୨୪ ଘଣ୍ଟାରେ ୩୯ ମୃତ – News18 ଓଡିଆ

IAS Coaching

News 18 Odia Digital

ନୂଆ ଦିଲ୍ଲୀ/ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଲଗାତାର ଭାବରେ ବଢି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ଜଣ ମୃତ୍ୟୁବରଣ କରିଥିବା ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରୀ କରାଯାଇଛି । ୧୮,୮୧୯ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୩,୪୫୨ ହଜାର ପାର୍ କରିଛି । ଏହା ସହିତ ୧୩,୮୨୭ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ଜଣାପଡ଼ିଛି ।

ସେପଟେ ଓଡ଼ିଶାରେ ମଧ୍ୟ କରୋନା ଦୃତଗତୀରେ ବଢିଚାଲିଛି । ୧୪ ଘଣ୍ଟା ମଧ୍ୟରେ ୧୫୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୭୫୭ରେ ପହଞ୍ଚିଛି । ଏ ସମ୍ପର୍କରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ୍ କରି ବିସ୍ତୃତ ତଥ୍ୟ ପ୍ରଦାନ କରିଛି । ଖୋର୍ଦ୍ଧାରୁ ସର୍ବାଧିକ ୬୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଜିଲ୍ଲା ଗୁଡ଼ିକରେ ଏହି ସଂଖ୍ୟା ୧ରୁ ୧୭ ମଧ୍ୟରେ ରହିଛି । ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ୍ କେସ ସମୁଦାୟ ୭୨୯ରେ ପହଞ୍ଚିଛି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Source link

Author: