ବୁଷ୍ଟର ଡୋଜ ନେବା ହେଲା ଆହୁରି ସହଜ; ଏବେ ବିଭିନ୍ନ ମଲ ଗୁଡ଼ିକରେ ମିଳିବ ଟୀକା

IAS Coaching

News 18 Odia Digital

ଭୁବନେଶ୍ୱର; ରାଜଧାନାରେ ଟୀକାକରଣକୁ ବ୍ୟାପକ କରାଇବା ପାଇ ବିଭିିନ୍ନ ମଲ ଗୁଡ଼ିକରେ ଟୀକାକରଣ ଆରମ୍ଭ ହୋଇଯାଇଛି । ମଲଗୁଡ଼ିକୁ ପ୍ରତିଦିନ ଲୋକେ ଯିବା ଆସିବା କରିଥାନ୍ତି । ତେଣୁ ଲୋକମାନଙ୍କ ସୁବିଧା ପାଇଁ ସେଠାରି ଟୀକାକରଣ ବ୍ୟବସ୍ଥା କରାଯାଇଛି । ଗତ ଦୁଇବର୍ଷ ଧରି କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀର ବଡ଼ ବଡ଼ ସପିଂ ମଲ ଗୁଡ଼ିକରେ ଟୀକାକରଣ ବ୍ୟବସ୍ଥା କରାଯାଉଛି । ତେଣୁ ଚଳିତ ବର୍ଷ ମଧ୍ୟ ରାଜଧାନୀରେ ବଢ଼ୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଟୀକାକରଣ ବ୍ୟବସ୍ଥା କରାଯାଇଛି ।

ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବରେ ହଜାରେ ଉପରେ ରହୁଛି । ହଟ ସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ବର । ଟୀକାକେନ୍ଦ୍ର ବୃଦ୍ଧି ସହ ଭୁବନେଶ୍ବରରେ ଟୀକାକରଣକୁ ବ୍ୟାପକ କରାଯାଉଛି । ସେପଟେ ରାଜ୍ୟରେ କୋଭିସିଲଡ ଟୀକାର ରହିଛି ଘୋର ଅଭାବ ଦେଖାଦେଇଛି । କେନ୍ଦ୍ରରୁ ଆସୁଥିବା ଟୀକା ସମୁଦ୍ରକୁ ଶଙ୍ଖେ । ଉଭୟ କୋଭାକ୍ସିନ୍ ଓ କୋର୍ବିଭାକ୍ସ ଟୀକା ଯଥେଷ୍ଟ ଥିଲେ ହେଁ କୋଭିସିଲ୍ଡ ଟୀକାର ରହିଛି ଘୋର ଅଭାବ । ଗ୍ରୀନ୍ ଜୋନରୁ ୟେଲୋ ଜୋନ୍ ରେ ରହିଛି ଖୋର୍ଦ୍ଧା ଜିଲ୍ଲା । ତାଲିକାର ଶିର୍ଷରେ ଥିବା ଖୋର୍ଦ୍ଧାରୁ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ଶତକଡା ୯୦ପ୍ରତିଶତ ଭୁବନେଶ୍ୱରରୁ  । ଟେଷ୍ଟିଂ ଅଧିକ ହେଉଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା କହିଛନ୍ତି ବିଏମସି କମିଶନର । ସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ଭିତ୍ତିଭୂମିରେ ବୃଦ୍ଧି କରାଯିବ । ସେପଟେ ସଂକ୍ରମଣକୁ ରୋକିବା ପାଇଁ ଟୀକାକରଣକୁ ବ୍ୟାପକ କରିଛି ବିଏମସି । ୩ଟି ସପିଂ ମଲ ସହିତ ମୋଟ ୩୨ଟି କେନ୍ଦ୍ରରେ କରାଯାଉଛି ଟୀକାକରଣ । ଆଗକୁ ଟୀକାଦାନ କେନ୍ଦ୍ର ଆହୁରି ବଢାଇ ରାଜଧାନୀରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ଚାଲିଛି ପ୍ରୟାସ । ଭୁବନେଶ୍ୱରରେ ମାଗଣା ବୁଷ୍ଟର ଡୋଜ୍ କ୍ଷେତ୍ରରେ ଉଭୟ ଅନଲାଇନ୍ ଓ ଅଫଲାଇନ ମାଧ୍ୟମରେ ମିଳୁଛି ଟୀକା । ନିୟମିତ ବ୍ୟବଧାନରେ କେନ୍ଦ୍ରରୁ ଟୀକା ନଆସିଲେ ରାଜ୍ୟରେ ଟିକାର ସଙ୍କଟ ଜାରି ରହିବ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Source link

Author: