ସ୍କୁଟି ଓ ବାଇକ ମୁହାଁ ମୁହିଁ ଧକ୍କା , ଘଟଣା ସ୍ଥଳରେ ତିନି ମୃତ।।

IAS Coaching

୨୯/୦୨(ବଡ଼ସାହି)ସ୍କୁଟି ଓ ବାଇକ ମୁହାଁ ମୁହିଁ ଧକ୍କା , ଘଟଣା ସ୍ଥଳରେ ତିନି ମୃତ।ମୃତକଙ୍କ ମଧ୍ୟରୁ ଦୁଇ ଗୁଡ଼ିଆଲବନ୍ଧ ର ଆକାଶ ବିନ୍ଧାଣି (୨୦) ଓ ଲକ୍ଷ୍ମଣ ସିଂ (୧୯) ହୋଇଥିବା ବେଳେ ଜଣେ ଜଦୁନାଥପୁର ଅଂଚଳର ରାଜେନ ସିଂ (୨୮)ବୋଲି ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ ଗୁଡ଼ିଆଲବନ୍ଧ ର ଦୁଇ ଯୁବକ ଏକ ବାଇକ ରେ କେରକ ଆଡକୁ ଯାଉଥିବା ବେଳେ ବିପରୀତ ପଟୁ ସ୍କୁଟିରେ ଆସୁଥିବା ଯୁବକ ଜଣକ ସହ ଧକ୍କା ହୋଇଥିଲା।ଘଟଣା ସ୍ଥଳରେ ତିନିଜଣଙ୍କ ପ୍ରାଣବାୟୁ ଉଡିଯାଇଥିଲା।ଖବର ପାଇ ବଡ଼ସାହି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲକୁ ଆଣିଥିଲା।ଏହି ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।