ଡରାଉଛି କୋରୋନା; ୭ ଦିନରେ ୮୧% ନୂଆ ମାମଲା – News18 ଓଡିଆ

IAS Coaching

News18 Odia Digital

Covid-19 Update : ଦେଶରେ କମୁନି କୋରୋନା । ଗତକାଲି ଦେଶରେ ୧୦ ହଜାର ଉପରେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୯ ହଜାରକୁ ଖସିଛି । ଗତ ୨୪ ଘଣ୍ଟାରେ ୯ ହଜାର ୧୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୮.୪୦ ପ୍ରତିଶତ ରହିଛି ।
ଏଥିସହ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ୩୧୩କୁ ବୃଦ୍ଧି ପାଇଛି ।

ସେହିପରି ଗତ ୨୪ ଘଣ୍ଟାରେ ୨୪ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର ଭାଇରସ । ଏଥିସହ ଦେଶରେ ଏପର୍ଯ୍ୟନ୍ତ କୋରୋନାରେ ୫ ଲକ୍ଷ ୩୧ ହଜାର ୧୪୧ ଜଣଙ୍କ ମୃତ୍ୟୁ ହୋଇଛି ।

ପଢନ୍ତୁ ଏହି ଖବର :  
ଆଜି ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି; ବନ୍ଦ ରହିବ ସାଧାରଣ ଦର୍ଶନ

ସେପଟେ ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ହରିଆଣାରେ କୋରୋନାର ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି । ୭ ଦିନ ଭିତରେ ଦିଲ୍ଲୀରେ ସଂକ୍ରମିତଙ୍କ ସଖ୍ୟା ୨୧ ପ୍ରତିଶତ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୬ ହଜାର ୩୧୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

News18

ଏଥି ସହିତ ସାରା ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୨୬୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏଥିସହ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭୦ରେ ପହଞ୍ଚଛି ।  ସେହିପରି ଗତ ୨୪ ଘଣ୍ଟାରେ କାହାରି ବି ମୃତ୍ୟୁ ହୋଇନାହିଁ। ଏଥିସହ ଦେଶରେ ଏପର୍ଯ୍ୟନ୍ତ କୋରୋନାରେ ୯୨୦୮ ଜଣଙ୍କର ମୃତ୍ୟୁ ହୋଇଛି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link