ଚୋରା ମଦ ଧରିବାକୁ ଯାଇ ହଟ ହଟା ହେଲେ ଅବକାରୀ କର୍ମଚାରୀ ।

IAS Coaching

ଚୋରା ମଦ ଧରିବାକୁ ଯାଇ ହଟ ହଟା ହେଲେ ଅବକାରୀ କର୍ମଚାରୀ ।

୧୯/୦୩-ଆଜି ସକାଳ ୯ ଟା ସମୟରେ ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପାକଟିଆ ଗ୍ରାମ ପଞ୍ଚାୟତ ଦିଘି ଅଞ୍ଚଳରେ ଚୋରା ମଦ କାରବାର ନେଇ
ଖବର ପାଇଥିଲା କୁଳିଆନା ଅବକାରୀ ବିଭାଗ । ଚଢଉ ପାଇଁ ଯାଇଥବାବେଳେ ଗ୍ରାମର ମହିଳା ମାନଙ୍କ ଦ୍ଵାରା ଅବକାରୀ କର୍ମଚାରୀ ମାନଙ୍କୁ ହଟହଟା କରିବା ସହିତ ଦୁଇ ପକ୍ଷ ମଧ୍ୟରେ ଯୁକ୍ତି ହୋଇଥିବା ସୂଚନା ମିଳିଛି। ତେବେ ସୂଚନା ମୁତାବକ କୁଳିଆନା ଅବକାରୀ ବିଭାଗର ଅଧିକାରୀ ମାନେ ଦିଘି ଗ୍ରାମରେ ଘରେ ପୋଷି ଜଣକ ଘରେ ମଦ ଜବଦ କରୁଥିବା ବେଳେ ଗ୍ରାମର ମହିଳା ଓ ପୁରୁଷ ମାନେ ଅବକାରୀ ବିଭାଗର ଗାଡିକୁ ରାସ୍ତାରେ ପଥର ରଖି ଅଟକ ରଖିଥିଲେ । ତେବେ ବୁଝାସୁଝା କରିବା ପରେ ଘଟଣା ଶାନ୍ତ ପଡିଥିଲା ଓ ସ୍ଥାନୀୟ ଲୋକେ କହିଥିଲେ ଯେ ଦ୍ୱିତୀୟ ଥର ହେଲା ତୃତୀୟ ଥର ଯେମିତି ନ ହୁଏ ଏଥି ପ୍ରତି ଧ୍ୟାନ ଦେବେ । ଅନ୍ୟ ପଟେ ସାରସ କଣା ଦେଶୀ ମଦ ଭାଟି ବନ୍ଦ ପରେ ବି ମଦ ବେପାରୀ କେମିତି ପ୍ରତେକ ଦିନ ସକାଳୁ ବାଇକରେ ଆସି ଘର ଘର ବୁଲି ମଦ ବାଣ୍ଟୁଛନ୍ତି ସେଥି ପ୍ରତି କେବେ ଦୃଷ୍ଟି ଆକର୍ଷଣ କରିଛନ୍ତି କି । ଆମେ ବିକ୍ରି କରିବା ପାଇଁ ନୁହେଁ ନିଜେ ଖାଇବା ପାଇଁ କରିଛୁ ବୋଲି ସ୍ଥାନୀୟ ଲୋକେ ଯୁକ୍ତି ବାଢିଥିଲେ । ତେବେ ଅବକାରୀ ବିଭାଗ ରହି ଭାକୁଡ଼ ଛାଡି ମିରିକାଳୀ ଉପରେ ଦାଉ ଶାଜୁଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି