ରାଜନୀତି ତା ଜାଗାରେ ସମ୍ପର୍କ ତା ଜାଗାରେ….

IAS Coaching

ବାରିପଦା – (୧୧/୫)ମୟୂରଭଞ୍ଜ ଲୋକସଭା ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାର ଲୋକପ୍ରିୟ ନେତା ସୁଦାମ ମାରାଣ୍ଡି ଥିବା ବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ୱଚ୍ଛ ନିର୍ମଳ ବ୍ୟକ୍ତିତ୍ୱ ଭାବେ ପରିଚିତ ନବଚରଣ ମାଝୀ ନିର୍ବାଚନୀ ମଇଦାନରେ ଓଲ୍ହାଇଛନ୍ତି।ଉଭୟ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି ଉଭୟ ଦଳ ର ନେତା ଓ କର୍ମୀ।ଅନୁଷ୍ଠିତ ହୋଉଥିବା ବିଭିନ୍ନ ନିର୍ବାଚନୀ ସଭାରେ ଉଭୟ ନେତା ଉଭୟଙ୍କ ଦଳ ବିରୋଧରେ ନିନ୍ଦା କରିବା ସହ ନିଜ ଦଳକୁ ଶ୍ରେଷ୍ଠ ବୋଲି ବିବେଚନା କରୁଛନ୍ତି।ଯାହାକୁ ନେଇ ଜିଲ୍ଲାର ରାଜନୀତି ଉଷ୍ଣତା ଚରମ ସୀମାରେ।

ତେବେ ଆଜି ସକାଳୁ ଏପରି ଏକ ଘଟଣା ଘଟିଲା ଯାହା ସମସ୍ତଙ୍କୁ ଆନନ୍ଦିତ କରିଥିଲା।ଜିଲ୍ଲାର ବରିଷ୍ଠ ଆଇନଜୀବୀ କୃପାସିନ୍ଧୁ ସିଂଙ୍କ ୮୬ ବର୍ଷ ବୟସରେ ପରଲୋକ ଘଟିଥିଲା।ତାଙ୍କର ପାର୍ଥିବ ଶରୀର ଆଜି ସକାଳୁ ମଧୁବନ ସ୍ଥିତ ବାସ ଭବନରେ ପହଞ୍ଚିବା ପରେ ଜିଲ୍ଲାରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ ପାଇଁ ପହଞ୍ଚି ଥିଲେ।ସେମାନଙ୍କ ମଧ୍ୟରେ ବିଜେଡି ର ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି , ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି , ବାରିପଦା ମୁନ୍ସୀପାଲଟି ଚେୟାରମେନ କୃଷ୍ଣନନ୍ଦ ମହାନ୍ତି ଓ ପୂର୍ବତନ ଉପନଗରପାଳ ନଛି ମହାନ୍ତି ପ୍ରମୁଖ।ସେହିପରି ଭାରତୀୟ ଜନତା ଦଳ ପକ୍ଷରୁ ଲୋକସଭା ପ୍ରାର୍ଥୀ ନବଚରଣ ମାଝୀ , ବାରିପଦା ବିଧାୟକ ପ୍ରାର୍ଥୀ ପ୍ରକାଶ ସରେନ ପ୍ରମୁଖ। ଏହା ସହିତ ଜିଲ୍ଲାର ବହୁ ଆଇନଜୀବୀ ଓ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

ଏହି ଅନ୍ତେଷ୍ଟି କ୍ରିୟାରେ ସୁଦାମ ମାରାଣ୍ଡି ଉପସ୍ଥିତ ହେବାର କିଛି ସମୟପରେ ନବଚରଣ ମାଝୀ ପହଁଚି ଥିଲେ।ତେବେ ସୁଦମଙ୍କୁ ଦେଖି ନବଚରଣ ତାଙ୍କ ପାଖକୁ ଚାଲି ଯାଇଥିଲେ।ସୁଦାମ ମଧ୍ୟ ତାଙ୍କୁ ଦେଖି ସଙ୍ଗେ ସଙ୍ଗେ ତାଙ୍କ ହାତ ବଢ଼ାଇ ହାତ ମିଳାଇ ଥିଲେ।ଉଭୟ ନେତା କିଛି ସମୟ ପାଇଁ ହସଖୁସିରେ କଥାବାର୍ତା ହେଉଥିବାର ଦେଖିବାକୁ ମିଳିଥିଲା।ପାଖରେ ଥିବା ଅନ୍ୟ କର୍ମୀ ଓ ସାଧାରଣ ଲୋକେ ଏହି ମୁହୂର୍ତ କୁ ନେଇ ଖୁସିବ୍ୟକ୍ତ କରିଥିଲେ।

ଏଥିରୁ ଗୋଟିଏ କଥା ଶିଖିବାକୁ ମିଳେ ରାଜନୀତି ତା ଜାଗାରେ ଓ ସମ୍ପର୍କ ତା ଜାଗାରେ।ପ୍ରତେକ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଆସିବ , କିନ୍ତୁ ନିର୍ବାଚନ ପାଇଁ କାହା ସହିତ ସମ୍ପର୍କ ଖରାପ କରିବା ଉଚିତ ନୁହେଁ।