ରାଜଧାନୀରେ ଟୀକାକରଣ ନୈରାଶ୍ୟଜନକ; ୧୨-୧୪ ବର୍ଷ ବର୍ଗର ୩୯% ନେଇଛନ୍ତି ଟିକା

IAS Coaching

News18 Odia Digital

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ଟୀକାକରଣ ନୈରାଶ୍ୟଜନକ। ନା ପ୍ରିକସନ ଡୋଜ ନେଉଛନ୍ତି ନାଗରିକ ନା ୧୨ ରୁ ୧୭ ବର୍ଷ ପିଲାଙ୍କୁ ଦିଆଯାଇଛି ଟିକା। ୧୨ ରୁ ୧୪ ବର୍ଷ ରେ ମାତ୍ର ୩୯% ପିଲା ଟିକା ନେଇଥିବାବେଳେ ୧୫ ରୁ ୧୭ ବର୍ଷ ମଧ୍ୟରେ ୮୧% ପିଲା ଟିକା ନେଇଛନ୍ତି। ଯାହାକୁ ନେଇ ଉଭୟ ଭୁବନେଶ୍ୱର ମହାନଗର ନିଗମ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ।

ପୁଣି ଉପରମୁଁହା କୋରୋନା ସଂକ୍ରମଣ। ଦିନକୁ ଦିନ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟା ଚିନ୍ତା ବଢ଼ାଉଛି। ତା ଭିତରେ ଟୀକାକରଣ ବି ଧିମେଇଛି। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ। ଭୁବନେଶ୍ୱର ମହାନଗର ନିଗମର ଉତ୍ସାହଜନକ ନୁହେଁ ଟିକାକରଣ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ଏବେ ରାଜଧାନୀର ୨୪ ଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଛି ଟୀକାକରଣ। ହେଲେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଖାଲି। ୬୦ବର୍ଷରୁ  ଉର୍ଦ୍ଧ୍ବ କୋରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ ବୁଷ୍ଟର ଡୋଜ ଦିଆଯାଉଛି। ହେଲେ ସାଧାରଣ ଲୋକ ଆସୁନାହାନ୍ତି। ଆଗ ଅପେକ୍ଷା ସଂଖ୍ୟା କମିଛି ବୋଲି ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷ କହୁଛନ୍ତି। ଦିନ ୧୦ ଟାରୁ ସ୍କୁଲ ଖୋଲିବା ପରେ ପିଲାମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିପାରୁନାହାନ୍ତି। ରବିବାର ଛାଡ଼ିଦେଲେ ଅନ୍ୟ ସବୁଦିନ ଫାଙ୍କା ପଡୁଛି କେନ୍ଦ୍ର।

୧୨ରୁ ୧୪ ବର୍ଷ ବୟସ ବର୍ଗର ୪୨ ହଜାର ୬୨୭ ଜଣଙ୍କୁ ଟିକାକରଣ କରିବାର ଥିଲା କିନ୍ତୁ ଆଜିଯାଏଁ ମାତ୍ର ୧୬ ହଜାର ୬୨୭ ଜଣ ପ୍ରଥମ ଡୋଜ୍ ନେଇଛନ୍ତି। ମାତ୍ର ୩୯ ପ୍ରତିଶତ ଲକ୍ଷ୍ଯ ପୂରଣ ହୋଇଛି। ସେହିପରି ୧୫ ରୁ ୧୭ ବର୍ଷ ବୟସ ବର୍ଗର ୬୨ ହଜାର ୬୮୦ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ଯ ରଖାଯାଇଥିଲା। ନେଇଛନ୍ତି ମାତ୍ର ୫୦ ହଜାର ୬୫୧। ୮୧ ପ୍ରତିଶତ ଲକ୍ଷ୍ଯ ପୂରଣ ହୋଇଛି। ସବୁଠାରୁ ନୈରାଶ୍ୟଜନକ ହେଇଛି ପ୍ରିକସନ୍ ଡୋଜ୍। ଆଜିଯାଏଁ ୯୯୩ ଜଣ ସ୍ବାସ୍ଥ୍ଯକର୍ମି, ୧୬ ହଜାର ୮୦୪ FLW( Field Level Worker)  ପ୍ରିକସନ୍ ଡୋଜ୍ ନେଇଛନ୍ତି। ୬୦ ବର୍ଷରୁ ଅଧିକ ବର୍ଗ ବୟସର ମାତ୍ର ୬୬ ହଜାର ୧୬୪ ଜଣ ପ୍ରିକସନ୍ ଡୋଜ୍ ନେଇଛନ୍ତି। କୋଉଠି ରହୁଛି ଭୁଲ୍? କାହିଁକି ପିଲା ହୁଅନ୍ତୁ କି ବୟସ୍କ ଟୀକା ନେବାକୁ କାହିଁକି ଆଗ୍ରହ ପ୍ରକାଶ କରୁନାହାଁନ୍ତି? କର୍ମଚାରୀ ବସିବସି ଫେରୁଛନ୍ତ, ଲୋକ ଯାଉ ନାହାଁନ୍ତି ସେ ଉପରେ ନଜର ଦିଅ। ଏଭଳି ତାଗିଦ କରିଛି ସ୍ବାସ୍ଥ୍ଯ ବିଭାଗ। ତେବେ ସ୍କୁଲ ଛୁଟି ଥିବାରୁ ୧୨ ରୁ ୧୪ ବର୍ଷ ପିଲାଙ୍କ ଟୀକାକରଣ ବନ୍ଦ ରହିଥିଲା।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Source link

Author: