ବୁଢ଼ୀଖମାରୀ ଓ ବାରିପଦା ଠାରେ ବିଜେପିର ବୁଥ ସ୍ତରୀୟ ସଦସ୍ୟତା ଅଭିଯାନ ଅନୁଷ୍ଠିତ, ବିଜେପି ରାଜ୍ୟ ସଭାପତିଙ୍କ ଯୋଗଦାନ

IAS Coaching

ବୁଢ଼ୀଖମାରୀ ଓ ବାରିପଦା ଠାରେ ବିଜେପିର ବୁଥ ସ୍ତରୀୟ ସଦସ୍ୟତା ଅଭିଯାନ ଅନୁଷ୍ଠିତ, ବିଜେପି ରାଜ୍ୟ ସଭାପତିଙ୍କ ଯୋଗଦାନ

 

ସୂଚନା ଅନୁସାରେ ସୋମବାର ଅପରାହ୍ନ ସମୟରେ ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଢ଼ୀଖମାରୀ ଏବଂ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ବିଜେପିର ବୁଥ ସ୍ତରୀୟ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ଉପ ସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବିଜେପି ଜିଲ୍ଲା ସଭାପତି କାନ୍ଦରା ସୋରେନ ଯୋଗଦାନ କରିଥିବାର ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ରସିକାନନ୍ଦ ମିଶ୍ରଙ୍କ ସମେତ ଅନେକ ବିଜେପିର ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ।