ଦେଶରେ ୩୧ ମୃତ – News18 ଓଡିଆ

IAS Coaching

News 18 Odia Digital

ଭୁବନେଶ୍ୱର/ନୂଆଦିଲ୍ଲୀ : ରାଜ୍ୟ ସମେତ ସାରା ଦେଶରେ ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମାସେ ପୂର୍ବରୁ ସ୍ଥିତି ସ୍ୱଭାବିକ ଥିବାବେଳେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସବୁ ମହଲରେ ଭୟର ବାତାବରଣ ସୃଷ୍ଟି କରିଛି ।

ଆଜି ରାଜ୍ୟରୁ ୩୪୬ କୋଭିଡ୍ ୧୯ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ତନ୍ମଧ୍ୟରୁ ୨୦୨ ଜଣଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ କରାଯାଇଥିବାବେଳେ ୧୪୪ ଜଣ ହେଉଛି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା । ୧୮ ବର୍ଷରୁ କମ୍ ବୟସର ୪୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଗତକାଲି ପରି ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୧୮୯ ଜଣ ସଂକ୍ରମିତ ହୋଇଛନ୍ତି । ୧୮ଟି ଜିଲ୍ଲାରେ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୧୨ଟି ଜିଲ୍ଲାରେ କେହି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।

ପଜିଟିଭ୍ ସଂକ୍ରମିତ ହୋଇଥିବା ଜିଲ୍ଲା ଗୁଡ଼ିକ ମଧ୍ୟରେ, କଟକରୁ ୫୧ ଜଣ, ଷ୍ଟେଟପୁଲରୁ ୪୧ ଜଣ, ସୁନ୍ଦରଗଡ଼ରୁ ୧୩ ଜଣ, ବାଲେଶ୍ୱରରୁ ୭ଜଣ, ନୂଆପଡ଼ାରୁ ୭ଜଣ, ଜଗତସିଂହପୁରରୁ ୭ଜଣ, ସମ୍ୱଲପୁରରୁ ୫ଜଣ, ରାୟଗଡ଼ାରୁ ୫ଜଣ, ଯାଜପୁରରୁ ୪ଜଣ, ପୁରୀରୁ ୪ଜଣ,  ଭଦ୍ରକରୁ ୪ଜଣ, ମୟୁରଭଞ୍ଜରୁ ୨ଜଣ, ଝାରସୁଗୁଡ଼ାରୁ ୨ଜଣ, କଳାହାଣ୍ଡି, ନୟାଗଡ, କେନ୍ଦୁଝର, ଗଞ୍ଜାମ, ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୩୧୦ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: