ସ୍ୱାସ୍ଥ୍ୟ ବିଭାଗ – News18 ଓଡିଆ

IAS Coaching

News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଉପରମୂହାଁ ହେଲାଣି ଦୈନିକ ସଂକ୍ରମଣ। ଗୋଷ୍ଠୀ ସଂକ୍ରମଣ ନେଇ ଯଦିଓ ପ୍ରମାଣିକ ତଥ୍ୟ ମିଳିନଥିବା ସ୍ବାସ୍ଥ୍ୟ ବିଭାଗ କହୁଛି ତଥାପି ସଂକ୍ରମଣ ରହୁଥିବାରୁ ସଜାଗ ରହିବାକୁ ପରାମର୍ଶ ଦେଇଛି।

୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ପାଇଁ ପଞ୍ଜିକରଣ ପ୍ରକିୟା ଆରମ୍ଭ ହୋଇଛି। ଦିନ ୧୧ଟା ସୁଦ୍ଧା ଦେଶରେ ୪୫ହଜାର ପିଲା ପଞ୍ଜିକରଣ କରିଥିବା ଜଣାପଡ଼ିଛି।

ରାଜ୍ୟରେ ୩୦୦ ମୁହାଁ ଦୈନିକ ସଂକ୍ରମଣ । ଗତ ୨୯ ତାରିଖରେ ୨୨୧,୩୦ରେ ୨୨୫,୩୧ ରେ୨୨୮,୧ ଜାନୁଆରୀ ରଜ୨୯୮ ହେଲାଣି ସଂକ୍ରମଣ। ଦେଶ ତୁଳନାରେ ରାଜ୍ୟରେ ବଢୁଛି ବି ସଂକ୍ରମଣ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡ଼ଲାଇନ ଅନୁସାରେ ପଜିଟିଭିଟି ରେଟ ରାଜ୍ୟରେ ବହୁତ କମ ରହିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବାନୁସାରେ ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନାହିଁ। ଆମ ରାଜ୍ୟରେ ଯେତିକି ପଜିଟିଭିଟି ରେଟ୍ ଅଛି ସେହି ହିସାବରେ ସାମ୍ପୁଲ ସାଇଜ ନାହିଁ। ମହାରାଷ୍ଟ୍ର ସହ ଅନ୍ୟ ରାଜ୍ୟରେ ଓମିକ୍ରନ ବଢୁଛି। ଆମକୁ ଏଥିପ୍ରତି ସଜାଗ ରହିବାକୁ ପଡିବ। ଆମ ରାଜ୍ୟରେ ବି ବଢୁଛି ସଂକ୍ରମଣ। ଗୋଷ୍ଠୀ ସଂକ୍ରମଣ ହେଉ ଅବା ନହେଉ କୋଭିଡ ସଂକ୍ରମଣ ରହିଛି। ସବୁଠାରୁ ବଡ କଥା ହେଲା ସଂକ୍ରମଣକୁ ରୋକିବା । ଟୀକା ହିଁ ସଂକ୍ରମଣ ରୋକିପାରିବ। ଭାରତ ସରକାରଙ୍କ ପକ୍ଷରୁ ଗାଇଡ଼ ଲାଇନ ଦିଆଯାଇଛି। ସ୍ୱାସ୍ଥ୍ୟ ସଚିବ ଏହାକୁ ମନିଟରିଂ କରୁଛନ୍ତି। ପ୍ରୋଟୋକାଲ ଅନୁସାରେ ଆକ୍ସନ ନିଆଯାଉଛି। ଖୋରଧା ମେଡ଼ିକାଲ ହବ ଥିବାରୁ ଅଧିକ ସଂକ୍ରମଣ ରହୁଛି। ଲୋକ ସଂଖ୍ୟା ଅଧିକ, ଚଳପ୍ରଚଳ ଅଧିକ ତେଣୁ ଖୋର୍ଦ୍ଧାରେ ଅଧିକ ସଂକ୍ରମଣ ରହୁଛି। ଭାରତ ସରକାରଙ୍କ ପଜିଟିଭିଟିରେଟଠାରୁ ଆମ ରାଜ୍ୟରେ କମ ରହିଛି। ଯେତିକି ପଜିଟିଭ ବାହାରିବ ତାର ଜିନମ ସିକ୍ୟୁନସିଂ ପାଇଁ ପଠା ଯିବ। ଜିନମ ସିକ୍ୟୁନସିଂ ପାଇଁସାମ୍ପୁଲ ସାଇଜ କରାଯାଏ। ଏବେ ବିଦେଶ ଫେରନ୍ତାଙ୍କର କରାଯାଉଛି।

୧୫ରୁ ୧୮ ପିଲାଙ୍କ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ହୋଇ ସାରିଛି।କେବଳ ତାରିଖକୁ ଅପେକ୍ଷା ଥିବା ବେଳେ ଆରମ୍ଭ ହୋଇଛି ପଞ୍ଜିକରଣ। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ଆଜିଠୁ ଆରମ୍ଭ ହୋଇଛି ୧୫-୧୮ ବର୍ଷ ବୟସ୍କଙ୍କ ଟୀକାକରଣ ଲାଗି ପଞ୍ଜୀକରଣ । COWIN ପୋର୍ଟାଲରେ ଲଗ ଇନ କରି ମୋବାଇଲ ନମ୍ବର ଦେଇ OTP ଜରିଆରେ ଟୀକାକରଣ ପାଇଁ ନାମ ପଞ୍ଜୀକରଣ କରିପାରିବେ କିଶୋର । ଏହାପରେ ସେମାନେ COWIN ପୋର୍ଟାଲରେ ଆପଏଣ୍ଟମେଣ୍ଟ ବୁକ କରି ୩ ତାରିଖ ପରଠାରୁ ଟୀକା ନେଇପାରିବେ । ଏବେ ରାଜ୍ୟରେ ୨୬୦୦ ଟୀକାକରଣ କେନ୍ଦ୍ର ଅଛି । ଯେତେ ପିଲା ଟୀକା ନେବାକୁ ଆସିବେ, ସେମାନଙ୍କର ଟୀକାକରଣ କରାଯିବ । ତେଣୁ ୨୦୦୫ ରୁ ୨୦୦୭ ମଧ୍ୟରେ ଜନ୍ମଗ୍ରହଣ କରିଥିବା ପିଲାଙ୍କ ଟୀକାକରଣ ପାଇଁ ଅଭିଭାବକ ମାନେ ପଞ୍ଜୀକରଣ କରିଦିଅନ୍ତୁ। ଏବେ ରାଜ୍ୟରେ ୧୫ ଲକ୍ଷ ଡୋଜ କୋଭକ୍ସିନ ମହଜୁଦ ଅଛି। କେନ୍ଦ୍ର ସରକାର ପର୍ଯ୍ୟାପ୍ତ କୋଭକ୍ସିନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା COWIN ପୋର୍ଟାଲରେ ୪୫ ହଜାରରୁ ଅଧିକ ପିଲା ଟୀକାକରଣ ପାଇଁ ବୁକ କରିସାରିଛନ୍ତି ।

୫କୋଟି ଡୋଜ ଟୀକାକରଣ ମଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ଏହା ଏକ ବଡ଼ ସଫଳତା । ରାଜ୍ୟରେ ୧୮ବର୍ଷ ଉର୍ଧ୍ୱ ୩ କୋଟି ୨୫ ଲକ୍ଷ ଲୋକଙ୍କ ମଧ୍ୟରୁ ଏବେ ୯୦% ପ୍ରଥମ ଡୋଜ ଟୀକା ନେଇସାରିଲେଣି । ଜାନୁଆରୀ ୧୫ ସୁଦ୍ଧା ସମସ୍ତଙ୍କୁ ଟୀକାକରଣ ଲାଗି ଲକ୍ଷ୍ୟ ରଖାଯାଇଛି । ୬୪% ଉଭୟ ଡୋଜ ଟୀକା ମଧ୍ୟ ନେଇ ସାରିଲେଣି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: