୍ନଟ – News18 ଓଡିଆ

IAS Coaching

News 18 digital

ଧୀରେ ଧୀରେ ଏହାର ଗତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତକାଲି ୫୧୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୫୭୬ରେ ପହଞ୍ଚିଛି । ସଂଗରୋଧ କେନ୍ଦ୍ରରୁ ୩୩୭ ଓ ସ୍ଥାନୀୟ ଅଞ୍ଚଳରୁ ୨୩୯ ଜଣ ଚିହ୍ନଟ ହୋଇଛନ୍ତି । ମହାନଗରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଏହାର ପ୍ରଭାବ ଦେଖିବାକୁ ମିଳୁ ନାହିଁ। ସମସ୍ତେ ଲଗାମ ଛଡ଼ା ହୋଇ ବୁଲୁଥିବାର ଦେଖିବାକୁ ମିଳୁଛି।

News18

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୪ ଟି ମାମଲା ରହିଛି । ସେହିପରି ଅନୁଗୋଳରୁ ୧, ବାଲେଶ୍ବରରୁ ୧୬, ବରଗଡରୁ ୨, ବୌଦ୍ଧରୁ ୧, ଭଦ୍ରକରୁ ୬, ବଲାଙ୍ଗୀରରୁ ୨, ବୌଦ୍ଧରୁ ୧, କଟକରୁ ୧୧୮, ଦେବଗଡରୁ ୪, ଢେଙ୍କାନାଳରୁ ୨, ଗଜପତିରୁ ୮, ଜଗତସିଂହପୁରରୁ ୮, ଯାଜପୁରରୁ ୬, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୫, କେନ୍ଦ୍ରାପଡାରୁ ୩, କେନ୍ଦୁଝରରୁ ୪, କୋରାପୁଟରୁ ୩, ମୟୂରଭଞ୍ଜରୁ ୧୭, ନବରଙ୍ଗପୁରରୁ ୧, ନୟାଗଡରୁ ୨, ନୂଆପଡାରୁ ୫, ପୁରୀରୁ ୩୭, ରାୟଗଡାରୁ ୨, ସମ୍ବଲପୁରରୁ ୬, ସୋନପୁରରୁ ୨୦, ସୁନ୍ଦରଗଡରୁ ୪୨, ଷ୍ଟେଟପଲରୁ ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୯୩,୯୦୪ ରେ ପହଞ୍ଚିଛି।

ରାଜ୍ୟର ୨୭ଟି ଜିଲ୍ଲାରୁ ୫୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୩ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୪ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: