ବାପା ସାଜିଲା ସଇତାନ , ବାପାର ଦୁଷ୍କର୍ମରେ ଅତିଷ୍ଠହୋଇ ଜୀବନ ହାରିଲା ଝିଅ॥

IAS Coaching

(୨୧/୦୨) ପିତାଙ୍କ ଦ୍ଵାରା ଦୁଷ୍କର୍ମର ଶିକାର ହୋଇ ଜଣେ ନିରୀହ ଝିଅ ଆତ୍ମହତ୍ୟା କରିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୋଣାର୍କ ପାଖ ଏକ ଗ୍ରାମରେ । ସୂଚନା ଅନୁଯାୟୀ ଗତ ଶନିବାର ରାତିରେ ଘରେ ସମସ୍ତେ ଶୋଇବା ପରେ ନିଜ ରୁମରେ ଝିଅଟି ବେକରେ ଦୌଡି ଦେଇ ଆତ୍ମହତ୍ୟା କରିଛନ୍ତି। ପରେ ଝିଅର ମାଆ ନିଜ ଝିଅର ଏ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ତାକୁ ନିକଟସ୍ଥ ଡାକ୍ତର ଖାନାକୁ ନେଇଯାଇଥିଲେ ମଧ୍ୟ ଡାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଥିଲେ ଏବଂ ସଙ୍ଗେ ସଙ୍ଗେ ଏହି ଘଟଣା ବିଷୟରେ ନିକଟସ୍ଥ ଥାନାରେ ଜଣାଇଥିଲେ । ତେବେ ଖବର ପାଇ ଥାନାବାଲା ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବଦ କରିବା ସହିତ ଘଟଣାର ଯାଞ୍ଚ ଚଳେଇଥିଲେ । ଅନ୍ୟପଟେ ଝିଅର ମାଆ ନିଜ ସ୍ଵାମୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।