ଘରେ ପଶି ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କୁ ନିର୍ଘାତ୍ ମାଡ

IAS Coaching

୨୩/୦୨- ଚାଲିଥିଲା ପୂଜା ଭସାଣୀ । ରାତି ଅଧିକ ହେବାରୁ ଡିଜେ ବନ୍ଦ କରିବାକୁ କହିଥିଲେ, ହେଲେ ଏଥିରେ ଉତକ୍ଷିପ୍ତ ହୋଇ ଘରେ ପଶି ନିର୍ଘାତ୍ ମାଡ ମାରି କରିଲେ ଗୁରୁତର । ଏଭଳି ଘଟଣା ଘଟିଛି ଉଦଳା ଥାନା କୁଅଁରପାଳ ଗ୍ରାମରେ । ନୀଳଗିରୀ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ମଙ୍ଗଳବାର ରାତିରେ ଘରେ ଥିବା ବେଳେ ରାତି ସାଢେ ୧୦ ଟା ସମୟରେ ସ୍ଥାନୀୟ ଯୁବକ ଅଧିକ ସାଉଣ୍ଡରେ ଡିଜେ ବଜାଇ ଯାଉଥିଲେ । ଯାହାକୁ ନେଇ ଲୋକସଂପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ଡିଜେ ବନ୍ଦ କରିବାକୁ କହିଥିଲେ । ଏହାର କିଛି ସମୟ ପରେ ପିସିଆର ଗାଡି ସେଠାରେ ପହଂଚି ଡିଜେ ବନ୍ଦ କରିବା ପରେ ତାତିଥିଲେ ଭସାଣୀରେ ସାମିଲ ଥିବା ଯୁବକମାନେ । ଯୁବକମାନେ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ଘରେ ପଶି ନିର୍ଘାତ୍ ମାଡ ମାରିବା ସହିତ ତାଙ୍କ ପୁଅକୁ ମଧ୍ୟ ମାଡ ମାରିଥିଲେ । ଏପରିକି ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ପେଲାଠେଲା କରିଥିଲେ । ଅଧିକାରୀ ଜଣକ କଣ ପାଇଁ ପିସିଆରକୁ କଲ୍ କରିଥିଲେ କହି ଯୁବକମାନେ ମାଡ ମାରି ଗୁରୁତର କରିଥିଲେ । ଉଭୟ ଉଦଳା ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଏ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।