କୋଭିଡ ପାଇଁ ରାଜ୍ୟ ସତର୍କ; ହକି ବିଶ୍ୱକପ୍‌ ପାଇଁ ସ୍ୱତନ୍ତ୍ର ପଦକ୍ଷେପ

IAS Coaching

News 18 Odia Digital

ଭୁବନେଶ୍ୱର; ରାଜ୍ୟରେ କୋଭିଡ଼୍ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିଡ଼୍‌ର ବିଶେଷ କିଛି ପ୍ରଭାବ ନାହିଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଗୁରୁତ୍ୱାରୋପ କରାଯାଉଛି ।

ବର୍ତ୍ତମାନ ରାଜ୍ୟରେ ଦୈନିକ ଛଅ ହଜାର କୋଭିଡ଼୍ କେସ୍‌ର ସାମ୍ପଲ୍ ଟେଷ୍ଟିଂ ହେଉଥିବାବେଳେ ସେଥିରୁ ତିନିରୁ ନଅ ମଧ୍ୟରେ ପଜିଟିଭ୍ କେସ୍ ବାହାରୁଛି । ଏହି ପଜିଟିଭ୍ ରିପୋର୍ଟରୁ ଜେନମ୍ ସିକ୍ୟୁଏନ୍ସିଂ କରାଯାଉଛି । ରାଜ୍ୟରେ କୋଭିଡ଼୍ ଟେଷ୍ଟିଂ ହାର ସର୍ବ ଭାରତୀୟ ସ୍ତରଠାରୁ ଅଧିକ ଥିବାବେଳେ ଏହା ଆଗକୁ ଆହୁରି ମଧ୍ୟ ବୃଦ୍ଧି କରାଯିବ । ତେବେ ଏହା ଆଇସିଏମଆରର ମାର୍ଗଦର୍ଶନ ଉପରେ ପର୍ଯ୍ୟବେଷିତ ହେବ । ରାଜ୍ୟରେ ଜେନମ୍ ସିକ୍ୟୁଏନ୍‌ସିଂ ବୃଦ୍ଧି କରିବା ପାଇଁ ନିଷ୍ପତି ନିଆଯାଇଛି । ବର୍ତ୍ତମାନ ଭୁବନେଶ୍ୱରର ଭାରତୀୟ ଜୀବ ବିଜ୍ଞାନ କେନ୍ଦ୍ର (ଆଇଏଲ୍‌ଏସ୍‌) ଓ ଆଞ୍ଚଳିକ ଭେଷଜ ଗବେଷଣା ଅନୁଷ୍ଠାନଠାରେ ଏହି ସୁବିଧା ରହିଛି । ଖୁବ୍ ଶୀଘ୍ର ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ମଧ୍ୟ ଏହି ସୁବିଧା ମିଳି ପାରିବ । ଅନ୍ୟ ସବୁ ଜିଲ୍ଲା ମଧ୍ୟ ଭୁବନେଶ୍ୱରର ଆଇଏଲଏସ୍ ଓ ଆରଏମ୍‌ଆରସିକୁ ଜିନୋମ ସିକ୍ୟୁଏନ୍‌ସିଂ ପାଇଁ ପଠାଇବେ । ସେହିପରି ପରିସ୍ଥିତିରେ ଅବନତି ଘଟିଲେ ବିମାନ ବନ୍ଦର ଗୁଡ଼ିକରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି ।

ଓଡ଼ିଶାକୁ କୌଣସି ଆର୍ନ୍ତଜାତିକ ଉଡ଼ାଣର ସୁବିଧା ନାହିଁ । ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ଦିଲ୍ଲୀଠାରେ ବିମାନ ବନ୍ଦରରେ ସ୍କ୍ରିନିଂ କରାଯାଉଛି । ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି କରାଯାଉଥିବା ମାର୍ଗଦର୍ଶିକା ଲାଗୁ କରାଯାଇଛି । କୋଭିଡ଼୍ ପାଇଁ ପ୍ରସ୍ତୁତି ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ୱିଟାଲ, ଏମ୍‌କେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲ, ଭିମ୍‌ସାର ବୁର୍ଲାଠାରେ ୧୫ଟି ଲେଖାଏଁ ଅକ୍ସିଜେନ୍ ସୁବିଧା ଥିବା ବେଡ଼୍ ଓ ୫ଟି ଆଇସିୟୁ ମୋଟ ୨୦ ଟି ଲେଖାଏଁ ବେଡ଼୍ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟସବୁ ଜିଲ୍ଲା ଗୁଡ଼ିକରେ ୧୦ଟି ଲେଖାଏଁ ଅକ୍ସିଜେନ ସୁବିଧା ଥିବା ବେଡ଼୍ ଓ ଆଇସିୟୁ ପ୍ରସ୍ତୁତ ରଖାଯିବ । କୋଭିଡ଼୍ ପରିଚାଳନା ପାଇଁ ବିଭିନ୍ନ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଗୁଡ଼ିକରେ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି ।

ଆଗାମୀ ହକି ବିଶ୍ୱ କପ୍‌କୁ ଆଖି ଆଗରେ ରଖି କଟକ, ଭୁବନେଶ୍ୱର, ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ା ଠାରେ ସମସ୍ତ ପ୍ରକାର ସର୍ତକତା ମୂଳକ ପଦକ୍ଷେପ ଗ୍ରହଣ କରାଯିବ । ଏହି ସବୁ ସ୍ଥାନରେ ବ୍ୟାପକ ଭାବେ କୋଭିଡ଼୍ ପରୀକ୍ଷଣର ବ୍ୟବସ୍ଥା କରାଯିବା ସହ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କ୍ଷମତା ସମ୍ପନ୍ନ ଡ଼ାକ୍ତରୀଦଳ ନିରନ୍ତର ଭାବରେ ସ୍ୱାସ୍ଥ୍ୟ ସେବା ଦିଗରେ ଦୃଷ୍ଟି ରଖିବେ । ଏହି ସବୁ ଠାରେ ହସ୍ପିଟାଲ କର୍ତ୍ତୃପକ୍ଷ ଆବଶ୍ୟକ ପରିମାଣର ଗାଡ଼ି ଓ ମାନବ ସମ୍ବଳ ଯୋଗାଇ ଦିଆଯିବ ।କୋଭିଡ଼୍ ସଂକ୍ରମଣକୁ ଆଖି ଆଗରେ ରଖି ସମସ୍ତେ ସ୍ୱତଃ ପ୍ରବୃତ ଭାବରେ ମାସ୍କ ବ୍ୟବହାର କରିବା ଓ ହାତ ଧୋଇବା, ଲକ୍ଷଣ ଥିଲେ ସଂଗରୋଧ ରହିବା ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଭଳି କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବ । ଏହା ସହିତ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନମାନଙ୍କରେ ‘ଫିଭର କ୍ଲିନିକ୍‌’ ଖୋଲାଯିବ । ରାଜ୍ୟରେ ବାକି ରହିଯାଇଥିବା ବ୍ୟକ୍ତି ବିଶେଷଙ୍କୁ ବୁଷ୍ଟର ଡ଼ୋଜ ପାଇଁ ବ୍ୟବସ୍ଥା କରାଯିବ । ରାଜ୍ୟରେ ବୁଷ୍ଟର ଡ଼ୋଜ୍ ପାଇଁ ଆବଶ୍ୟକିୟ ଟୀକା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସଚିବ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଏହି ମର୍ମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି ଆବଶ୍ୟକୀୟ ଟୀକା ଯୋଗାଇ ଦେବା ପାଇଁ ଅନୁରୋଧ କରିବେ ।କୋଭିଡ଼କୁ ଆଖି ଆଗରେ ରଖି ରାଜ୍ୟ ଔଷଧ ନିଗମ ପକ୍ଷରୁ ଆବଶ୍ୟକ ପରିମାଣର ଔଷଧ ମହଜୁଦ ରହିଛି । କୋଭିଡ଼୍ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ପରିମାଣର କିଟ୍ ଓ ଅକ୍ସିଜେନ୍ ଆଗାମୀ ତିନି ମାସ ପାଇଁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜନ ସଚେତନତା ସୃଷ୍ଟି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିୟମିତ ଭାବରେ ସୂଚନା ପ୍ରଦାନ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି । ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଡ଼ା ପୋମା ଟୁଡ଼ୁ, ଆଇଏଲ୍‌ଏସ୍ ଓ ଆରଏମ୍‌ଆର୍‌ସିର ପ୍ରତିନିଧି ଏସ୍‌ସିବି ଓ ଭିମ୍‌ସାର କଲେଜର ପ୍ରଫେସର, କିମସ୍ ୟୁନିଭରସିଟିର ପ୍ରୋ ଚାନସେଲର ଡ଼ା ସିବିକେ ମହାନ୍ତି, ଏମସ୍ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ପ୍ରତିନିଧି ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: