ପୁଣି ଉପର ମୁହାଁ କରୋନା; ୨୪ ଘଣ୍ଟାରେ ୧୭ ହଜାରରୁ ଅଧିକ ମାମଲା ଚ – News18 ଓଡିଆ

IAS Coaching

News18 Odia Digital

India Covid19 Update: ଦେଶରେ କରୋନା ମାମଲାରେ ଦ୍ରୁତ ଗତି ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭,୦୯୨ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥି ସହିତ ଗୋଟିଏ ଦିନରେ ୨୯ ଜଣ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଛି।

ଶୁକ୍ରବାର ଦିନ, ୧୭,୦୭୦ ନୂଆ କରୋନା ମାମଲା ଚିହ୍ନଟ ହୋଇଥିଲା। ଗତକାଲି ଅନୁଯାୟୀ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ପଞ୍ଜିକୃତ ହୋଇଛି। ଏଥି ସହିତ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଏକ ଲକ୍ଷରୁ ଅଧିକ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୪,୬୮୪ ଲୋକ କରୋନାଙ୍କୁ ପରାସ୍ତ କରିଛନ୍ତି। ଏଥି ସହିତ ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା ୧୦୯,୫୬୮କୁ ବୃଦ୍ଧି ପାଇଛି। ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମାମଲା ପୁଣି ଥରେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।

ମହାରାଷ୍ଟ୍ରରେ କରୋନା ଅନିୟନ୍ତ୍ରିତ

ଶୁକ୍ରବାର ଦିନ, ମହାରାଷ୍ଟ୍ରରେ ୩,୨୪୯ ନୂଆ କରୋନା ମାମଲା ରିପୋର୍ଟ ହୋଇଥିଲା, ଯାହା ଗୋଟିଏ ଦିନ ପୂର୍ବରୁ ରିପୋର୍ଟ ହୋଇଥିବା ତୁଳନାରେ ୪୦୦ କମ୍ ଥିଲା। ଏହା ସହିତ ମହାମାରୀ ଯୋଗୁଁ ଆଉ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। ବୁଲେଟିନ୍‌ରେ କୁହାଯାଇଛି ଯେ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୭୯,୭୯,୩୬୩ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି ଓ ୧,୪୭,୯୨୯ ରୋଗୀଙ୍କ ମୃତ୍ୟୁ ଘଟିଛି।

ଦିଲ୍ଲୀରେ ୮୧୩ ନୂଆ କରୋନା ମାମଲା ଚିହ୍ନଟ

ଏଥି ସହିତ ଶୁକ୍ରବାର ଦିନ ରାଜଧାନୀ ଦିଲ୍ଲୀରେ କରୋନାର ୮୧୩ଟି ନୂଆ ମାମଲା ଟିହ୍ନଟ ହୋଇଥିଲା। ସଂକ୍ରମଣ ହାର ୫.୩୦ ପ୍ରତିଶତ ଥିବାବେଳେ ସଂକ୍ରମଣ ହେତୁ ଆଉ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ବିଭାଗର ବୁଲେଟିନ୍‌ରେ କୁହାଯାଇଛି ଯେ ଏହା ସହିତ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧୯,୩୫,୬୮୭କୁ ବୃଦ୍ଧି ପାଇଥିବାବେଳେ ମୃତକଙ୍କ ସଂଖ୍ୟା ୨୬,୨୬୪କୁ ବୃଦ୍ଧି ପାଇଛି।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: