ଚିନ୍ତା ବଢ଼ାଉଛି କୋଭିଡ; କଟକରେ ଦିନକୁ ୪୫ କୋଭିଡ ଆକ୍ରାନ୍ତ ଚିହ୍ନଟ

IAS Coaching

News18 Odia Digital

କଟକ: କଟକରେ ପୁଣି ବଢ଼ିବାରେ ଲାଗିଛି କୋଭିଡ ସଂକ୍ରମଣ। ଗତ ଦୁଇ ଦିନ ହେଲା ଜିଲ୍ଲାର ଦୈନିକ କୋଭିଡ ସଂକ୍ରମଣ ହାର ଆକସ୍ମିକ ଭାବେ ବୃଦ୍ଧି ପାଇଛି । ଯାହାକି ଗତ ୬୦ ଦିନର ରେକର୍ଡକୁ ଭଙ୍ଗ କରିଛି ।

ଦୁଇ ମାସ ହେଲା କଟକ ଜିଲ୍ଲାର ଦୈନିକ କୋଭିଡ ସଂକ୍ରମଣର ସ୍ଥିତି ସ୍ବଭାବିକ ରହିଥିଲା । କାଁ ଭାଁ ଦିନ ଗୁଡିକୁ ବାଦ ଦେଲେ ଅଧିକାଶଂ ଦିନ ଜିଲ୍ଲାର ଦୈନିକ ସଂକ୍ରମଣ ୨୦ ମଧ୍ୟରେ ସିମିତ ରହୁଥିଲା । କିନ୍ତୁ ଶନିବାର ଦିନ ଏହି ସଂଖ୍ୟା ହଠାତ ବୃଦ୍ଧି ପାଇ ୩୫ରେ ପହଁଚିଥିଲା । ରବିବାର ଦିନ ଜିଲ୍ଲାରେ ୪୫ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଏହାରି ଭିତରେ ଚିନ୍ତା ବଢାଇଛି ମୁଣ୍ଡଳୀଠାରେ ଥିବା ସିଆଇଏସଏଫ ବଟାଲିୟନ । ଗତ ତିନି ଦିନ ମଧ୍ୟରେ ସିଆଇଏସଏଫ ବଟାଲିୟନର କ୍ୟାମ୍ପସରୁ ମୋଟ ୧୯ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି । ଛୁଟିରେ ଯାଇ ଫେରିଥିବା ଜବାନଙ୍କ ପାଇଁ ସଂକ୍ରମଣ ବଢିଥିବା ଆଶଙ୍କା କରାଯାଉଥିବା ବେଳେ ସୋମବାର ଦିନ ବଟାଲିୟନରେ ରହୁଥିବା ପ୍ରାୟ ୩୫୦ ଜଣ ଜବାନଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ଏହା ବ୍ୟତୀତ କ୍ୟାମ୍ପସରେ ସଂକ୍ରମଣ ନ ବ୍ୟାପିବା ପାଇଁ ପରାମର୍ଶ ଦିଆଯାଇଛି କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ।

“ଦୁଇ ଦିନ ହେଲା ବଢୁଥିବା କୋଭିଡ ସଂକ୍ରମଣ ଚିନ୍ତାଜନକ । ତୃତୀୟ ଲହରର ପିକ୍ ଫେବୃଆରି ୧୫ ରୁ ୧୮ତାରିଖ ମଧ୍ୟରେ ଆସିବ କିନ୍ତୁ ଏବେକାର ସ୍ଥିତି ଦେଖି ପିକ ତା’ପୂର୍ବରୁ ଆସିଯିବ ବୋଲି ଅନୁମାନ କରୁଛୁ । ତଥାପି ଆମେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ । ବେସକାରୀ ହସ୍ପିଟାଲଗୁଡ଼ିକୁ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି,” କହିଛନ୍ତି କଟକ ଜିଲ୍ଲା କେଭିଡ ନୋଡ଼ାଲ ଅଫିସର ଡାକ୍ତର ଉମେଶ ରାୟ ।

କଟକ ଜିଲ୍ଲାରୁ ଗତ ଡିସେମ୍ବର ୨୧ ତାରିଖ ପରେ କୌଣସି ଜଣେ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି । ଡିସେମ୍ବର ୨୧ ତାରିଖ କଟକରେ ଜଣେ ବିଦେଶ ଫେରନ୍ତା ବ୍ୟକ୍ତିଙ୍କଠାରେ ଓମିକ୍ରନ୍ ଭୁତାଣୁ ଚିହ୍ନଟ ହେବା ପରେ ସେହି ଦିନଠାରୁ ଜିଲ୍ଲାରେ କୋଭିଡ ପଜିଟିଭ ଚିହ୍ନଟ ହେଉଥିବା ପ୍ରତି ଆକ୍ରାନ୍ତଙ୍କ ଜିନମ ସିକ୍ବେସିଂ ପାଇଁ ପଠାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: