ଆସିଲା ଜାନୁଆରୀ ପାଇଁ କୋଭିଡ ଗାଇଡଲାଇନ୍‌; ରାଜ୍ୟର ସବୁ ସହରରେ ନାଇଟ୍‌ କର୍ଫ୍ୟୁ ଜାରି ହେବ

IAS Coaching

News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ନୂଆ ରୂପ ଓମିକ୍ରନର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ନୂଆ ବର୍ଷର ପ୍ରଥମ ଦିନରୁ ହିଁ ରାଜ୍ୟରେ କଟକଣା ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ସରକାର । ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଥିଲେ ବି କରୋନା ସଂକ୍ରମଣକୁ ଦେଖି ଜାନୁଆରୀ ପାଇଁ କୋଭିଡ ଗାଇଡ୍‌ଲାଇନ ଜାରି କରାଯାଇଛି । ଜାନୁଆରୀ ୧ ତାରିଖ ସକାଳ ୫ଟାରୁ କଟକଣା ଲାଗୁ ହେବ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ (ଏସ୍‌.ଆର୍‌.ସି.)  ।

ପୁରୀ, ଭୁବନେଶ୍ବର, କଟକ ସମେତ ସବୁ ତହରାଞ୍ଚଳରେ ନୂଆ ବର୍ଷ ପାଳନ ଉପରେ କଟକଣା ଲଗାଯାଇଛି । ରାଜ୍ୟର ସବୁ ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଜାରି ହେବ । ହୋଟେଲ, ରେସ୍ତୋରାଁ, କ୍ଲବରେ ଜିରୋ ନାଇଟ୍ ସେଲିବ୍ରେସନ ମନା ରହିବ । ଶୁକ୍ରବାରଠାରୁ (ଡିସେମ୍ବର ୩୧ ଠାରୁ) ଜାନୁଆରୀ ୨ ଯାଏଁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସମେତ ରାଜ୍ୟର ସବୁ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ।

ଏହା ବି ପଢ଼ନ୍ତୁ |
କମ୍ ଟଙ୍କା ଲଗାଇ ଘରର ଛାତରେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ

ବଣଭୋଜି, ମେଳା, ପ୍ରଦର୍ଶନୀ ଓ ମହୋତ୍ସବ ଆଦି ସମ୍ପୂର୍ଣ୍ଣ ନିଷେଧ ରହିବ । କୌଣସି ଶିକ୍ଷାନୁଷ୍ଠାନ ପକ୍ଷରୁ ବି ପିକନିକ୍‌ ଓ ଏକ୍ସକର୍ସନ୍‌ ଆୟୋଜନ କରିବା ମନା କରାଯାଇଛି । ହେଲେ ସକାଳ ୫ଟାରୁ ରାତି ୧୦ଟା ଯାଏ ଖୋଲିପାରିବ ରାଜ୍ୟର ସବୁ ଦୋକାନ । କୌଣସି ଉପଲକ୍ଷେ ବାର୍ଷିକ ଉତ୍ସବ ବା ସମାରୋହ ବି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ (ଏସ୍‌.ଆର୍‌.ସି.) ପ୍ରଦୀପ ଜେନା ।

ଗୁରୁବାର ବିଦାୟୀ ବର୍ଷର ଶେଷ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା ।

‘‘ଅନୁମତି ନେଇ ମୁକ୍ତାକାଶ ରଙ୍ଗମଞ୍ଚ, ଯାତ୍ରା ଓ ଅପେରା ଚାଲିପାରିବ । କୋଭିଡ୍‌ କଟକଣା ମାନିଲେ ସର୍ବାଧିକ ଏକ ହଜାର ଲୋକଙ୍କୁ ସାମିଲ୍‌ ହେବା ପାଇଁ ଅନୁମତି ଦିଆଯିବ । ୫୦ ପ୍ରତିଶତ ଦର୍ଶକରେ ଚାଲିପାରିବ ଫିଲ୍ମ ହଲ୍ ।  ବିବାହରେ ୨୫୦ ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ,’’ କହିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ (ଏସ୍‌.ଆର୍‌.ସି.) ପ୍ରଦୀପ ଜେନା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO |
ଭାଗ୍ୟବାନ ଗାଇ! ବାଇକ୍ରେ ବସି ବୁଲୁଛି ଜାଗାରୁ ସେ ଜାଗା

ନୂଆ ବର୍ଷରେ ଶ୍ରୀମନ୍ଦିରରେ ଦର୍ଶନ ମନା । ଡିସେମ୍ବର ୩୧ରୁ ଜାନୁଆରୀ ୨ ଯାଏଁ ତିନି ଦିନ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ୩ ତାରିଖ ସୋମବାରଠାରୁ ନୂଆ ବର୍ଷରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସେଥି ପାଇଁ ଗୁରୁବାର ବିଦାୟୀ ବର୍ଷର ଶେଷ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା । ଦର୍ଶନ ସୁବିଧା ପାଇଁ ବ୍ୟାରିକେଡକୁ ମରିଚିକୋଟ ଛକ ଯାଏଁ ସଂପ୍ରସାରିତ କରାଯାଇଥିଲା ।

ଏହା ବି ପଢ଼ନ୍ତୁ |
ଜୁହି ଚାୱଲା କାହିଁକି ଜୟ ମେହେଟାଙ୍କ ସହ ନିଜ ବିବାହକୁ ଲୁଚ଼ାଇ ରଖିଥିଲେ? ତାଙ୍କ ଉତ୍ତର ଜାଣନ୍ତୁ

ସାରା ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଲାଗିଥିବାରୁ ନୂଆ ବର୍ଷ କଟାଇବାକୁ ପୁରୀ ଆସିଥିବା ପର୍ଯ୍ୟଟକମାନେ ନିରାଶ ହୋଇଛନ୍ତି । ପୁରୀ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଓ ସାତପଡ଼ା ଅଞ୍ଚଳରେ ପର୍ଯ୍ୟଟକମାନଙ୍କ ପାଇଁ କୋଭିଡ୍ ନିୟମ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ଏହା ବି ପଢ଼ନ୍ତୁ |
Is this Love? ଗର୍ଲଫ୍ରେଣ୍ଡ୍ ବାହା ହେବାକୁ ରାଜି ହେବାରୁ ତାକୁ ୨୦ ଥର ଛୁରୀ ଭୁସିଲା ଯୁବକ

ରାଜଧାନୀ ଭୁବନେଶ୍ୱରରେ କଟକଣା ଲାଗୁଛି । ଡିସେମ୍ବର ୩୧ଠାରୁ ଜାନୁଆରୀ ୨ ଯାଏଁ ଲିଙ୍ଗରାଜ ମନ୍ଦିର ସମେତ ସହରର ଛୋଟବଡ଼ ସବୁ ମନ୍ଦିର, ମସଜିଦ, ଗୁରୁଦ୍ବାରା ଓ ଚର୍ଚ୍ଚ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବି.ଏମ୍‌.ସି. । ନୂଆ ବର୍ଷ ଅବସରେ ଭିଡ଼ ଏଡ଼ାଇବାକୁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି ପ୍ରଶାସନ । ତେବେ ସହରରେ ସମସ୍ତ ମଲ୍‌, ମାର୍କେଟ କମ୍ପ୍ଲେକ୍ସ ଓ ସିନେମା ହଲ୍‌ ଖୋଲା ରହିବ। ଲୋକେ ଯେମିତି କୋଭିଡ୍ ନିୟମ ପାଳନ କରିବେ ସେଥି ପାଇଁ କମିଶନରେଟ୍ ପୋଲିସ ସହ ନଜର ରଖିବ ବି.ଏମ୍‌.ସି.ର ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ।

ଏହା ବି ପଢ଼ନ୍ତୁ |
ଜଣ ଯୁବତୀଙ୍କୁ ଏକା ସଙ୍ଗେ ପ୍ରେମ କରୁଥିଲା ବଙ୍ଗାଳୀ ଯୁବକ; ଜଣ ଯାକ ଘରକୁ ଆସିବାରୁ ବିଷ ପିଇଦେଲା

ଭୁବନେଶ୍ୱର ସହର ଭିତରେ ଓ ଉପକଣ୍ଠରେ ପିକନିକ୍ କରିହେବ ନାହିଁ । ନନ୍ଦନକାନନ ଓ ପଠାଣି ସମାନ୍ତ ପ୍ଲାନେଟାରିୟମ ଆଗାମୀ ତିନି ଦିନ ଯାଏଁ ଖୋଲିବ ନାହିଁ । ତେବେ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଲଗାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛି ହୋଟେଲ ଓ ରେସ୍ତୋରାଁ ଆସୋସିଏସନ ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: