ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଉପଲକ୍ଷେ ଭଞ୍ଜସେନାର ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ…

IAS Coaching

ବାରିପଦା (୨୧/୦୪)ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଉପଲକ୍ଷେ ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ଅଣରାଜନୈତିକ ଯୁବଛାତ୍ର ସଂଗଠନ ଭଂଜସେନା ପକ୍ଷରୁ ସକାଳ ୬ ଘଟିକାରୁ ୯ ଘଟିକା ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ଆମର ସମସ୍ତ ମହାତ୍ମା,ବରପୁତ୍ର ତଥା ଆମ ପୂର୍ବପୁରୁଷଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଅଛି।ଏହି ପରିପ୍ରେକ୍ଷରେ ଶ୍ୟାମାଖୁଣ୍ଟା ବ୍ଲକ ଭଂଜସେନା ଆଦିବାସୀ ଶାଖା ପକ୍ଷରୁ ବିକାଶ ସିଂ ଙ୍କ ନେତୃତ୍ୱରେ ପୋଡାଅସ୍ତିଆ ଛକ ନିକଟସ୍ଥ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି କୁ ସଫେଇ ପୂର୍ବକ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଅଛି।ଉକ୍ତ କାର୍ଯ୍ୟକ୍ରମରେ ବିକାଶ ସିଂଙ୍କ ସମେତ ତ୍ରିନାଥ ସିଂ,ଅମରେଶ ସିଂ,ହରେକୃଷ୍ଣ ସିଂ,ଜଗତ ସିଂ,ଲିଟୁ ମହାନ୍ତ,ବାପି ସିଂ,କୁନ୍ଦନ ସିଂ ଏବଂ ଅନେକ କର୍ମୀ ଉପସ୍ଥିତ ଥିଲେ।