Corona in India: ଥମିବାରେ ନାଁ ନେଉନି କରୋନା; ୨୪ ଘଣ୍ଟାରେ ୧୨,୮୯୯ ମାମଲା ରୁଜୁ; ୧୫ମୃତ

IAS Coaching

News18 Odia Digital

ଭାରତରେ କରୋନା ସଂକ୍ରମଣ ଥମିବାରେ ନାମ ନେଉନାହିଁ। ପୁଣିଥରେ, ଲଗାତାର ଦ୍ୱିତୀୟ ଦିନ ପାଇଁ ଦେଶରେ ପ୍ରାୟ ୧୩ ହଜାର କରୋନା ମାମଲା ରୁଜୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୨,୮୯୯ ଟି ନୂଆ ମାମଲା ହୋଇଥିବାବେଳେ କରୋନା କାରଣରୁ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ଆକଳନ ପରେ, ସକ୍ରିୟ ମାମଲାଗୁଡ଼ିକର ମୋଟ ସଂଖ୍ୟା ୭୨,୪୭୪ ରେ ପହଞ୍ଚିଛି।  ଯାହା ଦେଶ ପାଇଁ ବହୁତ ଚିନ୍ତାର ବିଷୟ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୨,୮୯୯ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୩୨୯୬୬୯୨ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୧୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ଼ ଜନିତ ମୃତ୍ୟୁସଂଖ୍ୟା ୫,୨୪,୮୫୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଥିବା ୮୫୧୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୬,୯୯୩,୬୩। ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭୨୪୭୪। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୯୬,୧୪,୮୮,୮୦୭ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: