କୋର୍ଭିଭାକ୍ସ ଟୀକା ନେଲେ ୧୨-୧୪ ବର୍ଷ ପିଲା; ରାଜଧାନୀରେ ଟିକା ନେବେ ୪୪ହଜାର ପିଲା

IAS Coaching

News18 Odia Digital

ଭୁବନେଶ୍ୱର: ଆରମ୍ଭ ହେଲା ୧୨-୧୪ ବର୍ଷ ବର୍ଗଙ୍କୁ ଟୀକାକରଣ। ଆଜି ଠାରୁ ସାରା ଦେଶରେ ଏହି ବର୍ଗର ପିଲାଙ୍କୁ ସ୍ବତନ୍ତ୍ର ଟିକାକରଣରେ ସାମିଲ୍ କରାଯାଇଛି। ସାରା ରାଜ୍ୟରେ ଏଥିପାଇଁ ୫୪ଟି ଟୀକାକରଣ କେନ୍ଦ୍ର କରାଯାଇଛି। କ୍ରମେ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

ଆଜି ଭୁବନେଶ୍ୱର ଆଇଆରସି ଭିଲେଜ୍ ହାଇସ୍କୁଲରୁ ଆନୁଷ୍ଠାନିକ ଭାବେ ଏହା ଆରମ୍ଭ ହୋଇଛି। ଜାତୀୟ ଟୀକାକରଣ ଦିବସରେ ଆଇ.ଆର.ସି ଭିଲେଜ ହାଇସ୍କୁଲ ଓ ଆଇ.ସି.ଭିଲେଜ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟୀକାକରଣ ଆରମ୍ଭ ହୋଇଛି। ବି.ଏମ.ସି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଟୀକା କେନ୍ଦ୍ର ପରିଦର୍ଶନ କରିଥିବାବେଳେ କେବଳ ଭୁବନେଶ୍ୱରରେ ୪୪ ହଜାର ହିତାଧିକାରୀ ରହିଥିବା କହିଛନ୍ତି। ଆଗକୁ ସମସ୍ତ ସ୍କୁଲରୁ ଛାତ୍ରଛାତ୍ରୀଙ୍କ ତଥ୍ୟ ମିଳିବା ପରେ ଅନ୍ୟ ସ୍କୁଲରେ ଟୀକାକରଣ ଆରମ୍ଭ ହେବ।

” ଆଜି ଦେଶବ୍ୟାପୀ ୧୨ ରୁ ୧୪ ବର୍ଷର ପିଲାଙ୍କୁ ଟୀକାକରଣ ଆରମ୍ଭ ହୋଇଥିବାବେଳେ ଆମେ ରାଜ୍ୟରେ ମଧ୍ୟ ଆରମ୍ଭ କରିଛୁ। ଦେଶରୁ ୧୫ ଲକ୍ଷ ୨୧ ହଜାର ଛାତ୍ରଛାତ୍ରୀ ନେବେ ଟୀକା। ଆଗକୁ  ସଂଖ୍ୟା ବୃଦ୍ଧି ପାଇବ,” କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

“ଆଜି ଆଇ ଆର ସି ଭିଲେଜ ହାଇସ୍କୁଲ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଟୀକାକରଣ ଆରମ୍ଭ କରିଛୁ। ଭୁବନେଶ୍ୱରରେ ମୋଟ ୪୪ହଜାର ଛାତ୍ରଛାତ୍ରୀ ନେବେ ଟୀକା। ପରବର୍ତ୍ତୀ ସମୟରେ ସମସ୍ତ ସ୍କୁଲରେ ଟୀକାକରଣ କେନ୍ଦ୍ର ହେବ,“କହିଛନ୍ତି ବିଏମ୍ସି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ମିଶ୍ର।

ଆଇ.ଆର.ସି ଭିଲେଜ ହାଇସ୍କୁଲରେ କେନ୍ଦ୍ର କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ୧୨ ରୁ ୧୪ବର୍ଷ ପିଲାଙ୍କୁ ହ୍ଵାଟ୍ସଆପ ଗ୍ରୁପ ଜରିଆରେ ଟୀକା ବାବଦରେ ଅବଗତ କରାଯାଇଥିଲା। ବିଦ୍ୟାଳୟ ପକ୍ଷରୁ ସମସ୍ତ ଆୟୋଜନ କରାଯାଇଥିବାବେଳେ ପ୍ରାୟ ୭୦୦ ଛାତ୍ରଛାତ୍ରୀ ଟୀକା ନେବା ପାଇଁ ଯୋଗ୍ୟ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି।

“ଆମ ସ୍କୁଲରେ ୭୦୦ ଛାତ୍ରଛାତ୍ରୀ ଟୀକା ନେବାକୁ ରହିଛନ୍ତି। ଆମକୁ ସରକାରଙ୍କ ତରଫରୁ ଫୋନ ଆସିବା ପରେ ଆମେ ପିଲାଙ୍କୁ ପରିଚୟ ପତ୍ର ନେଇ ଟୀକା ନେବାକୁ ପ୍ରସ୍ତୁତ କରିଥିଲୁ। ସେଇ ହିସାବରେ ଆଜିଠାରୁ ପିଲାମାନଙ୍କୁ ଟୀକା ଦିଆଯାଉଛି,” କହିଛନ୍ତି ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ବେହେରା।

“ଆଧାରକାର୍ଡ଼ ଦେଖି ପଞ୍ଜିକରଣ କରିବା ପରେ ଆଜି ଟୀକା ଦିଆଯାଇଛି। ଟୀକା ବେଶ ଜରୁରୀ ଥିଲା ତ ଭଲ ହେଲା ଆମକୁ ବି ଶୀଘ୍ର ମିଳିଲା,“କହିଛନ୍ତି ଛାତ୍ରୀ ପ୍ରୀତିପ୍ରଜ୍ଞା ବଳ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: