କୋରୋନାର ଲମ୍ବା ଜମ୍ପ୍‌; ୨୪ ଘଣ୍ଟାରେ ୪ ହଜାର ମୁହାଁ – News18 ଓଡିଆ

IAS Coaching

News18 Odia Digital

Corona Update : ପୁଣି ଡ଼ରାଇଲା କୋରୋନା । ଦେଶରେ କୋରୋନାର ଲମ୍ବା ଜମ୍ପ୍‌ । ଗତ କିଛି ଦିନ ହେବ ବିଶ୍ୱରେ ମହାମାରୀ କୋରୋନାର ଭୟ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ହେଲା ଦେଶରେ କୋରୋନାର ମଧ୍ୟ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଏହାପୂର୍ବରୁ ଦେଶରେ କୋରୋନା ଧୀରେ ଧୀରେ କମିବା ପରି ମନେ ହେଉଥିଲା, କିନ୍ତୁ ପାଗର ପରିବର୍ତ୍ତନ ମଧ୍ୟରେ ପୁଣି ଥରେ କୋରୋନାର ନୂଆ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୮ ସପ୍ତାହ ମଧ୍ୟରେ କୋରୋନା ରୋଗର ବୃଦ୍ଧି କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଆଜି ଦେଶରେ କରୋନାର ୩୮୦୦ ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ବଡ କଥା ହେଉଛି ଗତକାଲି ତୁଳନାରେ ଆଜି ୨୭ ପ୍ରତିଶତ ଅଧିକ ମାମଲା ଆସିଛି ।

ଦେଶରେ ୪ ହଜାର ମୁହାଁ ହୋଇଛି କୋରୋନା ଭାଇରସ । ୨୪ ଘଣ୍ଟାରେ ୩ହଜାର ୮୨୪ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲଗାତାର ୩ ଦିନ ହେବ ୩ ହଜାର ଭିତରେ ରହୁଥିଲା କୋରୋନା । ହଠାତ ୪ ହଜାର ମୁହାଁ ହୋଇଛି କୋରୋନା କେସ୍ । ଲଗାତାର ଦୁଇ ସପ୍ତାହ ହେବ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ସେହିପରି ଆକ୍ଟିଭ୍ କେସ ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ଏବେ ସୁଦ୍ଧା ୧୮ ହଜାର ୩୮୯ କୋରୋନା ସଂକ୍ରମିତ ରହିଛନ୍ତି । ଯାହାକି ଆକ୍ଟିବ୍ କେସ୍ ରେଟ୍ ୦.୪ ପ୍ରତିଶତ ରହିଛି । ସେହିପରି ଦୈନିକ ପଜିଟିଭ୍ ରେଟ୍ ରହିଛି ୨.୮୭ ପ୍ରତିଶତ ।

ପଢନ୍ତୁ ଏହି ଖବର :  
ରାଜନୀତିରେ ଏଣ୍ଟ୍ରି କରିବେ କାନ୍ତାରା ଷ୍ଟାର ଋଷଭ ଶେଟ୍ଟୀ!

ଦେଶରେ ବର୍ତ୍ତମାନ କୋରୋନାର ସ୍ଥିତି

ବର୍ତ୍ତମାନ ସମୁଦାୟ ସକ୍ରିୟ ମାମଲା – ୧୮ ହଜାର ୩୮୯
ବର୍ତ୍ତମାନ ସମୁଦାୟ ସଂକ୍ରମିତ ସଂଖ୍ୟା – ୪ କୋଟି ୪୭ ଲକ୍ଷ ୨୨ ହଜାର ୮୧୮
ବର୍ତ୍ତମାନ ସମୁଦାୟ ଡିସଚାର୍ଜ ସଂଖ୍ୟା – ୪ କୋଟି ୪୧ ଲକ୍ଷ ୭୩ ହଜାର ୩୩୫
ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା – ୫ ଲକ୍ଷ ୩୦ ହଜାର ୮୮୦

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: