COVIDର ନୂଆ ଲକ୍ଷଣ – ଗଳା ବ୍ୟଥା, ମୁଣ୍ଡ ବିନ୍ଧା, ନାକ ବନ୍ଦ ରହିବା; ସ୍ଥିତି ଅଣାୟତ୍ତ – News18 ଓଡିଆ

IAS Coaching

News18 Odia Digital

ଭୁବନେଶ୍ବର: ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ପୁଣି ଥରେ ଅଣାୟତ୍ତ ହେଉଥିବା ବେଳେ ଏହି ମାରାତ୍ମକ ଭାଇରସର ଲକ୍ଷଣ ବି ବଦଳୁଛି । ଏଭଳି ସ୍ଥିତିରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଥମ ଓ ଦିତୀୟ ଲହର ପରି ଚଳିତ ଥର ମଧ୍ୟ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକ୍ତରଙ୍କ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି ।

ଓଡ଼ିଶାରେ ଦୈନିକ ସଂକ୍ରମଣ ୧୧ ହଜାର ଛୁଇଁବାକୁ ବସିଲାଣି । ଶନିବାର ଦିନ ରାଜ୍ୟରେ ୧୦,୮୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକ୍ରିୟ କେସ୍‌ ବି ୫୦ ହଜାର ପାର୍‌ କରିଛି । ଶନିବାରର ମାମକେସଗୁଡ଼ିକୁ ମିଶାଇଲେ କେବଳ ଜାନୁଆରୀ ମାସରେ ୬୭,୯୦୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏହା ସହ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଶନିବାର ଦିନ ରାଜ୍ୟରେ ୩୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଆଇ.ଏଲ୍‌.ଏସ୍‌. ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇଛି । ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଓଡ଼ିଶାରେ ମୋ’ଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨ରେ ପହଞ୍ଚିଛି। ଡିସେମ୍ବର ୨୧ ରେ ରାଜ୍ୟରେ ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେହି ମାସରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କେବଳ ଜାନୁଆରୀ ମାସରେ ୧୮୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି ।

ଏହା ବି ପଢ଼ନ୍ତୁ |
English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

କୋଭିଡ୍‌ ସ୍ଥିତି ଉପରେ ଏକ ସ୍ୱତନ୍ତ୍ର ଆଲୋଚନାରେ ଭାଗ ନେଇ ଏସ୍‌.ସି.ବି. ହସପିଟାଲର ମେଡ଼ିସିନ୍‌ ବିଭାଗର ମୁଖ୍ୟ ଡଃ ଜୟନ୍ତ ପଣ୍ଡା କହିଛନ୍ତି ଯେ ପ୍ରତି ମହାମାରୀରେ ଲହର ପରେ ଲହର ଆସିଥାଏ ଓ ଏବେ ଓଡ଼ିଶାରେ ପ୍ରତି ଦିନ ୧୦ ହଜାରରୁ ଅଧିକ ସଂକ୍ରମଣ ହେଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ |
ବିକାନୀର୍ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହେଲା; ୭ ଜଣ ଯାତ୍ରୀଙ୍କର ମୃତ୍ୟୁ; ୬୦ରୁ ଅଧିକ ଆହତ

‘‘ତୃତୀୟ ଲହରରେ ଗଳାରେ ବ୍ୟଥା, ମୁଣ୍ଡ ବିନ୍ଧା ଓ ନାକ ବନ୍ଦ ରହୁଛି । ଏହି ଲକ୍ଷଣ ଦୁଇରୁ ତିନି ଦିନ ରହୁଛି ଓ ପୂର୍ବ ଲହର ଅପେକ୍ଷା ଶ୍ରୀଘ୍ର କମିଯାଉଛି । ଏହି ଲହରରେ ଆଘ୍ରାଣ ଶକ୍ତି ଓ ସ୍ବାଦ ଯାଉନାହିଁ । ଏଥିରେ ପେଟ କାଟିବା ଓ ପତଳା ଝାଡ଼ା ଲକ୍ଷଣ ବେଶୀ ଦେଖାଯାଉଛି । କରୋନା ଭାଇରସ୍‌ ୩୦ ଥର ମ୍ୟୁଟେସନ୍‌ ପରେ ନିଜ ସଂକ୍ରମଣ କ୍ଷମତା ବଢ଼ାଇଛି । ଦ୍ବିତୀୟ ଲହର ଅପେକ୍ଷା ଏହାର ସଂକ୍ରମଣ କ୍ଷମତା ଛଅରୁ ସାତ ଗୁଣ ଅଧିକ ରହିଛି,’’ କହିଛନ୍ତି ଡଃ ପଣ୍ଡା ।

ଏହା ବି ପଢ଼ନ୍ତୁ |
ଏହି ପେନ୍ସନ୍ପ୍ଲାନ୍ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨,୦୦୦ ଟଙ୍କା ପେନ୍ସନ୍‌; ଜାଣନ୍ତୁ ସବୁ କିଛି

ଏ ଥର ଚିକିତ୍ସା ପଦ୍ଧତିରେ ବେଶୀ ଔଷଧର ଆବଶ୍ୟକତା ନ ଥିବା ସତ୍ତ୍ୱେ କିଛି ଲୋକ ବିନା ପରାମର୍ଶରେ ଔଷଧ ନେଉଥିବା ଦେଖାଯାଉଛି । ‘‘ମେଲୁପିରାଭିର୍‌ ଔଷଧରେ କିଛି ଖରାପ ପ୍ରଭାବ ପଡୁଛି । ମେଲୁପିରାଭିର୍‌ ଔଷଧକୁ ଆମେ ଏବେ ଅନୁମତି ଦେଇନାହୁଁ । ବିଶେଷଜ୍ଞଙ୍କ ପରାମର୍ଶ ବିନା ଔଷଧ ଆଣି ଖାଆନ୍ତୁ ନାହିଁ । ଏହା କ୍ଷତିକାରକ ହୋଇପାରେ,’’ କହିଛନ୍ତି ଡଃ ପଣ୍ଡା ।

ଏହା ବି ପଢ଼ନ୍ତୁ |
Omicron: ‘ଆସନ୍ତା ସପ୍ତାହରେ ଦେଶରେ ଭୟାବହ ସ୍ଥିତି ଆଣିପାରେ କରୋନା’, କହିଲେ ବିଶେଷଜ୍ଞ

‘‘ଏହି ଲହରରେ ରୋଗୀ ଅଧିକ ଗୁରୁତର ହେଉ ନ ଥିବା ଯୋଗୁଁ ଘରେ ପୃଥକବାସର ଗୁରୁତ୍ବ ବହୁ ଅଧିକ ରହିଛି । ଏବେ ସାତ ଦିନ ହୋମ୍‌ ଆଇସୋଲେସନରେ ରହିବେ । ତିନି ଦିନ ଲଗାତାର ଜ୍ବର ନ ଆସିଲେ ସାତ ଦିନ ରହିବେ। ଲୋକେ ସଠିକ୍‌ ଭାବରେ ମାସ୍କ ପିନ୍ଧିବା ସହ ଗହଳି ନ କରିବା ଉଚିତ । ଟିକା ନେଇଥିବା ଲୋକେ ବେପରୁଆ ହୁଅନ୍ତୁ ନାହିଁ । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ଯଥା ଶୀଘ୍ର ଟିକା ନିଅନ୍ତୁ,’’ କହିଛନ୍ତି ଡଃ ଜୟନ୍ତ ପଣ୍ଡା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO |
ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ

କୌଣସି ବ୍ୟକ୍ତି ଏବେ କୋଭିଡ୍‌ ପଜିଟିଭ ଥିଲେ ତିନି ମାସ ପରେ ପ୍ରିକସନ୍‌ ଡୋଜ୍‌ ନେଇ ପାରିବେ ବୋଲି ସେ କହିଛନ୍ତି । ଦ୍ବିତୀୟ ଡୋଜ୍‌ ନେବାର ନଅ ମାସ ପରେ ପ୍ରିକସନ୍‌ ଡୋଜ୍‌ ନେବେ । ‘‘ଲକ୍ଷଣ ଥିବା ପ୍ରତି ବ୍ୟକ୍ତି ରରୋନା ଟେଷ୍ଟ କରିବା ଦରକାର । ସାଧାରଣ ଥଣ୍ଡା ଓ କୋଭିଡ୍‌ ମଧ୍ୟରେ ଫରକ ଜାଣିବା କଷ୍ଟକର । ଏହି ଲହରରେ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବହୁତ କମ୍‌ ରହିଛି । ଗୁରୁତର ରୋଗୀଙ୍କ ସଂଖ୍ୟା କମ୍‌ ଥିଲେ ବି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । ଯେତେ ପାରୁଛନ୍ତି ଦୂର ଯାତ୍ରାରୁ ନିବୃତ ରୁହନ୍ତୁ । ଯଦି ଯାଉଛନ୍ତି ତେବେ କୋଭିଡ୍‌ ନିୟମ ପାଳନ କରନ୍ତୁ,’’ କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: