ମାରାତ୍ମକ ହୋଇପାରେ କୋଭିଡ଼ ଚତୁର୍ଥ ଲହର! କଣ ମତ ରଖିଲେ ଏକ୍ସପର୍ଟ ଜାଣନ୍ତୁ

IAS Coaching

News18 Odia Digital

ଭୁବନେଶ୍ୱର: କୋଭିଡ଼ର ଚତୁର୍ଥ ଲହରର ପ୍ରଭାବ ମାରାତ୍ମକ ହୋଇପାରେ। ଯଦିଓ ବ୍ୟାପକ ଟୀକାକରଣ ଯୋଗୁଁ ଲୋକମାନଙ୍କ ଦେହରେ କୋଭିଡ଼ ଆଣ୍ଟିବଡ଼ି ତିଆରି ହୋଇ ସାରିଛି , ତଥାପିବି ପ୍ରଭାବ ଚିନ୍ତାଜନକ ହୋଇପାରେ। ବାରମ୍ବାର ରୂପ ପରିବର୍ତ୍ତନ କରୁଥିବା କୋଭିଡ଼ ଭୂତାଣୁ କେଉଁ ରୂପ ନେଉଛି ତାହା ଉପରେ ନଜର।

ଭୁବନେଶ୍ୱରସ୍ଥିତ ସମ୍ କୋଭିଡ଼ କୋଭ୍ୟାକ୍ସିନ ସେଣ୍ଟରର ମୁଖ୍ୟ ଇନ୍‌ଭେଷ୍ଟିଗେଟର ଡ଼. ଇପାରୀ ଭେଙ୍କେଟରାଓଙ୍କ ମତରେ, “କୋଭିଡ଼ର ଓମିକ୍ରନ ଭେରିଆଣ୍ଟ ଦ୍ରୁତ ସଂକ୍ରମଣ କରିଥିଲା । କିନ୍ତୁ ଏହା ଶୀଘ୍ର ଦୁର୍ବଳ ହୋଇ ଯାଉଥିବା ଦେଖିବାକୁ ମିଳିଥିଲା । ଏ ସମସ୍ତ କଥାକୁ ବିଚାରକୁ ନେଲେ ଆମ ଦେଶରେ କୋଭିଡ଼ ଚତୁର୍ଥ ଲହର ବିଳମ୍ବ ହେବାର ସମ୍ଭାବନା ଥିଲେ ବି ଏହାର ପ୍ରଭାବ ଘାତକ ମଧ୍ୟ ହୋଇପାରେ, ଏ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ”।

ଡ଼ଃ ଭେଙ୍କଟ ରାଓ ସ୍ପଷ୍ଟ କହିଛନ୍ତି,“ଅନ୍ୟ ଦେଶରେ ଓମିକ୍ରନ ଭରିଆଣ୍ଟ ସଂକ୍ରମଣ ପୂର୍ବରୁ କୋଭିଡ଼ର ଚତୁର୍ଥ ଲହର ଅନୁଭୂତ ହୋଇଥିଲା । କିନ୍ତୁ ଆମ ଦେଶରେ ତୁଳନାତ୍ମକ ଭାବେ ସାମାନ୍ୟ ବିଳମ୍ବରେ ଓମିକ୍ରନ ପ୍ରଭାବ ଅନୁଭୂତ ହେଲା । ତେଣୁ ଆଶା କରାଯାଉଛି କୋଭିଡ଼ର ଚତୁର୍ଥ ଲହରିର ପ୍ରଭାବ ଆସିବାରେ ବିଳମ୍ବ ହୋଇପାରେ । ଯେହେତୁ ଲୋକଙ୍କ ଦେହରେ ଅଧିକରୁ ଅଧିକ ଆଣ୍ଟିବଡ଼ି ତିଆରି ହୋଇ ସାରିଛି ତେଣୁ ଚତୁର୍ଥ ସଂକ୍ରମଣ ଲହରୀ ଆସିଲେ ବି ଏହାର କମ ପ୍ରଭାବ ରହିବ”।

କୋଭିଡ଼ର ବୁଷ୍ଟର ଡ଼ୋଜ ସମ୍ପର୍କରେ ଡ଼. ରାଓ କହିଛନ୍ତି,“ଆଗଧାଡ଼ିର କୋଭିଡ଼ ଯୋଦ୍ଧାଙ୍କୁ ଓ ବୟସ୍କ ଲୋକଙ୍କୁ ଏଭଳି ଡ଼ୋଜର ତୁରନ୍ତ ଆବଶ୍ୟକତା ରହିଛି ।   ସମସ୍ତଙ୍କ ପାଇଁ ବୁଷ୍ଟର ଡ଼ୋଜ ଯଦି ଦେବା ସମ୍ଭବ ହେବ ତେବେ କୋଭିଡ଼କୁ ସଫଳତାର ସହ ପ୍ରତିରୋଧ କରି ହେବ।

ସବୁଠାରୁ ବଡ଼ କଥା ହେଲା, ଗତ ୩ଟି ଯାକ କୋଭିଡ଼ ସଂକ୍ରମଣ ଲହରିରେ କମ୍ ବୟସର ପିଲାଙ୍କ ଉପରେ ସଂକ୍ରମଣର ସେଭଳି ପ୍ରଭାବ ପକାଇ ପାରି ନ ଥିବାରୁ ଆଶା କରାଯାଉଛି ସମ୍ଭାବ୍ୟ ଚତୁର୍ଥ ଲହରି ପିଲାଙ୍କ ପାଇଁ ଘାତକ ହେବ ନାହିଁ ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: