ରାଜ୍ୟରେ ଟୀକା ଅଭାବ; ସେଥିପାଇଁ ଟୀକା କରଣରେ ବାଧା ସୃଷ୍ଟି ହୋଇଛି

IAS Coaching

News 18 Odia Digital

ଭୁବନେଶ୍ଵର;  ରାଜ୍ୟରେ ଟୀକାର ଅଭାବୀ ପରେ ଟୀକା କରଣ କେନ୍ଦ୍ର କମାଇ ଦିଆଯାଇଛି । ପୂର୍ବରୁ ଥିଲା ୩ ହଜାର କେନ୍ଦ୍ର  ଥିବାବେଳେ ଏବେ ହୋଇଛି ୧୫ ଶହ । ଟୀକାକରଣ କେନ୍ଦ୍ରରେ ଆବଶ୍ୟକତା ଅନୁଯାୟୀ ଟୀକା ନଥିବାରୁ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ଟୀକା ରାଜଧାନୀରେ ପହଂଚିଛି ଥିବା ବେଳେ ଆଜି ରାଜ୍ୟର ସମସ୍ତ ଟୀକା କରଣ କେନ୍ଦ୍ରରେ ରାତି ସୁଦ୍ଧା ପହଞ୍ଚିବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ।

ରାଜ୍ୟରେ ଏବେ ତିନି ପ୍ରକାର ଟିକା କରଣ ପ୍ରକ୍ରିୟା ଜାରି ରହିଛି । ଆଜି ବିଭିନ୍ନ ଜିଲ୍ଲାରେ କୋଭିସିଲ୍ଡ ଟିକା ମାତ୍ର ୬୦ ହଜାର ଥିଲା । କେନ୍ଦ୍ରରୁ ବୁଧବାର ରାତିରେ ୩ ଲକ୍ଷ ଓ ଗୁରୁବାର ସକାଳେ ୪.୮ ଲକ୍ଷ କୋଭିସିଲଡ଼ ଟିକା ଆସି ପହଂଚିଛି । ବର୍ତ୍ତମାନ ରାଜ୍ୟରେ ୭ ଲକ୍ଷ ୮୦ ହଜାର ଟିକା ମହଜୁଦ ରହିଛି ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ବିଭିନ୍ନ ଜିଲ୍ଲାରୁ ଆଜି ଭ୍ୟାକସିନ ଭ୍ୟାନ ଆସିଗଲାଣି । ଶୁକ୍ରବାର ସକାଳ  ସୁଧା ସବୁ ଜିଲ୍ଲାକୁ ଟିକା ପହଁଚିବା ପରେ ସାରା ରାଜ୍ୟରେ ଟିକାକରଣ ସ୍ୱାଭାବିକ ହେବ । ସେହିପରି କୋଭାଭାକ୍ସ ଟିକା ଯାହାକି ୧୨ ରୁ ୧୪ ବର୍ଷ ବର୍ଗଙ୍କୁ ଦିଆଯାଉଛି । ଏହାର ପ୍ରଥମ ଡୋଜ ୯୯.୮ ପ୍ରତିଶତ ପିଲା ନେଇ ସାରିଛନ୍ତି । ସେହିପରି ଦ୍ୱିତୀୟ ଡୋଜ ଟିକାକରଣ ମଧ୍ୟ ଚାଲିଛି । ଆଜି ୧୫୦୦ ସରକାରୀ କେନ୍ଦ୍ରରେ ଟିକା ଦାନ ଚାଲିଛି । ଯେହେତୁ ଆଜି ଟିକା ନାହିଁ ତେଣୁ କମ୍ ଟିକା କରଣ କେନ୍ଦ୍ର ଖୋଲା ଯାଇଛି ।

ଆସନ୍ତାକାଲିଠାରୁ ୨୫ ଶହରୁ ୩ ହଜାର କେନ୍ଦ୍ରରେ ଟିକା ଦିଆଯିବ । ଏପଟେ ହଜାରେ ପାର କରି ଏବେ ବାରଶହ ମୁଁହା  ହୋଇଛି ସଂକ୍ରମଣ।  କେମିତି ଲାଗିବ ଚତୁର୍ଥ ଲହରରେ ବ୍ରେକ ? କେବେ ଛୁଇଁବ ପିକ ? ଏହା କେବେ କମିବ କହିହେବ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଯେପର୍ଯ୍ୟନ୍ତ ସମାନ୍ତରାଳ ସ୍ଥିତିକୁ ନ ଆସିଛି, ଏହା ଆଗକୁ ବଢ଼ିବ କି ନାହିଁ କହିପାରିବା ନାହିଁ । ତେବେ ସଂକ୍ରମଣରେ ଯେଉଁ ବୃଦ୍ଧି ଦେଖାଯାଉଛି, ତାହା ଉଦବେଗଜନକ ନାହିଁ । ତେଣୁ କୋଭିଡକୁ ନେଇ ଅଯଥା ଆତଙ୍କିତ ହେବାର ନାହିଁ । ଯାହା ପାଖରେ ଲକ୍ଷଣ ଦେଖାଯାଉଛି, ଟେଷ୍ଟ କରାଇ ନିଅନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିବା ବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଲୋକଙ୍କ ଅମାନିଆ ପଣ ପାଇଁ ବଢୁଛି କୋଭିଡ । ସଂକ୍ରମଣ ବଢ଼ୁଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ କଟକଣା ଲୋକମାନେ ମାନୁ ନଥିବା ଦେଖିବାକୁ ମିଳୁଛି। ଫଳରେ ସଂକ୍ରମଣ କମୁନାହିଁ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Source link

Author: