ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କୃଷ୍ଣ ଚନ୍ଦ୍ର ଦାସ :ମୋରଡା

IAS Coaching

ମୟୂରଭଞ୍ଜ (୦୭/୦୪)-ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ବରିଷ୍ଠ ବିଜେଡି ନେତା ତଥା ମୋରଡା ନିର୍ବାଚନ ମଣ୍ଡଳୀ ର ଆଶାୟୀ ପ୍ରାର୍ଥୀ ତଥା ରାଜ୍ୟ ସମ୍ପାଦକ ପଦବୀ ରେ ଥିବା କୃଷ୍ଣଚନ୍ଦ୍ର ଦାସ ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି। ଏନେଇ ଶ୍ରୀ ଦାସ ଆଜି ମୋରଡ଼ା ବ୍ଲକ ଅଧୀନ ଚଢେଇଗାଁ ସ୍ଥିତ ନିଜ ବାସଭବନରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ସବୁବେଳେ ଶ୍ରୀ ଦାସ ଆଗଭର ହୋଇ କାର୍ଯ୍ୟ କରିଛନ୍ତି। ତେବେ ୨୦୧୯ରେ ଶ୍ରୀ ଦାସ ମୋରଡା ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ବିଧାୟକ ପ୍ରାର୍ଥୀ ଥିବା ବେଳେ ସେତେବେଳ ତାଙ୍କ ଉପରେ ଚାପ ପ୍ରୟୋଗ କରି ଚୁପ କରି ଦିଆଯାଇଥିଲା। ତେବେ ୨୦୨୪ରେ ମଧ୍ୟ ଅଗ୍ରଣୀ ଆଶାୟୀ ଥିଲେ ମଧ୍ୟ ଟିକେଟ ମିଳିନଥିଲା। ତେଣୁ ବାରମ୍ବାର ଅଣଦେଖା ଓ଼ ଅବିଚାର କରାଯାଇଥିବାରୁ ଶ୍ରୀ ଦାସ ଆଜି ଇସ୍ତଫା ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି।