ରାଜ୍ୟରେ ବଢ଼ିବାରେ ଲାଗିଛି ସଂକ୍ରମଣ; ଦିନକରେ ୨ ହଜାର ପାର ହେଲା ସଂକ୍ରମଣ – News18 ଓଡିଆ

IAS Coaching

News18 Odia Digital

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୨,୭୦୩ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ୦-୧୮ ବର୍ଷରେ ୪୦୯ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ୨,୭୦୩ ପଜିଟିଭ ମଧ୍ୟରେ ୧,୫୭୯ କ୍ବାରେଣ୍ଟାଇନ ମାମଲା ଥିବା ବେଳେ ୧,୧୨୪ଟି ମାମଲା ସ୍ଥାନୀୟ ସମ୍ପର୍କ ମଧ୍ୟରେ ଅଛି ।

ସେହିପରି ସୁସ୍ଥ ହୋଇଛନ୍ତି ୨୦୪ ଜଣ । ଆଉ ୨୫,୯୬,୩,୦୩୭ ଜଣଙ୍କ କରୋନା ଟେଷ୍ଟ କରାଯାଇଛି । ସେହିପରି ଏଯାବତର ପଜିଟିଭ ହାର ୧୦,୬୨,୨,୪୭୬ ଅଛି । ସେହିପରି ଏଯାବତ ସୁସ୍ଥ ହୋଇଥିବା ସଂଖ୍ୟା ୧୦,୪୫,୭୧୮ରେ ପହଞ୍ଚିଛି । ରାଜ୍ୟରେ ସର୍ବାଧିକ ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ରେକର୍ଡ କରାଯାଇଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯୨୬ରେ ପହଞ୍ଚିଛି ।

(ସ୍ଥାନୀୟ ଯୋଗାଯୋଗର ବିବରଣୀ ସମ୍ପୃକ୍ତ ଜିଲ୍ଲା ଦ୍ୱାରା ଅଂଶୀଦାର ହୋଇଛି)

୧.ଅନୁଗୋଳ: ୭
୨. ବାଲେଶ୍ବର: ୭୩
୩. ବରଗଡ: ୭୫
୪. ଭଦ୍ରକ: ୫
୫. ବଲାଙ୍ଗୀର: ୫୪
୬. ବୌଦ୍ଧ: ୭
୭. କଟକ: ୧୯୧
୮. ଦେଓଗଡ: ୩୭
୯. ଢେଙ୍କାନାଳ: ୩
୧୦. ଗଜପତି: ୯
୧୧. ଗଞ୍ଜାମ: ୨୭
୧୨. ଜଗତସିଂହପୁର: ୧୩
୧୩. ଯାଜପୁର: ୭୮
୧୪. ଝାରସୁଗୁଡା: ୧୦୬
୧୫. କଳାହାଣ୍ଡି: ୧୩
୧୬. କନ୍ଧମାଳ: ୩
୧୭. କେନ୍ଦ୍ରାପଡ଼ା: ୬
୧୮. କେନ୍ଦୁଝର: ୩୩
୧୯. ଖୋର୍ଦ୍ଧା: ୯୨୬
୨୦. କୋରାପୁଟ: ୧୯
୨୧. ମାଲକାନଗିରି: ୧
୨୨. ମୟୂରଭଞ୍ଜ: ୪୨
୨୩. ନବରଙ୍ଗପୁର: ୨୯
୨୪. ନୟାଗଡ଼: ୬
୨୫. ନୂଆପଡା: ୧୦
୨୬. ପୁରୀ: ୫୪
୨୭. ରାୟାଗଡା: ୨୨
୨୮. ସମ୍ବଲପୁର: ୧୭୯
୨୯. ସୋନେପୁର: ୧୦
୩୦. ସୁନ୍ଦରଗଡ: ୪୫୪
୩୧. ରାଜ୍ୟ ପୁଲ୍: ୨୧୧

ପ୍ରକାଶ ଥାଉକି ଗୁରୁବାର ଦିନ ଓଡ଼ିଶାରେ ପ୍ରଥମ ଓମିକ୍ରନ ସଂକ୍ରମିତ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ଯେଉଁଥିରେ ବଲାଙ୍ଗୀରର ଜଣେ ୫୦ ବର୍ଷୀୟା ମହିଳା ଓମିକ୍ରନ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିଲେ ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: