ବଢ଼ିଲା ନାଇଟ କର୍ଫ୍ଯୁ; ଜାଣନ୍ତୁ ନୂଆ କୋଭିଡ଼ ଗାଇଡ଼ ଲାଇନ ବାବଦରେ

IAS Coaching

News18 Odia Digital

**ଭୁବନେଶ୍ୱର:**ବଢ଼ିଲା କୋଭିଡ଼ ଗାଇଡ଼ଲାଇନ । ଆଗାମୀ ଦିନରେ ରାଜ୍ଯରେ ଲାଗୁ ହେବାକୁ ଥିବା କଟକଣାକୁ ନେଇ ଏସଆରସି ସୂଚନା ଦେଇଛନ୍ତି । ରାଜ୍ଯରେ ଲାଗୁ ହୋଇଥିବା ନିୟମ ବାବଦରେ ଜାଣନ୍ତୁ

କୋଭିଡ଼ ଗାଇଡ଼ ଲାଇନକୁ ନେଇ ଏସଆରସିଙ୍କ ସୂଚନା

ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ ।

ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ଲାଗୁ ହେବ ନାଇଟ କର୍ଫ୍ୟୁ ।

ମାଟ୍ରିକ୍‌ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ, କ୍ଲାସ ବନ୍ଦ ରହିବ ।

ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ ।

କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ ।

ଯାତ୍ରରେ ହଜାରେ ଲୋକ ବସିପାରିବେ ।

ନନ୍ଦନକାନକ ପାଇଁ ଅନଲାଇନ ଟିକେଟ କାଟିବାକୁ ପଡ଼ିବ ।

ସରକାରୀ କାର୍ଯ୍ଯକ୍ରମ ପାଇଁ ଆଗୁଆ ଅନୁମତି ନେବେ ।

ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ କ୍ଲିୟରିଂ କ୍ଲାସ କରିପାରିବେ ।

ହାଟ, ବଜାରରେ ଭିଡ଼ ହ୍ରାସ କରିବାକୁ କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ।

ଭିଡ଼ ହେଲେ ମଲ୍, ଦୋକାନ ମାଲିକ ଦାୟୀ; ୭ ଦିନ ଯାଏ ବନ୍ଦ କରାଯିବ ।

ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ।

ଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦% କ୍ଷମତାକୁ ଅନୁମତି ।

ବିବାହ ପ୍ରୋସେସନରେ ତିରିଶ ଜଣ ଯାଇପାରିବେ ।

ଶୁଦ୍ଧିରେ ପଚାଶ ଲୋକ ରହିପାରିବେ ।

ବାହାଘର ଓ ରିସେପ୍ସନ କରିପାରିବେ ।

ବସା ଦୋକାନୀ ମାନେ ଦୋକାନ ଆଗରେ ଭିଡ଼ କରିବେ ନାହିଁ ।

ସରକାରୀ ଅଫିସ ଗୁ଼ଡ଼ିକ ପଚାଶ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ।

ବେସରକାରୀ ଅଫିସର ମଧ୍ଯ ଅଧା ଲୋକ ମାନଙ୍କୁ ନେଇ କାମ ଚାଲିବ ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: