ଦେଶରେ କରୋନା ଗ୍ରାଫ୍ ତଳ ମୁହାଁ; ୧୪ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

IAS Coaching

News 18 Odia Digital

ନୂଆଦିଲ୍ଲୀ : ଦେଶରେ କରୋନା ଗ୍ରାଫ୍ ତଳ ମୁହାଁ । ପ୍ରତିଦିନ ଦୈନିକ ମାମଲା ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୨୭୨ ଟି ନୂଆ ମାମଲା ଚିହ୍ନଟ ହୋଇଛନ୍ତି ଓ  ୧୩ ହଜାର ୯୦୦ ରୋଗୀ ଏହି ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥି ସହିତ, ନୂତନ ମାମଲାକୁ ମିଶାଇ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୦୧ ହଜାର ୧୬୬ କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ଦୈନିକ ସଂକ୍ରମଣ ହାର ୪.୨୧ ପ୍ରତିଶତ ରହିଥିବାବେଳେ ସାପ୍ତାହିକ ହାର ୩.୮୭ ପ୍ରତିଶତ ରହିଛି ।

ଗତକାଲି ତୁଳନାରେ କରୋନାର ନୂତନ ମାମଲା ସାମାନ୍ୟ ହ୍ରାସ ଘଟିଛି। ପୂର୍ବ ଦିନରେ, ଏହି ସଂଖ୍ୟା ୧୫ ହଜାରରେ ଥିଲାବେଳେ, ଯାହା ଆଜି ୧୩ ହଜାରରେ ସୀମିତ ରହିଛି । ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ -୧ ୯ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟାରେ 664 ହ୍ରାସ ପାଇଛି । ଏହି ମହାମାରୀରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୪,୩୬,୯୯,୪୩କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ଏଥି ସହିତ, ଦେଶବ୍ୟାପୀ ଆଣ୍ଟି-କୋଭିଡ-୧ ୯ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୦୯.୪୦ କୋଟି ଡୋଜ ଟୀକା ଦିଆସରିଲାଣି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ୫ ଜଣଙ୍କର ରୋଗୀଙ୍କ ମୃତ୍ୟୁ ହେଇଥିବା ବେଳେ, ଛତିଶଗଡ, ଦିଲ୍ଲୀ ଓ କର୍ଣ୍ଣାଟକରେ ତିନି ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ସେହିପରି ବିହାର, ପଞ୍ଜାବ ଏବଂ ରାଜସ୍ଥାନରେ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଓଡିଶା, ଉତ୍ତରାଖଣ୍ତ ଏବଂ ଉତ୍ତରପ୍ରଦେଶରେ ଗୋଟ ଲେଖା ରୋଗୀଙ୍କର ମୃତ୍ୟୁ ହୋଇଛି।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: