ସ୍ଥିତି ସଙ୍ଗୀନ ହେବ ନେଇ ଏକ୍ସପର୍ଟଙ୍କ ଚେତାବନୀ – News18 ଓଡିଆ

IAS Coaching

News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବଢିଲା କୋଭିଡ଼ ସଂକ୍ରମଣ । ବେଶ୍ କିଛି ମାସର ବ୍ୟବଧାନ ପରେ ରାଜ୍ୟରେ କୋଭିଡ଼ ସଂକ୍ରମଣ  ପୁଣିଥରେ ଉପରମୁହାଁ ହେବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ କୋଭିଡ଼ ଆକ୍ରାନ୍ତଙ୍କ  ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କୋଭିଡ଼ ପାଇଁ ଉଦ୍ଦିଷ୍ଟ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି । ଅନ୍ୟପକ୍ଷରେ ଏକ୍ସପର୍ଟଙ୍କ ମତରେ, ଏବେ କୋଭିଡ଼ର ଚତୁ୍‌ର୍ଥ ଲହରୀ ଆରମ୍ଭ ହୋଇଥିବାବେଳେ ଯଦି କୋଭିଡ଼ ନିୟମକୁ  ଏଭଳି ଅଣଦେଖା କରାଯାଏ, ତେବେ ଆଗକୁ ସ୍ଥିତି ସଙ୍ଗୀନ ହୋଇପାରେ ।

ସାରା ରାଜ୍ୟରେ କୋଭିଡ଼ ସଂକ୍ରମଣ ଧୀରେ ଧୀରେ ଉପରମୁହାଁ ହୋଇଥିବାରୁ ଏହାକୁ ନେଇ ଚିନ୍ତା ବଢିଛି। ବିଶେଷକରି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କୋଭିଡ଼ ସଂକ୍ରମଣ ବଢୁଥିବାରୁ ନିକଟରେ ଏନେଇ ମହାନଗର ନିଗମ ପକ୍ଷରୁ ଜାରି କରାଯାଇଛି ସତର୍କ ସୂଚନା । କୋଭିଡ଼ ସଂକ୍ରମଣକୁ ଏଡ଼ାଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ତଥା ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦେଇଛି ନିଗମ ସ୍ୱାସ୍ଥ୍ୟ ବିଭାଗ ।

କିନ୍ତୁ ଏହି ନିୟମକୁ ଫୁରେ ଉଡ଼ାଇ ଦେଉଛନ୍ତି ଭୁବନେଶ୍ୱର ବାସିନ୍ଦା । ରାସ୍ତାଘାଟ ଓ ବଜାରଘାଟରେ କୋଭିଡ଼ ନିୟମକୁ କେହିବି ଅନୁପାଳନ କରୁ ନାହାନ୍ତି । ଗ୍ରାଉଣ୍ଡ ରିଏଲିଟି ଜାଣିବା ସମୟରେ ଭୁବନେଶ୍ୱର ମଂଚେଶ୍ୱର, ଭିଏସଏସ ନଗର ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ଅନେକଙ୍କର ଯୁକ୍ତି ଥିଲା କୋଭିଡ଼ ସଂକ୍ରମଣ କମିଥିବାରୁ ସେମାନେ ମାସ୍କ ପିନ୍ଧିବା କମ କରି ଦେଇଛନ୍ତି । ଏବେ ସଂକ୍ରମଣ ବଢୁଥିବାରୁ ପୁଣି ପିନ୍ଧିବେ । ଅନେକ ମଧ୍ୟ ମହାନଗର ନିଗମର ନିୟମକୁ ଗୁରୁତ୍ୱ ଦେଉ ନଥିବା ଦେଖିବାକୁ ମିଳିଥିଲା ।

ଭିଏସଏସ ନଗରରେ ଵ୍ୟଵସାୟୀ ରାଜେନ୍ଦ୍ର ମିଶ୍ର କହିଛନ୍ତି,“ଲୋକେ ଗତ କିଛି ମାସ ହେବ କୋଭିଡକୁ ଏକପ୍ରକାର ଭୁଲିଯିବାକୁ ବସିଥିଲେ। ଏବେ ସଂକ୍ରମଣ ବଢୁଥିବାରୁ ସେମାନେ ଗୁରୁତ୍ୱ ଦେବାକୁ ସମୟ ଲାଗିବ”।

ଲୋକମାନଙ୍କର ବେପରୁଆ ମନୋଭାବ ସଙ୍ଗୀନ ସ୍ଥିତିକୁ ଆମନ୍ତ୍ରଣ କରିପାରେ ବୋଲି  ଚେତାଇ ଦେଇଛନ୍ତି ସମ୍ କୋଭିଡ଼ କୋଭ୍ୟାକ୍ସିନ ସେଣ୍ଟରର ଚିଫ୍ ଇନ୍‌ଭେଷ୍ଟିଗେଟର ଡ଼. ଈପାରୀ ଭେଙ୍କେଟ ରାଓ । ଡ଼. ରାଓଙ୍କ ମତରେ କୋଭିଡ଼ ସଂକ୍ରମଣ ବଢିବା ଅର୍ଥ ଚତୁ୍‌ର୍ଥ ଲହରି ଆରମ୍ଭ ହୋଇଯାଇଛି । ଏହାକୁ ହାଲକା ଭାବେ ନେବା ଉଚିତ୍ ନୁହେଁ । କାରଣ ସବୁବେଳେ ରୂପ ପରିବର୍ତନ କରୁଥିବା କୋଭିଡ଼ ଭୂତାଣୁ  କୌଣସି ସମୟରେ ବି ମଣିଷ ପାଇଁ ମାରାତ୍ମକ ସାବ୍ୟସ୍ତ ହୋଇପାରେ”।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: