ଆସନ୍ତା ୨ ସପ୍ତାହରେ ଦେଶରେ ଭୟାବହ ସ୍ଥିତି ଆଣିପାରେ କରୋନା, କହିଲେ ବିଶେଷଜ୍ଞ – News18 ଓଡିଆ

IAS Coaching

News18 Odia Digital

ନୂଆ ଦିଲ୍ଲୀ: ମେଦାନ୍ତ ହସ୍ପିଟାଲର ବରିଷ୍ଠ ନିର୍ଦ୍ଦେଶିକା ଡଃ ସୁଶୀଲା କଟାରିଆ ଦେଶର ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ କରୋନା ଭାଇରସ୍ ରୋଗର ତୃତୀୟ ତରଙ୍ଗ (Corona Third Wave) ଭାରତ ଉପରେ ପ୍ରଭାବ ପକାଇଥିବାରୁ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣର (COVID-19) ସ୍ଥିତି ଆହୁରି ଖରାପ ହେବ । ସେ କହିଛନ୍ତି ଯେ ଏହି ରୋଗ କେବଳ ଏକ ଫ୍ଲୁ ନୁହେଁ ଯାହା ଆକ୍ରାନ୍ତ କରିବ ଓ ଛାଡ଼ିଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଓମିକ୍ରନ୍ ଭ୍ୟାରିଆଣ୍ଟ୍‌ (Omicron) ଯୋଗୁଁ ଲୋକେ ମୃତ୍ୟୁ ବରଣ କରୁଥିବାରୁ ସମସ୍ତଙ୍କୁ ଅଧିକ ସତର୍କ ରହିବା ଆବଶ୍ୟକ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୩,୦୦୭ଟି ଓମିକ୍ରନ୍ ମାମଲା ସାମନାକୁ ଆସିଛି । ସେଥି ମଧ୍ୟରୁ ୧,୧୯୯ଟି ମାମଲାରେ ଆକ୍ରାନ୍ତମାନେ ଆରୋଗ୍ୟ ଲାଭ କରିଛନ୍ତି । କରୋନାରେ ଆକ୍ରାନ୍ତ ଅନେକ ରୋଗୀଙ୍କ ଚିକିତ୍ସା କରୁଥିବା ଡକ୍ଟର୍‌ ସୁଶୀଲା କଟାରିଆ ANI ସହ କଥାବାର୍ତ୍ତା କରି କହିଛନ୍ତି ଯେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦେଶରେ ସଂକ୍ରମଣର ସ୍ଥିତି ଆହୁରି ଖରାପ ହେବ ।

ଏହା ବି ପଢ଼ନ୍ତୁ |
କମ୍ ଟଙ୍କା ଲଗାଇ ଘରର ଛାତରେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ

‘‘ବର୍ତ୍ତମାନର ସ୍ଥିତି ଦେଖି କେହି ଖୁସି ହୋଇପାରିବେ ନାହିଁ । COVID କେବଳ ଏକ ଫ୍ଲୁ ନୁହେଁ ଯାହା ଛାଡ଼ି ଚାଲିଯିବ । ଜାନୁଆରୀ ୪ ତାରିଖରୁ ଆମେ ଦେଖିଛୁ ଯେ ତୃତୀୟ ତରଙ୍ଗ ଦେଶରେ ଆରମ୍ଭ ହୋଇସାରିଛି । ଗତ ତିନି ଦିନ ମଧ୍ୟରେ ମାମଲା ସଂଖ୍ୟା ପ୍ରାୟ ପାଞ୍ଚ ଗୁଣ ବୃଦ୍ଧି ପାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଓମିକ୍ରନ୍ ଭ୍ୟାରିଆଣ୍ଟ୍‌ ସାରା ବିଶ୍ୱରେ ବିସ୍ତାର କରିଥିବାରୁ ଏହା ଯେ ଆହୁରି ବୃଦ୍ଧି ପାଇବ ସେଥିରେ କୌଣସି ସନ୍ଦେହ ନାହିଁ,’’ କହିଛନ୍ତି ଡଃ କଟାରିଆ ।

ଏହା ବି ପଢ଼ନ୍ତୁ |
ଜୁହି ଚାୱଲା କାହିଁକି ଜୟ ମେହେଟାଙ୍କ ସହ ନିଜ ବିବାହକୁ ଲୁଚ଼ାଇ ରଖିଥିଲେ? ତାଙ୍କ ଉତ୍ତର ଜାଣନ୍ତୁ

ସେ କହିଛନ୍ତି, ‘‘କିନ୍ତୁ ଏହା ଏକ ସତ୍ୟ ଯେ ଓମିକ୍ରନ୍‌ ଡେଲଟା ଭ୍ୟାରିଆଣ୍ଟ୍‌ ‌ଅପେକ୍ଷା କମ୍ ଗୁରୁତର । କିନ୍ତୁ ଦ୍ୱିତୀୟ ତରଙ୍ଗ ସମୟରେ ପ୍ରତ୍ୟେକ ଦଶମ ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାରୁ ଏଥିରେ ଥିବା ବିପଦକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦିଆଯାଇପାରିବ ନାହିଁ ।’’

ଏହା ବି ପଢ଼ନ୍ତୁ |
Is this Love? ଗର୍ଲଫ୍ରେଣ୍ଡ୍ ବାହା ହେବାକୁ ରାଜି ହେବାରୁ ତାକୁ ୨୦ ଥର ଛୁରୀ ଭୁସିଲା ଯୁବକ

ଡେଲଟା ଭ୍ୟାରିଆଣ୍ଟ କାରଣରୁ ପ୍ରତ୍ୟେକ ୫୦ତମ କିମ୍ବା ୧୦୦ତମ ବ୍ୟକ୍ତି ମରୁଥିଲେ । ବର୍ତ୍ତମାନ ଓମିକ୍ରନରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ମାତ୍ର ୫୦ ପ୍ରତିଶତ କମ୍ ରହିଛି ବୋଲି ସେ କହିଛନ୍ତି । ‘‘ଏହି ସଂଖ୍ୟା ବହୁତ ଭଲ, କିନ୍ତୁ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା ଲୋକମାନଙ୍କ ପାଇଁ ଏହା ଏକ ବଡ଼ ଚିନ୍ତାର ବିଷୟ । ଏହା ଆମ ପାଇଁ ଏକ ମୃଦୁ ଭୂତାଣୁ ହୋଇପାରେ, କିନ୍ତୁ ଆମେ ଏହା ଭାବି ସନ୍ତୁଷ୍ଟ ହୋଇପାରିବା ନାହିଁ ଯେ ଏହା କିଛି କରିବ ନାହିଁ । ମୁଁ ଆପଣଙ୍କୁ କହିବି ଯେ ଓମିକ୍ରନ୍ କାରଣରୁ ସମଗ୍ର ବିଶ୍ୱରେ ଲୋକେ ମରୁଛନ୍ତି । ତେଣୁ ଏହା କେବଳ ଏକ ଫ୍ଲୁ ନୁହେଁ ଯାହା ଶୀଘ୍ର ଚାଲିଯିବ । ଆମକୁ ସବୁ ବେଳେ ସତର୍କ ରହିବାକୁ ପଡି଼ବ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ |
ଜଣ ଯୁବତୀଙ୍କୁ ଏକା ସଙ୍ଗେ ପ୍ରେମ କରୁଥିଲା ବଙ୍ଗାଳୀ ଯୁବକ; ଜଣ ଯାକ ଘରକୁ ଆସିବାରୁ ବିଷ ପିଇଦେଲା

ଓମିକ୍ରନ୍ ଭ୍ୟାରିଆଣ୍ଟ୍‌ ଚିହ୍ନଟ କରିବା ପାଇଁ ହେଉଥିବା ପରୀକ୍ଷା ବିଷୟରେ ଡଃ ସୁଶୀଲା କଟାରିଆ କହିଛନ୍ତି ଯେ COVID ସଂକ୍ରମଣ କେବଳ RTPCR, ଆଣ୍ଟିଜେନ୍ ଟେଷ୍ଟ୍‌ କିମ୍ବା ରାପିଡ୍‌ ଟେଷ୍ଟ୍‌ ଦ୍ୱାରା ଚିହ୍ନଟ ହୁଏ । ‘‘କିନ୍ତୁ ଆଜିର ସମୟରେ ଯଦି କାହାର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯାଉଛି କିମ୍ବା ଶରୀରରେ ଯନ୍ତ୍ରଣା ହେଉଛି, ତାହେଲେ ତାହା COVID ସହିତ ଜଡି଼ତ ବୋଲି ଧରାଯାଉଛି । ଏମିତି ଲକ୍ଷଣ ଥିବା ଲୋକେ ନିଜକୁ ଅଲଗା ରଖନ୍ତୁ ଓ ତୁରନ୍ତ ପରୀକ୍ଷା କରାନ୍ତୁ । ଏହା COVID କି ନୁହେଁ ତାହା RTPCRରୁ ଜଣାପଡ଼ିବ । କିନ୍ତୁ ତାହା ଓମିକ୍ରନ୍ କି ନୁହେଁ ତାହା ଜାଣିବା ପାଇଁ ଆପଣଙ୍କୁ ଆଉ କିଛି ପରୀକ୍ଷା କରିବାକୁ ପଡି଼ବ,’’ କହିଛନ୍ତି ଡଃ କଟାରିଆ ।

ଏହା ବି ପଢ଼ନ୍ତୁ |
ବାପାଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ୍ ସହ ଯାଉଥିବା ଦେଖିଲେ ଦୁଇ ଝିଅ; ଗର୍ଲଫ୍ରେଣ୍ଡକୁ ରାସ୍ତାରେ ପିଟିଲେ

ଏହି ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧,୧୭,୧୦୦ଟି ନୂଆ କୋଭିଡ-୧୯ ମାମଲା ସାମନାକୁ ଆସିଛି । ଏହା ସହିତ ଦେଶରେ ଦୈନିକ ସକରାତ୍ମକତା ହାର ୭.୭୪ ପ୍ରତିଶତକୁ ବୃଦ୍ଧି ପାଇଛି ।  ଦେଶର COVID-19 ମାମଲା ସଂଖ୍ୟା ୩,୫୨,୨୬,୩୮୬କୁ (ଅର୍ଥାତ ୩ କୋଟି ୫୨ ଲକ୍ଷ) ବୃଦ୍ଧି ପାଇଛି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: