ବଢୁଛି କୋଭିଡ଼ ଚିନ୍ତା; ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବାକୁ ପରାମର୍ଶ ଦେଲେ ଏକ୍ସପର୍ଟ

IAS Coaching

News18 Odia Digital

ଭୁବନେଶ୍ୱର: କୋଭିଡ଼ର ଚତୁର୍ଥ ଲହରିକୁ ନେଇ ପୁଣି ଆଶଙ୍କା ଦେଖା ଦେଇଥିବା କାରଣରୁ ଏବେ ବିମାନ ଯାତ୍ରାରେ  ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ଭଳି ସର୍ବ ସାଧାରଣ ସ୍ଥାନଗୁଡ଼ିକରେ ମାସ୍କ ପିନ୍ଧିବା ନିୟମକୁ କଡ଼ାକଡ଼ି କରାଯିବା ଦରକାର । ଏହା କହିଛନ୍ତି ସମ୍ କୋଭିଡ଼ କୋଭ୍ୟାକ୍ସିନ ସେଂଟରର ଚିଫ ଇନଭେଷ୍ଟିଗେଟର ଡ଼. ଇପାରୀ ଭେଙ୍କେଟ ରାଓ ।

ଡ଼ଃ ରାଓ କହିଛନ୍ତି,  ଦେଶର ବିଭିନ୍ନ ରାଜ୍ୟର ଛୋଟବଡ଼ ସହରଗୁଡ଼ିକରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ସଂକ୍ରମଣ ବଢୁଥିବାରୁ ଏ କ୍ଷେତ୍ରରେ ଅଧିକ ସତର୍କତା ରହିବା ଆବଶ୍ୟକ ।  ଏବେ ବିମାନ ଯାତ୍ରାରେ ଯେଭଳି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି ସେହିଭଳି ସର୍ବ ସାଧାରଣସ୍ଥାନଗୁଡ଼ିକରେ ମାସ୍କ ପିନ୍ଧିବା ନିୟମକୁ କଡ଼ାକଡ଼ି କରାଯିବା ଦରକାର। ଏଥିପାଇଁ ସେ ଲୋକଙ୍କୁ ଅପିଲ କରିଛନ୍ତି ।

ସେ ସ୍ପଷ୍ଟ କରିଛନ୍ତି ଯେ, କୋଭିଡ଼ର ତୃତୀୟ ଲହରୀ ପରେ ଚତୁର୍ଥ ଲହରୀକୁ ନେଇ ସମସ୍ତଙ୍କ ମଧ୍ୟରେ ଆଶଙ୍କା ଥିଲା । ଏବେ ସେ ସମୟ ଆସି ପହଞ୍ଚିଛି । ଦେଶର ବିଭିନ୍ନ ସ୍ଥାନରୁ ଏ ସଂକ୍ରାନ୍ତୀୟ ଖବର ସାମ୍ନାକୁ ଆସୁଛି । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଏହି ସ୍ଥିତି ଚିନ୍ତାଜନକ ହୋଇଛି । ଯଦିଓ ପୂର୍ବ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ହସପିଟାଲରେ ଭର୍ତି ହେବା ତଥା ମୃତ୍ୟୁମୁଖରେ ପଡ଼ୁଥିବା ଲୋକଙ୍କ ସଂଖ୍ୟା କମ ରହିଛି କିନ୍ତୁ ସ୍ଥିତି ଚିନ୍ତାଜନକ । ସଂକ୍ରମଣ ଏ ପର୍ଯ୍ୟନ୍ତ କମ ରହିବାର ମୁଖ୍ୟ କାରଣ ପୂର୍ବରୁ ଲୋକମାନେ ଏଥିରେ ଆକ୍ରାନ୍ତ ହୋଇସାରିଛନ୍ତି  ଅଥବା ଭାକ୍ସିନ ନେଇ ସାରିଛନ୍ତି । କିନ୍ତୁ ତା ସତ୍ୱେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ନିହାତି ଜରୁରୀ । ଯଦି ଏହାକୁ ଆମେ ଅଣଦେଖା କରିବା ତେବେ ବାହାରୁ ପୁଣି ଥରେ ଏହି ରୋଗକୁ ସାଙ୍ଗରେ ଧରି ଘରକୁ ଫେରିବା । ଏହାଦ୍ୱାରା ଘରେ ଥିବା ବୟସ୍କ, ଛୋଟପିଲାଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ଏହି କାରଣରୁ ମାସ୍କ ପିନ୍ଧିବାକୁ ସମସ୍ତେ ଗୁରୁତ୍ୱ ଦେବା ଦରକାର ।

ସେହିଭଳି ବରିଷ୍ଠ ଡ଼ାକ୍ତର ତଥା ଓମ୍‌ସାର ପୂର୍ବତନ ସଭାପତି ଡାକ୍ତର ମଧୁସୂଦନ ମିଶ୍ର କହିଛନ୍ତି,“ଏବେଠାରୁ କୋଭିଡ଼ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବ୍ୟକ୍ତିଗତସ୍ତରରେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ । ବିଶେଷକରି ମାସ୍କ ପିନ୍ଧିବା ଓ ଗହଳିସ୍ଥାନରୁ ନିଜକୁ ଦୂରେଇ ରଖିବା ଉଚିତ୍ । ଅତିତରେ ଏଭଳି ଭୁଲ କାରଣରୁ ଦୁଇ ବର୍ଷ ଧରି ଏହି ସମସ୍ୟାକୁ ଆମେ ସାମ୍ନା କରି ଆସୁଛନ୍ତି । ଆର୍ଥିକ ଓ ମାନସିକସ୍ତରରେ ନିଜକୁ କ୍ଷତି ପହଞ୍ଚାଇଛନ୍ତି”।

ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ବାସ୍ତବ ଦୃଷ୍ଟିରୁ ଏବେ ପୁଣି ଥରେ ସତର୍କ ରହିବାର ବେଳ । ହସପିଟାଲ କର୍ତ୍ତୃପକ୍ଷ କେବଳ ରୋଗକ୍ରାନ୍ତ ଲୋକଙ୍କୁ ଚିକିତ୍ସା ଯୋଗାଇ ପାରିବେ । କିନ୍ତୁ ନିଜେ ନିଜକୁ ସତର୍କ ରହିବା ପାଇଁ ଉଦ୍ୟମ କରିବା ଦରକାର । ଏବେ ବି ଆମ ଭିତରୁ ୨୦ ପ୍ରତିଶତରୁ ଅଧିକ ଲୋକ କୋଭିଡ଼ର ଦ୍ୱିତୀୟ ଡ଼ୋଜର ଟୀକା ନେଇ ନାହାନ୍ତି । ନିଜର ଓ ନିଜ ପରିବାରର ମଙ୍ଗଳପାଇଁ ତଥା  ସାମାଜିକ ସଂକ୍ରମଣକୁ ରୋକିବା ପାଇଁଆଜିଠାରୁ ଶପଥ ନେବା ଦରକାର । ବିଶେଷକରି ଗହଳିସ୍ଥାନକୁ ନ ଯିବା ସହିତ ମାସ୍କ ପିନ୍ଧିବା ଓ ହାତକୁ ବାରମ୍ବାର ସାନିଟାଇଜ କରିବା ଦରକାର ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: