ଭୋଟ ବର୍ଜନର ଚେତାବନୀ ଦେଲେ ଗ୍ରାମବାସୀ, ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବେ ଗୋବିନ୍ଦପୁର ବାସୀ…

IAS Coaching

୨୮/୨- ଭୋଟ ବର୍ଜନର ଚେତାବନୀ ଦେଲେ ଗ୍ରାମବାସୀ, ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବେ ଗୋବିନ୍ଦପୁର ବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକି ମିଳିଛି ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକରେ। ଆଜି ୧୦ ଟା ୩୦ ମିନିଟ ସମୟରେ ଗୋବିନ୍ଦପୁର ଅଂଚଳର ଗ୍ରାମବାସୀମାନେ ସେମାନଙ୍କର ମୌଳିକ ସମସ୍ୟାକୁ ନେଇ ଶାମାଖୁଣ୍ଟା ବ୍ଲକ ଘେରାଉ କରିଥିଲେ। ସେମାନଙ୍କ କହିବା କଥା 2011ମସିହାରୁ ଆଜି ପର୍ଯ୍ୟନ୍ତ ଗୋବିନ୍ଦପୁର ଅଂଚଳରେ କାହାକୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଖଣ୍ଡେ ମିଳି ନାହିଁ।ଏ ବାବଦରେ ସେମାନେ ବାରମ୍ବାର ବି ଡି ଓ, ତସିଲଦାର ଏବଂ ଜିଲ୍ଲାପାଳଙ୍କୁ ଜଣେଇଲେ ସୁଦ୍ଧା କେହି ତାଙ୍କ ସମସ୍ୟାକୁ ସମାଧାନ ପାଇଁ ଇଛା ପ୍ରକ୍କଟ କରୁନାହାନ୍ତି। ସବୁଠୁ ଦୁଃଖର କଥା ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନିଜ ନିର୍ବାଚନୀ ମଣ୍ଡଳୀ ହୋଇଥିବାରୁ ଗ୍ରାମବାସୀ ମାନେ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଭେଟି ଏ ବାବଦରେ ଜଣେଇଥିଲେ କିନ୍ତୁ ମନ୍ତ୍ରୀ ମହାଶୟ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ କରିଲେ ନାହିଁ।ଯାହାଫଳରେ ଆଜି ସମସ୍ତ ଗ୍ରାମବାସୀ ମିଶି ବ୍ଲକ ଘେରାଉ କରିଛନ୍ତି।