ନିର୍ଦ୍ଦେଶନାମା ଜାରି କଲା କେନ୍ଦ୍ର – News18 ଓଡିଆ

IAS Coaching

News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କୋଭିଡ଼ ସଂକ୍ରମଣ । ଦୈନିକ ସଂକ୍ରମଣ ସଂଖ୍ୟା ଏବେ ୧୧ ହଜାର ଛୁଇଁବାକୁ ବସିଲାଣି । ଏହାରି ଭିତରେ କେନ୍ଦ୍ରୀୟ ଗାଇଡ଼ ଲାଇନ ଅନୁସାରେ ଜାରି ହୋଇଛି ନୂଆ ନିର୍ଦ୍ଦେଶନାମା । ଲକ୍ଷଣ ନ ଥିଲେ କୋଭିଡ଼ ଟେଷ୍ଟିଂ ନ କରିବାକୁ ଜନସାଧାରଣକୁ ପରାମର୍ଶ ଦିଆଯାଇଛି।

ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା ଅନୁସାରେ, ଲକ୍ଷଣ ନ ଥିଲେ ଭୟଭୀତ ହୋଇ ଲୋକମାନେ କୋଭିଡ଼ ଟେଷ୍ଟିଂ ନ କରିବା ଉଚିତ୍ । ଏପରି କି ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଯଦି ଲକ୍ଷଣ ପ୍ରକାଶ ପାଉନାହିଁ ତେଣୁ କୋଭିଡ଼ ଟେଷ୍ଟ ଅନାବଶ୍ୟକ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାଗୁଡ଼ିକୁ ସୂଚନା ଦିଆଯାଇଥିବା ସେ କହିଛନ୍ତି । ସେ କହିଛନ୍ତି ତୃତୀୟ ଲହରୀରେ ରାଜ୍ୟରେ ମୋଟ ସକ୍ରିୟ ପଜେଟିଭଙ୍କ ସଂଖ୍ୟା ୬୧ ହଜାର ଥିବା ବେଳେ ସେମାନଙ୍କ ଭିତରୁ ମାତ୍ର ୧୧ ଶହ ଡ଼ାକ୍ତରଖାନାରେ ଅଛନ୍ତି । ଏହାର ଅର୍ଥ ୨ ପ୍ରତିଶତରୁ କମ୍ ଏବେ ହସପିଟାଲରେ ଅଛନ୍ତି । ଏହା ବାଦ୍ ଆଇସିୟୁରେ ମାତ୍ର ୩ ଶହ ଲୋକ ଅଛନ୍ତି।

“ଲକ୍ଷଣ ନ ଥିଲେ କୋଭିଡ଼ ଟେଷ୍ଟିଂ କରନ୍ତୁ ନାହିଁ । ଏହାସହିତ ପଜିଟିଭ ଲୋକଙ୍କ ସଂସ୍ପର୍ଶରେ ଆସି ଲକ୍ଷଣ ନ ଥିଲେ ଟେଷ୍ଟିଂ କରନ୍ତୁ ନାହିଁ । ତେବେ ବୟସ୍କ ବ୍ୟକ୍ତି ବା କମ ଲକ୍ଷଣ ଥିଲେ ଆଇସୋଲେସନରେ ରହିବା ଉଚିତ୍ । କେନ୍ଦ୍ରୀୟ ଗାଇଡ଼ଲାଇନକୁ ଅନୁପାଳନ କରିବାକୁ ରାଜ୍ୟ ତତ୍ପର ଅଛି,” କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

କେନ୍ଦ୍ର ସରକାରଙ୍କ ଏଭଳି ଗାଇଡ଼ଲାଇନକୁ ସ୍ୱାଗତ କରିଛନ୍ତି ବିଶେଷଜ୍ଞ । ବରିଷ୍ଠ ଡ଼ାକ୍ତର ନିରଜ ମିଶ୍ର କହିଛନ୍ତି,“ଜଣେ ବ୍ୟକ୍ତିଙ୍କଠାରେ ଲକ୍ଷଣ ପ୍ରକାଶ ପାଉନାହିଁ ତେବେ ସେମାନେ ଟେଷ୍ଟିଂ କରିବା ଅନୁଚିତ୍ । ଏହାଦ୍ବାରା ହସ୍ପିଟାଲରେ ଗହଳି କମିବ। କୋଭିଡ଼ ଗାଇଡ଼ଲାଇନକୁ ସେମାନେ କଡ଼ାକଡ଼ି ପାଳନ କରିବା ଆବଶ୍ୟକ । ଏହାଦ୍ୱାରା ସଂକ୍ରମଣ  ବଢ଼ିବ ନାହିଁ । କାରଣ ଏବେ ବି ସଂଖାଧିକ ଲୋକ କୋଭିଡ଼ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ପାଖରେ ଲକ୍ଷଣ ନାହିଁ । ତେଣୁ ଏହାକୁ ନେଇ ଭୟଭୀତ ହେବାର ନାହିଁ । ମୋଟ ଉପରେ କୋଭିଡ଼ ଗାଇଡ଼ଲାଇନ୍ ପାଳନ କଲେ ସଂକ୍ରମଣ ବ୍ୟାପକ ହେବ ନାହିଁ”।

ବିଶେଷଜ୍ଞଙ୍କ ମତରେ କୋଭିଡ଼ର ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ସଂକ୍ରମିତ ଲୋକଙ୍କ ସଙ୍ଗରୋଧ ସମୟ ୧୪ ଦିନରୁ ୭ ଦିନକୁ କମ୍ କରି ଦିଆଯାଇଛି । କାରଣ ଭୂତାଣୁର ସଂକ୍ରମଣ କ୍ଷମତା ଖୁବ୍ କମ ସମୟ ପାଇଁ ରହୁଛି । ମୋଟ ଉପରେ ନିଜେ ଓ ନିଜ ପରିବାର ସହ ସମସ୍ତେ ସତର୍କ ରହିଲେ ସଂକ୍ରମଣ ଖୁବ୍‌ଶୀଘ୍ର କମିବ ବୋଲି ବିଶେଷଜ୍ଞଙ୍କ ମତ ରଖିଛନ୍ତି।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: