ମୟୁରଭଞ୍ଜ ଜିଲ୍ଲା ପୂର୍ବଭାଗର ନୂତନ ଜିଲ୍ଲା ସଭାପତିଙ୍କ ସମ୍ବର୍ଦ୍ଧନା ଉତ୍ସବ…

IAS Coaching

୨୩/୦୨-ମଯୁରଭଞ୍ଜ ଜିଲ୍ଲା ପୂର୍ବ ର ନୂତନ ଜିଲ୍ଲା ସଭାପତି ନିରୋଜ ଲୋଚନ ଦାଶ କଂ ସମ୍ବର୍ଦ୍ଧନା ସଭା ବାରିପଦା ର ସ୍ବସ୍ତିକ ମଣ୍ଡପ ଠାରେ କଂଗ୍ରେସ ଦଳ ତରଫରୁ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ପର୍ଯ୍ୟାୟରେ ରେ ବାଲେଶ୍ବର ଗୋଲେଇ ଠାରୁ ଶତାଧିକ କଂଗ୍ରେସ କର୍ମୀ ଆଦିବାସୀ ପାରମ୍ପାରିକ ନୃତ୍ୟ ରେ ସ୍ବାଗତ କରି ସସ୍ତିକ ମଣ୍ଡପରେ ଅନୁଷ୍ଠିତ ସଭା ସ୍ଥଳ କୁ ପାଛୋଟି ନେଇଥିଲେ କଂଗ୍ରେସ କର୍ମୀ। ଜିଲ୍ଲା ର ସମସ୍ତ ବ୍ଲକ ରୁ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିବା ର ଦେଖିବାକୁ ମିଳିଥିଲା। ପ୍ରଥମେ ମହିଳା କଂଗ୍ରେସ ତରଫରୁ ବନ୍ଦାପନା କରି ମଚଂ କୁ ପାଛୋଟି ନେଇଥିଲେ ଶ୍ରୀ ଦାଶ କୁଂ।ଜିଲ୍ଲା ମିଡିଆ ଓ କମ୍ପ୍ୟୁନିକେଶନ ର ଅଧ୍ୟକ୍ଷ ଅଂଶୁମାନ ଦାସ ସଭା ପରିଚାଳନା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ଦାସ ସମସ୍ତ ନେତୃମଣ୍ଡଳୀ କୁ ମଚଂ କୁ ଆମନ୍ତ୍ରଣ କରିଥିଲେ। ପ୍ରଥମେ ସମସ୍ତ ବ୍ଲକ ରୁ ଆସିଥିବା ବ୍ଲକ ସଭାପତି କଂ ନେତୃତ୍ୱ ରେ କଂଗ୍ରେସ କର୍ମୀ ମାନେ ପୁଷ୍ପଗୋଛ ଦେଇ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ରାଜୀବଗାନ୍ଧୀ ପଞ୍ଚାଯତରାଜ ସଂଗଠନ, ସହିତ କଂଗ୍ରେସ ର ବିଭିନ୍ନ ସଂଗଠନ ତରଫରୁ ଫୁଲତୋଡା ଓ ଉତ୍ତରୀଯ ଦେଇ ସ୍ବାଗତ ଜଣାଇଥିଲେ। ଆଜି ର ସମ୍ବର୍ଦ୍ଧନା ସଭାରେ ବରିଷ୍ଠ କଂଗ୍ରେସ ନେତା ଦିପୁ ଦାସ ଓ ସୁଦିପ୍ ମନ୍ତ୍ରୀ ଆଠ ଫୁଟ ର ଏକ ପୁଷ୍ପ ବୁକେଟ ଦେଇ ତାଙ୍କ ର ପ୍ରିଯ ନେତା କୁଂ ସମ୍ବର୍ଦ୍ଧିତ କରିଥିବା ର ଦେଖିବାକୁ ମିଳିଥିଲା। ଯାହା କଂଗ୍ରେସ କର୍ମୀ ମାନେ ଉତ୍ସାହିତ ହୋଇଥିବା ର ପରିଲିକ୍ଷିତ ହୋଇ ଥିଲା ।ଆଜି ସଭାରେ ମଚାଂସୀନ ଅତିଥି ଭାବେ ନୂତନ ସଭାପତି ନିରୋଜ ଲୋଚନ ଦାସ କଂ ସହିତ ଏଆଇସିସି ଆଦିବାସୀ ଉପସଭାପତି ଶ୍ଯାମସୁନ୍ଦରପୁର ହାସଁଦା, ମଯୁରଭଞ୍ଜ ଜିଲ୍ଲା ପଶ୍ଚିମ ସଭାପତି ଶ୍ରୀ ଭୁବନ ବିହାରୀ ସାହୁ, ଅଶୋକ ଅଧିକାରୀ, ରାଜ୍ୟ ଓବିସି ମିଡିଆ ସଂଯୋଜକ ସୁକୁମାର ରଞନ ପ୍ରଧାନ, ପିସିସି ସଂମ୍ପାଦକ ଚୈତନ ହାସଁଦା, ବାବୁଲୁ ମିଶ୍ର, ଦିପକ ଦାସ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ ,ଯୁବ, କଂଗ୍ରେସ ଉପସଭାପତି ବିକାଶ ମହାଭୋଇ, ଯୋଶବନ୍ତ କଲିଆ,ଛାତ୍ର କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରେମକୁମାର ଅଣ ସଗଂଠିତ କଂଗ୍ରେସ ସଭାପତି ମନୋରଞ୍ଜନ ଜେନା ବକ୍ତବ୍ଯ ରେ ନୂତନ ସଭାପତି କୁଂ ଅଭିନନ୍ଦନ ଜଣାଇ ଉପସ୍ଥିତ ଥିବା କଂଗ୍ରେସ କର୍ମୀ କୁଂ ଆଗାମୀ ନିର୍ବାଚନ ରେ କଂଗ୍ରେସ କୁ ଜିତେଇବା ପାଇଁ କଠିନ ପରିଶ୍ରମ କରି ସଂଗଠନ କୁ ସୁଦୃଢ କରିବା ପାଇଁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ନେତୃମଣ୍ଡଳୀ ଅଜଯ ମହାପାତ୍ର, ଅଶୋକ ଗିରି, କ୍ଷୀରୋଦ ପାତ୍ର, ଦୁର୍ଗା ଟୁଡୁ, କୁଶଧର ପ୍ରଧାନ, ମନ୍ମଥ ପ୍ରଧାନ, ନାରାଯଣ ପଟ୍ଟନାୟକ, ବାଦଲ ହେମ୍ଭ୍ରମ, ଛୁଟୁରାମ ବିନ୍ଧାଣୀ ବୁଧିରାମ ସିଂ ଲାଲମୋହନ ସିଂ, , ମହିଳା କଂଗ୍ରେସ ର ଇତିଶ୍ରୀ ମିଶ୍ର,ଗୌରୀ ନାଏକ, ମାଧବୀ ସେନାପତି, ରସ୍ମିତା ମିଶ୍ର, ଶୁଭସ୍ମିତା ବେହେରା, ପିକିଂ ପ୍ରଧାନ,,ଓହିଦା ଏହେମୋଦ୍, ମୁରଲୀ ନାଏକ, ଅଶୋକ ସେଠୀ, କାଳୀଚରଣ ଧୀର, ଦିପକ ଗିରି ସହିତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ସଭା ଶେଷରେ ରାଜୀବଗାନ୍ଧୀ ପଞ୍ଚାଯତରାଜ ସଂଗଠନ ମଯୁରଭଞ୍ଜ ଜିଲ୍ଲା ଅଧ୍ୟକ୍ଷ୍ଯ ମୀନକେତନ ବେହେରା ସମସ୍ତ କଂଗ୍ରେସ କର୍ମୀ ଓ ଅତିଥି ମାନଙ୍କୁ ଉଦ୍ବୋଧନ ସହିତ ଧନ୍ୟବାଦ ଦେଇ ସଭା ସଂଗ କରିଥିଲେ।ପରିଶେଷରେ ମିଡିଆ କମ୍ପ୍ୟୁନିକେଶନ ଜିଲ୍ଲା ଅଧ୍ୟକ୍ଷ୍ଯ ଆଗାମୀ ଛବିଶ ତାରିଖ ରେ ବିଜେଡି ସରକାର ଦୁର୍ନୀତି ବିରୋଧରେ ସଚିବାଳୟ ଘେରାଉ ପାଇଁ କଂଗ୍ରେସ ନେତା ଓ କର୍ମୀ କୁଂ ଯୋଗଦାନ କରି ବାକୁ କହିଥିଲେ