ଆଜିଠାରୁ ମାସ୍କ ପିନ୍ଧିବାକୁ ଓଡ଼ିଶା ସରକାରଙ୍କ ଅପିଲ; କରୋନା ନିୟମ ପାଳନ କରିବାକୁ ପରାମର୍ଶ

IAS Coaching

News 18 Odia Digital

ଭୁବନେଶ୍ୱର; ଚୀନ୍‌ରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢିବା ପରେ ଏବେ ଭାରତରେ କରୋନାକୁ ନେଇ ଭୟ ପଶିଛି। କରୋନା ଭୂତାଣୁର ବିଏଫ.୭ ପ୍ରଜାତି ଚୀନ୍‌ରେ ସଂକ୍ରମଣ ବଢାଇବାରେ ଲାଗିଛି। ଚୀନ୍‌ ଫେରନ୍ତା ଦୁଇ ଜଣଙ୍କ ସମେତ ଏହି ପ୍ରଜାତିର ଭୂତାଣୁ ଦ୍ୱାରା ୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାରୁ ଭାରତରେ କରୋନା ସଂକ୍ରମଣ ବଢିବା ନେଇ ଆଶଙ୍କା ବଢିଛି।

ଦେଶରେ କରୋନା ସ୍ଥିତିକୁ ନେଇ କେନ୍ଦ୍ର ସରକାର ଚିନ୍ତା ବ୍ୟକ୍ତ କରିଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ଆଲୋଚନା ହୋଇଛି । ତେବେ ଏହି ବୈଠକ ପରେ ସମସ୍ତ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଆସୁଥିବା କୋଭିଡ ଲହର ପରିସ୍ଥିତିରେ ପୂର୍ବଭଳି ସତର୍କତା ଏବଂ ସଚେତନତା ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ସମସ୍ତଙ୍କୁ ନିବେଦନ କରିଛନ୍ତି । ରାଜ୍ୟବାସୀଙ୍କୁ କରୋନାର ସମସ୍ତ ନିୟମ ମାନି ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା ସହ ସାମାଜିକ ଦୂରତା ରକ୍ଷା କରିବା ଭଳି ସମସ୍ତ କଟକଣାକୁ ପୁଣିଥରେ ମନେ ପକାଇ ଦେଇଛନ୍ତି କେନ୍ଦ୍ର ସରକାର ।

ଏହାବ୍ୟତୀତ କୌଣସି ଲକ୍ଷଣ ଦେଖିଲେ ନିଜକୁ ଆଇସୋଲେଟ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ସମସ୍ତ ଟୀକା ଗ୍ରହଣ କରି ନଥିବା ଲୋକମାନଙ୍କୁ ଟୀକା ନେବା ପାଇଁ ପରାମର୍ଶ ଦେବା ସହ ଅଯଥା ଗହଳି ନ କରିବା ପାଇଁ କୁହାଯାଇଛି । ସେପଟେ ହସ୍ପିଟାଲ ଗୁଡିକୁ ମଧ୍ୟ ପସ୍ତୁତ ରହିବା ପାଇଁ ପ୍ରତ୍ୟେକ ରାଜ୍ୟକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଲହରକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଏବେ ଜାରି ରହିଥିବା ଟେଷ୍ଟିଂ ଆଗକୁ ଚାଲୁ ରଖିବା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବିଦେଶରେ (ଜାପାନ, କୋରିଆ, ଆମେରିକା, ଫ୍ରାନ୍ସ, ବ୍ରାଜିଲ୍‌, ଜର୍ମାନୀ ଓ ଚୀନ୍‌) କରୋନା ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଖୁବ୍‌ ଶୀଘ୍ର ବ୍ୟାପୁଥିବା ‌ବେଳେ ରାଜ୍ୟ ସରକାର ଏ ସଂପର୍କରେ ଅବଗତ ହୋଇ ଜନସାଧାରଣଙ୍କ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ଲକ୍ଷଣ ଦେଖାଗଲେ ଗୃହରେ ଅନ୍ୟମାନଙ୍କଠାରୁ ଅଲଗା ରହିବା ଏବଂ ସର୍ବସାଧାରଣସ୍ଥଳରେ ଛେପ ନ ପକାଇବା ପାଇଁ ପରାମର୍ଶ ‌ଦେଇଛନ୍ତି।

କୋଭିଡ଼ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସମୀକ୍ଷା ବୈଠକରେ ଚାଲିଥିବା ଟେଷ୍ଟିଂ ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଛି। ଏବେ ରାଜ୍ୟରେ ଦିନକୁ ହାରାହାରି ୧୫ କେସ୍ ଆସୁଥିବା ଜଣାପଡିଛି, ହସ୍ପିଟାଲରେ ୫୪ ରୋଗୀ ରହିଛନ୍ତି। ଏବେ ୩ ପ୍ରମୁଖ ମେଡିକାଲ କଲେଜରେ ୨୦ ଲେଖାଏଁ ବେଡ୍ ପ୍ରସ୍ତୁତ ରହିଛି। ପରିସ୍ଥିତି ଉପରେ ନଜର ରଖି ପରେ ବେଡ୍ ସଂଖ୍ୟା ଆଉ ୨୦କୁ ବୃଦ୍ଧି ହେବ। ସବୁ ଜିଲ୍ଲା ହସ୍ପିଟାଲ ସହ ପ୍ରମୁଖ ହସ୍ପିଟାଲ ଗୁଡିକରେ ୨୭ରେ ହେବ ମକ୍ ଡ୍ରିଲ୍। ରୋଗୀ ସଂଖ୍ୟା ବଢ଼ିଲେ କିଭଳି ଚିକିତ୍ସା ବ୍ୟବସ୍ଥା ହେବ ସେନେଇ ମକଡ୍ରିଲ୍ କରାଯିବ।

ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ସେତେ ଭୟଙ୍କର ନୁହେଁ। ‌କିନ୍ତୁ ସମସ୍ତଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। କରୋନାର ନୂତନ ଲହରକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ରାଜ୍ୟ ସରକାର କୋଭିଡ ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ଏଥି ପାଇଁ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଟେଷ୍ଟିଂ ଜାରି ରହିଛି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ଦୈନିକ ଅଧିକ ଟେଷ୍ଟିଂ କରାଯାଉଛି। ବର୍ତ୍ତମାନ ଓଡ଼ିଶାରେ ଦୈନିକ ୧୫୫୨ ଟେଷ୍ଟିଂ କରାଯାଉଥିବା ବେଳେ ଜାତୀୟ ହାର ହେଉଛି ୫୮୯। ସେହିପରି ନୂଆ ଭାଇରସ୍‌ ପାଇଁ ଭୁବନେଶ୍ୱରର ଆଇଏଲ୍‌ଏସ୍‌ ଓ ଆରଏମ୍‌ଆରସି ଏବଂ ଏସ୍‌ସିବିରେ ଜିନୋମ ସିକ୍ବେନ୍ସିଂ କରାଯାଉଛି।

ହକି ବିଶ୍ୱକପ୍ ପାଇଁ ୩ଟି ସହରରେ ଅଧିକ ଟେଷ୍ଟିଂ ବ୍ୟବସ୍ଥା ରହିବ। ଭୁବନେଶ୍ୱର, ରାଉରକେଲା ଏବଂ କଟକ ପାଇଁ ଅଧିକ ୩ଟି ଗାଡ଼ି ରହିବ। ୩ ସହର ପାଇଁ ଆବଶ୍ୟକ ହେଲେ ଅତିରିକ୍ତ ଷ୍ଟାଫ୍ ରଖିବାକୁ ପରାମର୍ଶ ଦିଆଯାଇଛି। ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍‌ପିଟାଲ, ରାଉରକେଲା ସରକାରୀ ହସ୍‌ପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଥିବା ଡାକ୍ତରଖାନା ଗୁଡ଼ିକରେ ୨୦୨୨ ଡିସେମ୍ବର ୨୭ ତାରିଖ ସୁଦ୍ଧା ମକ୍‌ଡ୍ରିଲ୍‌ କରାଯିବ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: