ବାରିପଦା ଟାଉନଥାନା ଅନ୍ତର୍ଗତ ୱାର୍ଡ ୨୦ ସୁନଗଡିଆରେ ୨ ଗୋଷ୍ଠୀ ମୁହାମୁହିଁ ଜଣେ ମୃତ।

IAS Coaching

ବାରିପଦା ଟାଉନଥାନା ଅନ୍ତର୍ଗତ ୱାର୍ଡ ୨୦ ସୁନଗଡିଆରେ ୨ ଗୋଷ୍ଠୀ ମୁହାମୁହିଁ ଜଣେ ମୃତ।

୦୨/୦୩- ଟାଉନ ଥାନା ଅନ୍ତର୍ଗତ ଶୁନଗଡିଆ ଅଂଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ। ଜଣେ ମୃତ ଆହତ। ମୃତ ଯୁବକ ହେଉଛନ୍ତି ରାମ ମୁଖୀ। ମୃତ ଯୁବକର ପରିବାର ଲୋକେ ଏଥିପାଇଁ ପୋଲିସ କୁ ଦାୟୀ କରୁଥିବା ବେଳେ ପୋଲିସ ଘଟଣାସ୍ଥଳରେ ଠିକଣା ସମୟରେ ପିସିଆର ଭେନରେ ପୋଲିସ ପଠାଇ ଗଣ୍ଡଗୋଳ କୁ ନିୟନ୍ତ୍ରଣ କୁ ଆଣିଥିଲେ ବୋଲି କହିଛନ୍ତି। ସେପଟେ ଗୁରୁତର ଅବସ୍ଥାରେ ଆହତ ଦୀପୁ ମୁଖୀ ଡାକ୍ତରଖାନା ରେ ଚିକିତ୍ସାଧୀନ । ସୂଚନା ଅନୁଯାୟୀ ଦୀପୁ ମୁଖୀ ହସ୍ପିଟାଲ ନିକଟରେ ଥିବା ନଦୀକୁ ଗାଧୋଇବାକୁ ଆସିଥିବା ବେଳେ ଭୁଲବଶତଃ ଏକ ପର୍ସ ଟିକୁ ଛାଡି ପଳାଇଥିଲେ। ଏହାପରେ ରାମ ମୁଖି ଏବଂ ତାଙ୍କ ପରିବାର ଏହି ପର୍ସ ଟିକୁ ପାଇଥିଲେ। ସେହି ପର୍ସ ରେ 550ଟଙ୍କା ଥିବା ବେଳେ ପର୍ସ ମାଲିକ ଖୋଜି ଖୋଜି ରାମ ମୁଖି ପାଖରେ ପହଞ୍ଚିଥିଲେ। ତେବେ ଏହି ପର୍ସକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା।ଯେଉଁଥିରେ ରାମ ମୁଖିଙ୍କ ମୃତ୍ୟୁ ହୋଇଛି ଏ ସମ୍ପର୍କରେ ଟାଉନଥାନା ରେ ଦୁଇଟି ମାମଲା ରୁଜୁ। ବାରିପଦା ଟାଉନ ପୋଲିସ ଘଟଣାର ତଦନ୍ତ କରିବା ସହିତ ସେକ୍ ସମ୍ ସେଦ ଏବଂ ବୁଲେଟ ମୁଖିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଏହି ଘଟଣାରେ ଆହୁରି ସଂପୃକ୍ତ ଥିବା ସନ୍ଦେହ କରୁଛି ପୋଲିସ।