ପୁଣି ଚିନ୍ତା ବଢାଇଲା କୋରୋନା; ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

IAS Coaching

News18 Odia Digital

ନୂଆଦିଲ୍ଲୀ :  ଦେଶରେ ଦିନକରେ ହଜାରେ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ । ଯାହାକୁ ନେଇ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସଂଶୋଧିତ କ୍ଲିନିକାଲ ଗାଇଡଲାଇନ ଜାରି ହୋଇଛି । ବୟସ୍କ ଆକ୍ରାନ୍ତଙ୍କ ପାଇଁ ସଂଶୋଧିତ କୋରୋନା ଗାଇଡଲାଇନ୍ସ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

୧୨୯ ଦିନ ପରେ ପୁଣି ଦେଶରେ ହଜାରେ ଟପିଛି ଦୈନିକ କରୋନା ସଂକ୍ରମଣ । ଫେବ୍ରୁଆରୀ ୧୯ ତାରିଖ ଦିନ ମାତ୍ର ୧୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମାତ୍ର ମାସକ ମଧ୍ୟରେ ସ୍ଥିତି ବଦଳି ଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛି ୧୦୭୧ ନୂଆ ମାମଲା ।

ରାଜସ୍ଥାନ, ମହାରାଷ୍ଟ୍ର ଓ କେରଳରେ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏପଟେ ସକ୍ରିୟ ମାମଲା ମଧ୍ୟ ୫୯୧୫ରେ ପହଞ୍ଚିଛି । ଏଚ୩ଏନ୨ ଭୂତାଣୁ ଭୟ ଭିତରେ ଧିରେ ଧିରେ କୋରୋନା ମଧ୍ୟ କାୟା ମେଲାଉଥିବାରୁ ଚିନ୍ତା ବଢ଼ିଛି । ବାକ୍ଟେରିଆ ସଂକ୍ରମଣ ହୋଇନଥିଲେ ଆଣ୍ଟି-ବାଓଟିକ୍ସ ନଖାଇବା ପାଇଁ ପରାମର୍ଶ ଦେଇଛି ଆଇସିଏମଆର ।

ବୟସ୍କ ଆକ୍ରାନ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଶୋଧିତ ଗାଇଡଲାଇନ୍ସରେ କୁହାଯାଇଛି, ସ୍ୱଳ୍ପ ଲକ୍ଷଣ ଥିବା ରୋଗୀ ଘରୋଇ ସଙ୍ଗରୋଧରେ ରୁହନ୍ତୁ । ସାମାଜିକ ଦୂରତା, ମାସ୍କ ପିନ୍ଧିବା ସହ ବାରମ୍ବାର ହାତ ଧୁଅନ୍ତୁ । ଶରୀରର ତାପମାତ୍ରା, ଅକ୍ସିଜେନ୍ ସ୍ତର ଯାଞ୍ଚ କରନ୍ତୁ । ଅକ୍ସିଜେନ୍ ସ୍ତର ୯୩ ପ୍ରତିଶତକୁ ହ୍ରାସ ଓ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଅକ୍ସିଜେନ୍ ସ୍ତର ୯୦ ପ୍ରତିଶତରୁ ୯୩ ପ୍ରତିଶତ ମଧ୍ୟରେ ରହିଲେ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଅକ୍ସିଜେନ୍ ଦେବା ଆବଶ୍ୟକ ହୋଇପାରେ ।

ପଢନ୍ତୁ ଏହି ଖବର : 
http://ଭାରତରେ ପାକିସ୍ତାନର କଲରାପତରିଆ ବାଘ; କ୍ୟାମେରାରେ କଏଦ ହେଲା ଭିଡିଓ

ଅକ୍ସିଜେନ ସ୍ତରକୁ ୯୪ରୁ ୯୬ ପ୍ରତିଶତ ମଧ୍ୟରେ ରଖିବାକୁ ଉଦ୍ୟମ କରାଯିବା ଉଚିତ । ଯଦି ଅକ୍ସିଜେନ ସ୍ତର ୯୦ ପ୍ରତିଶତରୁ କମ୍ ରହିବ ତେବେ ଆକ୍ରାନ୍ତଙ୍କୁ ଆଇସିୟୁ ଆବଶ୍ୟକ ହୋଇପାରେ ବୋଲି କୋରୋନାର ନୂଆ ଗାଇଡଲାଇନ୍ସରେ କୁହାଯାଇଛି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: