କରୋନାକୁ ବ୍ରେକ ଦେବ କଣ୍ଟେନମେଣ୍ଟ ଜୋନ! ରାଜଧାନୀରେ ୧୬୦ଟି କଣ୍ଟେନମେଣ୍ଟ ଜୋନ କରିଛି BMC

IAS Coaching

News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି ସଂକ୍ରମଣ। ଭୁବନେଶ୍ୱରରେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହୋଇଛି। ସଂକ୍ରମଣକୁ ତାଳଦେଇ ବଢୁଛି କଣ୍ଟେନମେଣ୍ଟ ଜୋନ୍। କୋର୍ଟ, ହସ୍ପିଟାଲ, ସରକାରୀ ଦପ୍ତର ସମେତ ୧୬୦ରୁ ଅଧିକ କଣ୍ଟେନମେଣ୍ଟ ଜୋନ କରି ସଂକ୍ରମଣରେ ବ୍ରେକ ଦେବାକୁ ଉଦ୍ୟମ କରୁଛି ଭୁବନେଶ୍ୱର ମହାନଗର ନିଗମ। ଚଳିତ ମାସ ଶେଷରେ ସ୍ଥିତି ସୁଧୁରିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି।

ଭୁବନେଶ୍ୱରରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଏସବୁ ମଧ୍ୟରେ ଭୁବନେଶ୍ୱରରେ ୧୬୦ରୁ ଅଧିକ କଣ୍ଟେନମେଣ୍ଟ ଜୋନ ହେଲାଣି । ବାଧ୍ୟ ହୋଇ ବିଏମସି କିଛି ଅଫିସକୁ ବନ୍ଦ କରିଛି । ବଡ଼ କଥା ହେଉଛି ବି ଏମ ସି  ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟ, ରାଜ୍ୟ ମାନବାଧୀକାର ଅଫିସ ଓ ଷ୍ଟେଟ ଲାଇବ୍ରେରୀକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ୩୫୦ ଜଣଙ୍କ କୋଭିଡ ପରୀକ୍ଷା ହୋଇଥିବା ବେଳେ ୫୦ ରୁ ଅଧିକ ଓକିଲ, କୋର୍ଟ କର୍ମଚାରୀ ମାନେ ସଂକ୍ରମିତ ଥିବା ରିପୋର୍ଟ ଆସିଛି । ଯାହା ଚିନ୍ତାର ବିଷୟ ପାଲଟିଛି । ସେହିପରି ଭାବେ ରାଜ୍ୟ ମାନବାଧୀକାର ଅଫିସକୁ ବନ୍ଦ ରଖା ଯାଇଛି । ଆସନ୍ତା ୨୫ ତାରିଖ ଯାଏଁ ଏହି କାର୍ଯ୍ୟାଳୟ ବନ୍ଦ ରହିବ । ଅନ୍ୟପଟେ ରାଜ୍ୟ ଲାଇବ୍ରେରୀକୁ ବନ୍ଦ କରି ଦିଆଯାଇଛି। ସେଠାରେ ୧୫ ଜଣ କର୍ମଚାରୀ ପଜିଟିଭ ବାହାରିଛନ୍ତି ।ପଜିଟିଭ କେସ ଆସିବାରୁ ବି ଏମ ସି ବିଭିନ୍ନ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଘୋଷଣା କରିଛି । ସେପଟେ ବି ଏମ ସି ଅଫିସରେ ବି ସମାନ ସ୍ଥିତି । ଅଧିକାଂଶ କର୍ମଚାରୀ ପଜିଟିଭ ପରେ ବି ଏମ ସି ଅଫିସରେ ତାଲା ଝୁଲିଛି।

ସଂକ୍ରମଣ ରୋକିବା ପାଇଁ  ବିଡିଏ, ବିଏମସି ଓ କ୍ୟାପିଟାଲ ହସ୍ପିଟାଲ ମରେ ନିୟମିତ ଭାବେ ଥର୍ମାଲ ସ୍କାନିଂ କରାଯାଉଛି । କିଛି ଦିନ ଗ୍ୟାପରେ ଆଣ୍ଟିଜେନ ଟେଷ୍ଟ ହେଉଛି। ତଥାପି ପଜିଟିବ କେସ ସାମ୍ନାକୁ ଆସୁଛି । ଯାହା ବିଏମସି ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଯଦି ଏହିଭଳି ଭାବେ କିଛି  ଦପ୍ତର ବନ୍ଦ ହେବ ତେବେ ସାଧାରଣ ଲୋକ ସେବା ପାଇବାରୁ ବଞ୍ଚିତ ହେବେ ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: